ପଦ୍ମପୁରରେ ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ

ପଦ୍ମପୁରରେ ଚାଲିଛି ଉପ ନିର୍ବାଚନ ପାଇଁ ମତଦାନ। ସନ୍ଧ୍ୟା ୬ଟା ସୁଦ୍ଧା ୮୦.୫୦ ପ୍ରତିଶତ ଭୋଟଦାନ ହୋଇଥିବା ସୂଚନା ମିଳିଛି। ଏବେ ବି ଆଉ ୭୧ଟି ବୁଥ୍‌ରେ ମତଦାନ ଚାଲିଥିବା ଜଣାପଡ଼ିଛଇ। ଏନେଇ ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ସୂଚନା ଦେଇଛନ୍ତି। ମୋଟ ୩୧୯ଟି ବୁଥ୍‌ରେ ୧୨୭୬ ଜଣ ପୋଲିଂ ଅଧିକାରୀ ୧୨୮ ଜଣ ରିଜର୍ଭ ପୋଲିଂ ଅଧିକାରୀ ରହିଛନ୍ତି।  ୩୮ ଜଣ ପୁଲିସ ଅଧିକାରୀ, ୩୪ ସେକ୍ସନ ସିଆର୍‌ପିଏଫ୍‌, ୩୧୯ ସୁରକ୍ଷା କର୍ମୀ, ୧୨୩ ଜଣ ହୋମଗାର୍ଡ ସୁରକ୍ଷା ଦାୟିତ୍ବରେ ରହିଛନ୍ତି। ନିର୍ବାଚନମଣ୍ଡଳୀର ପ୍ରତି ବ୍ଲକ୍‌ରେ ୨ଟି ଲେଖାଏଁ ମୋଟ୍‌ ୬ଟି ପିଙ୍କ୍‌ ବୁଥ୍‌ ଓ ୧୫ଟି ଆଦର୍ଶ ଭୋଟ୍‌ଗ୍ରହଣ କେନ୍ଦ୍ର କରାଯାଇଛି। ମୈଦାନରେ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ସମେତ ୧୦ ଜଣଙ୍କ ପାଇଁ ପଦ୍ମପୁରବାସୀ ମତଦାନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

nine + four =