ଆସନ୍ତାକାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା

ଆଉ ମାତ୍ର ଗୋଟିଏ ରାତିର ଅପେକ୍ଷା । ବଡ଼ ଦାଣ୍ଡକୁ ଓହ୍ଲାଇବେ ମହାପ୍ରଭୁ । ବଡ଼ଦାଣ୍ଡରେ ଭକ୍ତ ଓ ଭଗବାନ ଙ୍କ ମିଳନ ହେବ । ରତ୍ନସିଂହାସନ ଛାଡି ବଡଦାଣ୍ଡକୁ ନିଜ ଭକ୍ତଙ୍କ ପାଇଁ ଓହ୍ଲାଇ ଆସିବେ ତିନି ଠାକୁର । ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡି ଯିବେ ଚତୁର୍ଦ୍ଧା ମୁରତୀ । ମହାପ୍ରଭୁଙ୍କ ନବଦିନାତ୍ମକା ଯାତ୍ରା କାଲି ହେଉଛି ଆଦ୍ୟପର୍ବ । ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ । ରଥ ପ୍ରସ୍ତୁତ ପଥ ବି ପ୍ରସ୍ତୁତ ଏବେ ମହାପ୍ରଭୁଙ୍କ ଆଗମନକୁ ଅପେକ୍ଷା ।

ଆଜି ରଥଖଳାକୁ ବିଜେ ହୋଇଛି ଆଜ୍ଞାମାଳ । ଶ୍ରୀମନ୍ଦିରରେ ସକାଳ ଧୂପ ନୀତ ସରିବା ପରେ ଆଜ୍ଞାମାଳ ବିଜେ ହୋଇଛି । ୩ ବାଡର ପୂଜାପଣ୍ଡା ସେବାୟତ ଆଜ୍ଞାମାଳ ବିଜେ କରିଛନ୍ତି । ଆଜ୍ଞାମାଳ ବିଜେ ପରେ ରଥ ଟଣା ହୋଇ ସିଂହଦ୍ୱାର ସାମ୍ନାକୁ ଆସି ରଖାଯିବ । ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ହେବ ।

Share

Leave a Reply

Your email address will not be published. Required fields are marked *

twenty + 2 =