ଭିଡିଓ ଜରିଆରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ଡ୍ରାଇଭର ସଂଘ ସଭାପତି

ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସଂଘର ପ୍ରତିବାଦ କାରଣରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ ବିଭିନ୍ନ ସ୍ଥାନରେ ଗାଡିମୋଟର ଅଟକି ରହିଥିଲା । ସେହିଭଳି ରାଜ୍ୟରେ ପେଟ୍ରୋଲ ପମ୍ପରେ ମଧ୍ୟ ଲୋକଙ୍କ ଭିଡ ଜମିଥିଲା । ତେଣୁ ରାଜ୍ୟବାସୀ ଏହି ଅସୁବିଧା ପାଇଥିବାରୁ ସେ କ୍ଷମା ମାଗିଛନ୍ତି । ସେପଟେ ସାରା ରାଜ୍ୟବାସୀ ସହଯୋଗ କରିଥିବାରୁ ସେଧନ୍ୟବାଦ ଜଣାଇଛନ୍ତି । ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ସେ କହିଛନ୍ତି ।

କିଛି ସମୟ ତଳେ ଭିଡିଓ ବାର୍ତ୍ତା ଜରିଆରେ ଡ୍ରାଇଭର ସଂଘ ଆନ୍ଦୋଳନ ସ୍ଥଗିତ ରଖିଥିବା ସୂଚନା ଦେଇଥିଲେ । ଓଡିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ ପ୍ରତ୍ୟାହାର ନେଇ ଫେସବୁକ ପେଜରେ ପୋଷ୍ଟ କରାଯାଇଛି । ଆନ୍ଦୋଳନ ପ୍ରତ୍ୟାହାର ନେଇ କନକ ନ୍ୟୁଜକୁ ଫୋନଯୋଗେ ସୂଚନା ଦେଲେ ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି ।

Share

Leave a Reply

Your email address will not be published. Required fields are marked *

nine + six =