ଇଣ୍ଡିଜେନ୍ ଲିମିଟେଡ୍ ଆଇପିଓ ସୋମବାର, ମଇ ୦୬, ୨୦୨୪ ରେ ଖୋଲିବ

ଭୁବନେଶ୍ୱର : ଇଣ୍ଡିଜେନ୍ ଲିମିଟେଡ୍ କମ୍ପାନୀ ଏହାର ପ୍ରାରମ୍ଭିକ ସର୍ବସାଧାରଣ ଅଫର୍ (ଆଇପିଓ) ସୋମବାର, ମଇ ୬, ୨୦୨୪ ରେ ଖୋଲିବାକୁ ପ୍ରସ୍ତାବ ଦେଇଛି । ବିଡ୍ / ପ୍ରସ୍ତାବ ବନ୍ଦ ତାରିଖ ବୁଧବାର, ମଇ ୦୮, ୨୦୨୪ ହେବ । ଆଙ୍କର୍ ଇନଭେଷ୍ଟର୍ ବିଡ୍ ତାରିଖ ହେଉଛି ବିଡ୍ / ଅଫର ଖୋଲିବା ତାରିଖର ଗୋଟିଏ କାର୍ଯ୍ୟ ଦିନର ପୂର୍ବ ଦିନ, ଅର୍ଥାତ୍ ଶୁକ୍ରବାର, ମଇ ୦୩, ୨୦୨୪ ରହିଛି ।

ଅଫରର ମୂଲ୍ୟ ବ୍ୟାଣ୍ଡକୁ ଇକ୍ୱିଟି ସେୟାର ପିଛା ୪୩୦ ଟଙ୍କା, ଇକ୍ୱିଟି ସେୟାର ପ୍ରତି ୪୫୨ ଟଙ୍କା ସ୍ଥିର କରାଯାଇଛି । ସର୍ବନିମ୍ନ ୩୩ ଇକ୍ୱିଟି ସେୟାର ପାଇଁ ଏବଂ ତା’ପରେ ୩୩ ଇକ୍ୱିଟି ସେୟାରର ଗୁଣରେ ବିଡ୍ କରାଯାଇପାରିବ ।

ଏହି ଅଫରରେ ୭,୬୦୦ ମିଲିୟନ୍ ଇକ୍ୱିଟି ସେୟାର (“ଫ୍ରେସ୍ ଇସୁ”) ଏବଂ ୨୩,୯୩୨,୭୩୨ ପର୍ଯ୍ୟନ୍ତ ଇକ୍ୱିଟି ସେୟାର (“ଅଫର୍ ସେୟାର”) ବିକ୍ରୟ ପାଇଁ ଅଫର ରହିଛି, ଯେଉଁଥିରେ ବିକ୍ରୟ ହୋଲ୍ଡ ମନୀଷ ଗୁପ୍ତାଙ୍କ ଦ୍ୱାରା ୧,୧୧୮,୫୯୬ ଇକ୍ୱିଟି ସେୟାର ରହିଛି । ଡକ୍ଟର ରାଜେଶ ଭାସ୍କରନ ନାୟାରଙ୍କ ୩,୨୩୩,୮୧୮ ପର୍ଯ୍ୟନ୍ତ ଇକ୍ୱିଟି ସେୟାର, ଅନୀତା ନାୟାରଙ୍କ ୧,୧୫୧,୪୫୪ ଇକ୍ୱିଟି ସେୟାର “ବ୍ୟକ୍ତିଗତ ବିକ୍ରୟ ଶେୟାରହୋଲ୍ଡର”, ଭିଡା ଟ୍ରଷ୍ଟି ପ୍ରାଇଭେଟ ଲିମିଟେଡ୍ (ଟ୍ରଷ୍ଟି ଅଫ୍ ଫିଗର୍ ଟ୍ରି ଟ୍ରଷ୍ଟ) ଙ୍କ ଦ୍ୱାରା ୩,୬୦୦,୦୦୦ ଇକ୍ୱିଟି ସେୟାର ଗ୍ରୁପ୍ ଲାଇଫ୍ ସ୍ପ୍ରିଙ୍ଗର ଅଂଶୀଦାର ଭାବରେ ବିପିସି ଜେନେସିସ୍ ଫଣ୍ଡ ୧ ଏସପିଭି ଲିଃ ଦ୍ୱାରା ୨,୬୫୭,୬୮୭ ଇକ୍ୱିଟି ସେୟାର, ବିପିସି ଜେନେରେସ୍ ଫଣ୍ଡ୍ ୧-ଏ ଏସପିଭି ଲିଃ ୧,୩୭୮,୫୨୭ ଇକ୍ୱିଟି ସେୟାର ଏବଂ ସିଏ ଡାଓନ ଇନଭେଷ୍ଟମେଣ୍ଟ ୧୦,୭୯୨,୬୫୦ ଇକ୍ୱିଟି ସେୟାର ଏଥିରେ ସାମିଲ ରହିଛି ।

କମ୍ପାନୀ କର୍ମଚାରୀଙ୍କ କ୍ରୟ ପାଇଁ ୧୨୫ ମିଲିୟନ୍ ଟଙ୍କାର ଇକ୍ୱିଟି ସେୟାରଗୁଡିକର ସଂରକ୍ଷଣ “କର୍ମଚାରୀ ସଂରକ୍ଷଣ ଅଂଶ” ଅନୁସାରେ କରାଯାଇଛି । କର୍ମଚାରୀ ସଂରକ୍ଷଣ ଅଂଶ (“କର୍ମଚାରୀ ରିହାତି”) ରେ ଟେଣ୍ଡର କରୁଥିବା ଯୋଗ୍ୟ କର୍ମଚାରୀଙ୍କୁ ଇକ୍ୱିଟି ସେୟାର ପ୍ରତି ୩୦ ଟଙ୍କା ରିହାତି ପାଇବେ ।

କମ୍ପାନୀ ଏହାର ନୂତନ ସାମଗ୍ରୀର ଅନ୍ୟତମ ସହାୟକ କମ୍ପାନୀ ଆଇଏଲଏସେଲ ହୋଲ୍ଡିଂରେ ବିନିଯୋଗ କରିବା ସହ ବଳକା ଟଙ୍କା ଋଣ ପରିଶୋଧ / ପ୍ରିପେମେଣ୍ଟ କମ୍ପାନୀର ପୁଞ୍ଜି ଖର୍ଚ୍ଚ ଆବଶ୍ୟକତା ପୂରଣ କରିବା ଏବଂ ଏହାର ଅନ୍ୟତମ ସାମଗ୍ରୀ ସହାୟକ କମ୍ପାନୀ ଇଣ୍ଡିଗେନ ଇନକମକୁ ଅର୍ଥ ପ୍ରଦାନ କରିବ ।

ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।

ରେଡ୍ ହେରିଙ୍ଗ୍ ପ୍ରୋସପେକ୍ଟସ୍ ମାଧ୍ୟମରେ ପ୍ରଦାନ କରାଯାଇଥିବା ଇକ୍ୱିଟି ସେୟାରଗୁଡିକ ବିଏସଇ ଏବଂ ଏନଏସଇ ରେ ତାଲିକାଭୁକ୍ତ ହେବାକୁ ପ୍ରସ୍ତାବ ଦିଆଯାଇଛି । କମ୍ପାନୀ ଯଥାକ୍ରମେ ଜାନୁୟାରୀ ୧୮, ୨୦୨୩ ଏବଂ ଜାନୁୟାରୀ ୧୯, ୨୦୨୩ ର ଚିଠି ଅନୁଯାୟୀ ଇକ୍ୱିଟି ସେୟାର ତାଲିକା ପାଇଁ ବିଏସଇ ଏବଂ ଏନଏସଇ ରୁ ନୀତିଗତ ଅନୁମୋଦନ ଗ୍ରହଣ କରିଛି ।

କୋଟାକ୍ ମହିନ୍ଦ୍ରା କ୍ୟାପିଟାଲ୍ କମ୍ପାନୀ ଲିମିଟେଡ୍‌, ସିଟିଗ୍ରୁପ୍ ଗ୍ଲୋବାଲ୍ ମାର୍କେଟସ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌, ଜେ.ପି ମୋର୍ଗାନ୍ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ଏବଂ ନୋମୁରା ଫାଇନାନସିଆଲ ଏଡଭାଇଜର ଏଣ୍ଡ ସିକ୍ୟୁରିଟିଜ୍ (ଇଣ୍ଡିଆ) ପ୍ରାଇଭେଟ ଲିମିଟେଡ୍ ବୁକ୍ ରନିଂ ଲିଡ୍ ମ୍ୟାନେଜର୍ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

nineteen − ten =