ପୁଣି ସୁନ୍ଦରୀ ଆତଙ୍କ : ଗାଈ ଶିକାର କଲା ବାଘୁଣୀ

ସାତକୋଶିଆରେ ଆତଙ୍କ ଖେଳାଉଛି ବାଘୁଣୀ । ଗାଈ ଶିକାର କଲା ବାଘୁଣୀ । ସାତକୋଶିଆ ଅଭୟାରଣ୍ୟ ଅଂଚଳରେ ମଣିଷ ଶିକାର କରି ଆତଙ୍କ ଖେଳାଇଥିବା ବାଘୁଣୀ ସୁନ୍ଦରୀ ପୁଣି ଜନବସତି ଅଂଚଳ ଆଡକୁ ମୁହାଁଇବା ଜାରି ରଖିଛି । ପୁଣି ଏକ ଗାଈକୁ ମାରିଛି ସୁନ୍ଦରୀ । ଆଠମଲିକ ରେଞ୍ଜ ଲେହେଡି ଗାଁରେ ଗାଈ ଶିକାର କରିଛି ବାଘୁଣୀ । ଫଳରେ ସୁନ୍ଦରୀକୁ ନେଇ ଭୟଭୀତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ବାସିନ୍ଦା।  ବାଘୁଣୀ ପାଇଁ ପିଲାମାନେ ଭୟରେ ପାଠ ପଢ଼ିବା ପାଇଁ ମଧ୍ୟ ଯାଇପାରୁ ନାହାନ୍ତି । ସୂଚନାଯୋଗ୍ୟ ବାଘୁଣୀ ସୁନ୍ଧରୀ ପୂର୍ବରୁ ଆଉ ଏକ ଗାଈକୁ ଆକ୍ରମଣ କରିବା ସହ ଜଣେ ମହିଳାଙ୍କୁ ମାରିଦେଇଥିଲା ବୋଲି ଅଭିଯୋଗ ହୋଇଥିଲା । ତେବେ ମହିଳା ଜଣଙ୍କୁ ସୁନ୍ଦରୀ ମାରିନି ବୋଲି ବନବିଭାଗ କହିଥିଲେ । ଗତକାଲି ଅନୁଗୁଳ ଜିଲ୍ଲା ହାତୀବାରିରେ ଗତ ୧୩ ତାରିଖରେ ମୃତ ମହିଳା କୈଳାସ ସାଏଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ପୋଷ୍ଟମର୍ଟମ ରିପୋର୍ଟରେ ଲେଖାଯାଇଛି- ତଂଟିକୁ ଖୁବ ଜୋରରେ ଚାପି ଧରିବା ଫଳରେ ଶ୍ୱାସରୁଦ୍ଧ ହୋଇ ମହିଳାଙ୍କ ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

sixteen + 3 =