ଆଜିଠାରୁ ସଂସଦର ବଜେଟ ଅଧିବେଶନ, କାଲି ଆସିବ ବଜେଟ

ସଂସଦର ବଜେଟ୍‌ ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି। ସଂସଦର ଉଭୟ ଗୃହକୁ ରାଷ୍ଟ୍ରପତି ଦ୍ରୈ।ପଦୀ ମୁର୍ମୁ ଙ୍କ ଅଭିଭାଷଣ ସହ ଆରମ୍ଭ ହେବ ସଂସଦର ବଜେଟ ଅଧିବେଶନ । ପ୍ରଥମ ଦିନରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ। ଫେବ୍ରୁଆରୀ ପହିଲାରେ ଉପସ୍ଥାପନ ହେବ ୨୦୨୩-୨୪ ବର୍ଷ ପାଇଁ ସାଧାରଣ ବଜେଟ୍ । ଏହି ଅଧିବେଶନରେ ଅନେକ ପ୍ରସଙ୍ଗରେ ମୋଦି ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି ବିରୋଧୀ ଦଳ । ବିବିସିର ମୋଦି ଡକ୍ୟୁମେଣ୍ଟାରୀ, ଅଦାନୀ ଗ୍ରୁପ ବିରୋଧରେ ଆସିଥିବା ଆର୍ଥିକ ଅନିୟମିତତା ଅଭିଯୋଗ,ଦରବୃଦ୍ଧି, ବେକାରୀ ସମସ୍ୟା ,ଚୀନ୍‌ ସହ ସୀମା ବିବାଦ, ଅର୍ଥବ୍ୟବସ୍ଥା ସହ ଅନ୍ୟ ପ୍ରସଙ୍ଗରେ ସରକାରଙ୍କୁ ଘେରିବେ ବିରୋଧି । ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବ୍ରୁଆରୀ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଦ୍ବିତୀୟ ପର୍ଯ୍ୟାୟ ୧୩ ମାର୍ଚ୍ଚରୁ ଆରମ୍ଭ ହୋଇ ୬ ଏପ୍ରିଲ୍‌ ପର୍ଯ୍ୟନ୍ତ ଚାଲିବ। ବଜେଟ୍‌ ଅଧିବେଶନରେ ମୋଟ ୨୭ଟି କାର୍ଯ୍ୟ ଦିବସ ରହିଛି। କଂଗ୍ରେସ ନେତା ଚୀନ୍‌ ଉପରେ ଆଲୋଚନା କରିବାକୁ ଚାହୁଁଥିବା ବେଳେ, ତୃଣମୂଳ କଂଗ୍ରେସ, ବାମଦଳ, ଆରଏସପି ସହ ଅନ୍ୟ ବିରୋଧୀ ଦଳ ମହଙ୍ଗା ବୃଦ୍ଧି, ବେକାରୀ, ଅର୍ଥବ୍ୟବସ୍ଥା ସହ ଜଡ଼ିତ ପ୍ରସଙ୍ଗ, କେନ୍ଦ୍ର-ରାଜ୍ୟ ସମ୍ପର୍କ ଆଦି ଉପରେ ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ହେଉଛନ୍ତି।

Share

Leave a Reply

Your email address will not be published. Required fields are marked *

1 × five =