ରିଲିଜ୍‌ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲାଣି ‘ଶେହଜାଦା’

କାର୍ତ୍ତିକ ଆର୍ୟନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଶେହଜାଦା’ ଆସନ୍ତାକାଲି ଅର୍ଥାତ୍‌ ଶୁକ୍ରବାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ତେବେ ଫିଲ୍ମ ପାଇଁ ଟିକେଟ ପ୍ରି-ବୁକିଂ ମଧ୍ୟ ଏହି ସପ୍ତାହ ଆରମ୍ଭରୁ ଆରମ୍ଭ ହୋଇଯାଇଛି। ଏଥି ସହିତ ଫିଲ୍ମ ଏହାର ଡିଜିଟାଲ ଷ୍ଟ୍ରିମିଂ ଏବଂ ମ୍ୟୁଜିକ ରାଇଟ୍‌ସ ବିକ୍ରୟ କରି ବଜେଟର ୭୦% ରୁ ଅଧିକ ରୋଜଗାର କରିସାରିଲାଣି, ‘ଶେହଜାଦା’ ୮୫ କୋଟି ଟଙ୍କା ବଜେଟରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ୬୫ କୋଟି ପ୍ରଡକ୍ସନ୍‌ ଏବଂ ବାକି ୨୦ କୋଟି ପ୍ରିଣ୍ଟ ଏବଂ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଛି। ତେବେ ଫିଲ୍ମ ରିଲିଜ ହେବା ପୂର୍ବରୁ ମ୍ୟୁଜିକ୍‌ ରାଇଟ୍‌ସ ୧୦ କୋଟିରେ ବିକ୍ରି ହୋଇଥିବା ବେଳେ ‘ଶେହଜାଦା’ ସାଟେଲାଇଟ୍‌ ରାଇଟ୍‌ସ ୧୫ କୋଟିରେ ବିକ୍ରି ହୋଇଛି। ଏଥିସହ ‘ଶେହଜାଦା’ର ଓଟିଟି ରାଇଟ୍‌ସ ଡିଜିଟାଲ ଷ୍ଟ୍ରିମିଂ ନେଟଫ୍ଲିକ୍ସକୁ ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି। ଏପରିକି ଫିଲ୍ମର ବିଦେଶୀ ରାଇଟସ୍‌ ମଧ୍ୟ ୫ କୋଟିରେ ବିକ୍ରି ହୋଇଥିବା ଜଣାପଡିଛି। କାର୍ତ୍ତିକ ଆର୍ୟନଙ୍କ ‘ଶେହଜାଦା’ କୁ ସୁପରହିଟ୍‌ ଘୋଷିତ ହେବା ପାଇଁ ବକ୍ସ ଅଫିସରେ ୪୦ କୋଟି ଟଙ୍କା ସଂଗ୍ରହ କରିବାକୁ ପଡିବ। ତେବେ କାର୍ତ୍ତିକ ଏହି ଫିଲ୍ମ ପାଇଁ କୌଣସି ଫି’ନେଇନଥିବା ଜଣାପଡିଛି।

Share

Leave a Reply

Your email address will not be published. Required fields are marked *

twelve + twelve =