Business

ବ୍ୟାଙ୍କ୍‌ ଅଫ୍ ବରୋଦା ପକ୍ଷରୁ ବରୋଦା ଅନୁଭୂତି କାର୍ଯ୍ୟକ୍ରମ ଅଧୀନରେ ଆନ୍ତଃ-ଜୋନ୍ ସ୍ତରୀୟ ଚେସ୍ ଟୁର୍ଣ୍ଣାମେଂଟ୍ ୨୦୨୫ ଆୟୋଜିତ

– ବ୍ୟାଙ୍କ୍‌ର ‘ବରୋଦା ଅନୁଭୂତି’ ପ୍ରୋଗ୍ରାମ ଅଧୀନରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଂଟ୍‌ର ଲକ୍ଷ୍ୟ ହେଉଛି କର୍ମଚାରୀ କଲ୍ୟାଣ, ମାନସିକ ସନ୍ତୁଳନ ଓ ଦଳଗତ ଭାବନାର ପ୍ରସାର କରିବା

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ରାଷ୍ଟ୍ରାୟତ ବ୍ୟାଙ୍କ୍‌-ବ୍ୟାଙ୍କ୍ ଅଫ୍ ବରୋଦା ପକ୍ଷରୁ ବରୋଦା ଅନୁଭୂତି କାର୍ଯ୍ୟକ୍ରମ ଅଧୀନରେ ଭୁବନେଶ୍ୱର ସ୍ଥିତ ସ୍ୱସ୍ତି ପ୍ରିମିୟମ୍‌ରେ ୨୦୨୫ ନଭେମ୍ବର ୩ ଓ ୪ ତାରିଖରେ ଆନ୍ତଃ-ଜୋନ୍ ଚେସ୍ ଟୁର୍ଣ୍ଣାମେଂଟ୍ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି ଟୁର୍ଣ୍ଣାମେଂଟ୍‌ରେ କର୍ପୋରେଟ୍ କାର୍ଯ୍ୟାଳୟ, ମୁଖ୍ୟ କାର୍ଯ୍ୟାଳୟ ଓ ସାରା ଭାରତରେ ଥିବା ୨୫ଟି ଜୋନ୍‌କୁ ପ୍ରତିନିଧିତ୍ୱ କରୁଥିବା ୧୫୦ରୁ ଅଧିକ କର୍ମଚାରୀ ଅଂଶଗ୍ରହଣ କରିଥିଲେ।
କର୍ମଚାରୀ କଲ୍ୟାଣକୁ ଉତ୍ସାହିତ କରିବା ଏବଂ ଚେସ୍ ଭଳି ଏକ ବୌଦ୍ଧିକ କ୍ରୀଡ଼ା ଜରିଆରେ ବନ୍ଧୁତାକୁ ସୁଦୃଢ଼ କରିବା ପାଇଁ ଏହି ଟୁର୍ଣ୍ଣାମେଂଟ୍ ଆୟୋଜନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବ୍ୟାଙ୍କ୍‌ର ଭୁବନେଶ୍ୱର ଜୋନ୍‌ର ମହାପ୍ରବନ୍ଧକ ଓ ଜୋନାଲ୍ ମୁଖ୍ୟ ଶ୍ରୀମତୀ ସ୍ୱପ୍ନା ବନ୍ଦୋପାଧ୍ୟାୟଙ୍କ ସମେତ ଉପ ମହାପ୍ରବନ୍ଧକ (ବ୍ୟବସାୟ ବିକାଶ) ଶ୍ରୀ ଶିବ ପଦ ନାୟକ ଓ ଉପ ମହାପ୍ରବନ୍ଧକ (କମ୍ପ୍ଲାଏନ୍ସ ଆଣ୍ଡ୍ ଆସ୍ୟୁରାନ୍ସ) ଶ୍ରୀ ଭି ଏମ୍ ଏନ୍ ଏସ୍ ସାଇବାବୁ ଯୋଗଦେଇଥିଲେ।
ଏହି ଅବସରରେ ବ୍ୟାଙ୍କ୍ ଅଫ୍ ବରୋଦାର ଭୁବନେଶ୍ୱର ଜୋନ୍‌ର ମହାପ୍ରବନ୍ଧକ ଓ ଜୋନାଲ୍ ମୁଖ୍ୟ ଶ୍ରୀମତୀ ସ୍ୱପ୍ନା ବନ୍ଦୋପାଧ୍ୟାୟ କହିଛନ୍ତି ଯେ, “ବ୍ୟାଙ୍କ୍ ଅଫ୍ ବରୋଦା ବିଶ୍ୱାସ କରେ କି କର୍ମଚାରୀଙ୍କ କଲ୍ୟାଣ ଯୋଜନା ସେମାନଙ୍କ ପେସାଦାର ସଫଳତାରେ ସହାୟତା କରିଥାଏ। ଆନ୍ତଃ-ଜୋନ୍ ଚେସ୍ ଟୁର୍ଣ୍ଣାମେଂଟ୍ ଭଳି ପଦକ୍ଷେପ ମାନସିକ ସନ୍ତୁଳନ, ଏକାଗ୍ରତା ଓ ଦଳଗତ ଭାବନାର ପ୍ରସାର କରିବାରେ ସହାୟକ ହେଉଥିବା ବେଳେ କର୍ମଚାରୀମାନଙ୍କୁ ଏହା ପରସ୍ପର ସହ ଯୋଡ଼ି ହେବା ଓ ଆଗକୁ ବଢ଼ିବା ଲାଗି ଏକ ମଂଚ ପ୍ରଦାନ କରୁଛି। ବରୋଦା ଅନୁଭୂତି କାର୍ଯ୍ୟକ୍ରମ ଜରିଆରେ ଆମେ ଏକ ସଂସ୍କୃତି ଗଠନ କରିବା ଜାରି ରଖିଛୁ ଯାହା ସନ୍ତୁଳନ, ସହଯୋଗିତା ଓ ସାମଗ୍ରିକ ବିକାଶକୁ ଗୁରୁତ୍ୱ ଦେଉଛି।’’
ବରୋଦା ଅନୁଭୂତି କାର୍ଯ୍ୟକ୍ରମ ହେଉଛି ବ୍ୟାଙ୍କ୍ ଅଫ୍ ବରୋଦାର ମାନବ ସମ୍ବଳ ବିଭାଗର ଏକ ପ୍ରମୁଖ କାର୍ଯ୍ୟକ୍ରମ ଯାହାର ଲକ୍ଷ୍ୟ ହେଉଛି କର୍ମଚାରୀ ସଂସ୍କୃତି, ମାନସିକ କଲ୍ୟାଣ ଓ କର୍ମ-ଜୀବନ ସନ୍ତୁଳନର ପ୍ରସାର କରିବା। ଏହା କର୍ମଚାରୀମାନଙ୍କୁ ପ୍ରତିଭାକୁ ସମୃଦ୍ଧ କରିବା, ଦଳଗତ କାର୍ଯ୍ୟକୁ ଉତ୍ସାହିତ କରିବା ଏବଂ ସାମଗ୍ରିକ କଲ୍ୟାଣରେ ଉନ୍ନତି ଆଣିବା ଭଳି କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବାର ସୁଯୋଗ ପ୍ରଦାନ କରୁଛି।
୨୦୨୫ ନଭେମ୍ବର ୪ରେ ପୁରସ୍କାର ବିତରଣ ସମାରୋହ ସହ ଏହି ଦୁଇଦିନିଆ ଟୁର୍ଣ୍ଣାମେଂଟ୍ ଶେଷ ହୋଇଥିଲା। ଶ୍ରୀମତୀ ବନ୍ଦୋପାଧ୍ୟାୟ ବିଜେତାମାନଙ୍କୁ ସମ୍ବର୍ନ୍ଧିତ କରିଥିଲେ। ଏକ ସୁସ୍ଥକର, ସମାନତା ଓ ଉତ୍ସାହୀ ଶ୍ରମଶକ୍ତି ଗଠନ କିବାରେ କିଭଳି ଏକ ଅଭିଯାନ ଯୋଗଦାନ ଦେଇଥାଏ ତାହାକୁ ଏହି କାର୍ଯ୍ୟକ୍ରମ ଦର୍ଶାଉଛି।

Share

Leave a Reply

Your email address will not be published. Required fields are marked *

seventeen − 14 =