ସୋଆରେ ସପ୍ତାହ ବ୍ୟାପୀ ଡିଏସ୍‌ଟି ସ୍ତୁତି କର୍ମଶାଳା ଆରମ୍ଭ

ଭାରତ ସରକାରଙ୍କ ଆନୁକୂଲ୍ୟରେ ଫାର୍ମାସ୍ୟୁଟିକାଲ୍ କ୍ଷେତ୍ରରେ ଅତ୍ୟାଧୁନିକ ପ୍ରଯୁକ୍ତି ବିଶ୍ଳେଷଣକୁ ନେଇ ପ୍ରଶିକ୍ଷଣ ଦେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍ (ଏସ୍‌ପିଏସ୍‌) ରେ ସୋମବାର ଏକ ସପ୍ତାହ ବ୍ୟାପୀ କର୍ମଶାଳା ଆରମ୍ଭ ହୋଇଛି ।
ବିଜ୍ଞାନ ଏବଂ ପ୍ରଯୁକ୍ତି (ଡିଏସ୍‌ଟି) ବିଭାଗ ପ୍ରାୟୋଜିତ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କେମିକାଲ୍ ଟେକ୍ନୋଲଜି, ମୁମ୍ବାଇ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ୧୯ଟି ରାଜ୍ୟରୁ ୨୨ଟି ବିଭିନ୍ନ ବିଶ୍ୱବିଦ୍ୟାଳୟର ୩୧ ଜଣ ପ୍ରତିନିଧି ଯୋଗ ଦେଇଛନ୍ତି । କର୍ମଶାଳାର ନାମ ରଖାଯାଇଛି “ ସିନର୍ଜିଷ୍ଟିକ୍ ଟ୍ରେନିଂ ପ୍ରୋଗ୍ରାମ ୟୁଟିଲାଇଜିଙ୍ଗ୍ ଦ ସାଇନ୍‌ଟିଫିକ୍ ଆଣ୍ଡ ଟେକ୍ନୋଲଜିକାଲ୍ ଇନ୍‌ଫ୍ରାଷ୍ଟ୍ରକ୍‌ଚର (ସ୍ତୁତି)” ।
କର୍ମଶାଳାର ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଆଇସିଟି, ଭୁବନେଶ୍ୱର କ୍ୟାମ୍ପସ୍‌ର ନିର୍ଦ୍ଦେଶକ ପ୍ରଫେସର ପି.ଆର୍‌. ଭାଭିୟା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡିଏସ୍‌ଟି ସ୍ତୁତି ଆଇସିଟିର ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ଜୟଦେବ ଭଟ୍ଟ ମଧ୍ୟ ଯୋଗ ଦେଇଥିଲେ ।
ଶ୍ରୀ ଭାଭିୟା କହିଥିଲେ ଯେ ବିଶ୍ଳେଷଣ କ୍ଷେତ୍ରରେ ବର୍ତମାନ ଘଟୁଥିବା ଉନ୍ନତି ଦୃଷ୍ଟିରୁ ପ୍ରଶିକ୍ଷାର୍ଥୀମାନେ ଉପଲବ୍ଧ ସରଞ୍ଜାମକୁ ଉତମ ଭାବେ ବିନିଯୋଗ କରି ଅନ୍ୟମାନଙ୍କ ଦ୍ୱାରା ହୋଇଥିବା ପରୀକ୍ଷଣକୁ ନ ଦୋହରାଇ ନୂତନତ୍ୱର ସନ୍ଧାନ କରନ୍ତୁ । ଏଥି ନିମନ୍ତେ ଏହି ସପ୍ତାହବ୍ୟାପୀ ତାଲିମ କାର୍ଯ୍ୟକ୍ରମ ଅତ୍ୟନ୍ତ ସହାୟକ ହେବ ବୋଲି ସେ କହିଥିଲେ ।
ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହି କର୍ମଶାଳାରେ ତାଲିମ ନେଉଥିବା ବ୍ୟକ୍ତି ବିଶେଷଜ୍ଞମାନଙ୍କ ସହିତ ସିଧାସଳଖ କଥା ହେଇପାରିବାର ସୁଯୋଗ ପାଉଥିବାରୁ ଏହାର ଲାଭ ଉଠାଇପାରିବେ ।
ଏସ୍‌ପିଏସ୍‌ର ଡିନ୍ ତଥା କାର୍ଯ୍ୟକ୍ରମର ସଂଯୋଜକ ଡକ୍ଟର ସୁଦାମ ଚନ୍ଦ୍ର ସି ପ୍ରଶିକ୍ଷାର୍ଥୀମାନଙ୍କୁ ସ୍ୱାଗତ କରିଥିବା ବେଳେ ପ୍ରଫେସର ଲକ୍ଷ୍ମୀଧର ମହାରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।
ଏହି ସପ୍ତାହ ବ୍ୟାପୀ କର୍ମଶାଳାରେ ୯ଟି ବିଭିନ୍ନ ଅନୁଷ୍ଠାନର ୧୪ ଜଣ ବିଶେଷଜ୍ଞ କାର୍ଯ୍ୟକ୍ରମ ପରିଚାଳନା କରିବେ ଓ ସୋଆର୧୪ ଜଣ ମେଂଟର୍ ବୈଷୟିକ କର୍ମଶାଳାରେ ସହାୟତା କରିବେ । ଏହି କର୍ମଶାଳା ସୋଆ ପରିଚାଳିତ ସ୍କୁଲ୍ ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍‌ସେସ୍‌, ସେଂଟର ଅଫ୍ ବାୟୋଟେକ୍ନୋଲଜି, ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ ଟେକ୍ନିକାଲ୍ ଏଜୁକେସନ ଆଣ୍ଡ ରିସର୍ଚ୍ଚର ଗବେଷଣା କେନ୍ଦ୍ର ଗୁଡ଼ିକରେ ଅନୁଷ୍ଠିତ ହେବ ।

Share

Leave a Reply

Your email address will not be published. Required fields are marked *

11 + four =