ଜାଣନ୍ତୁ ଆଜି ଦିନଟି ଆପଣଙ୍କ ପାଇଁ କେମିତି?
Aries (ମେଷ): ଆଜି ଆପଣଙ୍କ ଦିନଟି ଉତ୍ସାହ ଓ ଆନନ୍ଦରେ କଟିବ । ମନୋରଞ୍ଜନ ଏବଂ ଭ୍ରମଣରେ ସମୟ ବିତାଇବାର ସୁଯୋଗ ମିଳିପାରେ । ଜୀବନସାଥୀଙ୍କଠାରୁ ପୂର୍ଣ୍ଣ ସମର୍ଥନ ପାଇବେ । ବ୍ୟବସାୟରେ ନୂତନ ସୁଯୋଗ ମିଳିବା ସହ ଆର୍ଥିକ ଲାଭର ସମ୍ଭାବନା ରହିଛି । ଶିକ୍ଷା କ୍ଷେତ୍ରରେ ଉନ୍ନତି କରିବେ । କାର୍ଯ୍ୟାଳୟରେ କାମର ଚାପ ଅଧିକ ରହିପାରେ । ସାମାଜିକ ଜୀବନରେ ସଫଳତା ଓ ସମ୍ମାନ ମିଳିବ । ତେବେ ମାନସିକ ଚାପରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟର ଯତ୍ନ ନେବା ସହ କୌଣସି ବିଷୟରେ ଜିଦ୍ ନକରି ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ ।
Taurus (ବୃଷ): ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ନେଇ ଆସିବ । ବ୍ୟବସାୟରେ ଆର୍ଥିକ ଲାଭର ସୁଯୋଗ ରହିଛି । ବୈବାହିକ ଜୀବନ ସୁଖମୟ ହେବା ସହ ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ରହିବ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ ଏବଂ ସମ୍ପର୍କରେ ଉନ୍ନତି ଆସିବ । ତେବେ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ ଏବଂ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । ନକାରାତ୍ମକ ଚିନ୍ତା ମନକୁ ବିଚଳିତ କରିପାରେ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବାର ଆଶଙ୍କା ରହିଛି । କୋର୍ଟ କଚେରି ମାମଲାରୁ ଦୂରେଇ ରୁହନ୍ତୁ । ଛାତ୍ରଛାତ୍ରୀଙ୍କ ପାଇଁ ସମୟ ଭଲ ରହିବ ଏବଂ ନୂଆ ସୁଯୋଗ ମିଳିପାରେ ।
Gemini (ମିଥୁନ): ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । ଆର୍ଥିକ ଲାଭ ସହ ଅପ୍ରତ୍ୟାଶିତ ଧନପ୍ରାପ୍ତିର ଯୋଗ ରହିଛି । ବିଦେଶ ଯାତ୍ରା କରିବାର ସୁଯୋଗ ମିଳିପାରେ । ଚାକିରି କ୍ଷେତ୍ରରେ ପରିବର୍ତ୍ତନ କରିବାକୁ ଚାହୁଁଥିଲେ ନୂଆ ସୁଯୋଗ ମିଳିପାରେ । ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବ ଏବଂ ଶିକ୍ଷା କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବେ । ବନ୍ଧୁମାନଙ୍କ ସହ ସମୟ ବିତାଇବାର ସୁଯୋଗ ମିଳିବ, କିନ୍ତୁ ସେମାନଙ୍କ ପାଇଁ ଅଧିକ ଖର୍ଚ୍ଚ ହୋଇପାରେ । ବୈବାହିକ ଜୀବନରେ ଛୋଟମୋଟ ମତଭେଦ ଦେଖାଦେଇପାରେ । ଧୈର୍ଯ୍ୟ ରଖି ସମସ୍ୟାର ସମାଧାନ କରନ୍ତୁ । ଖାଦ୍ୟପେୟ ପ୍ରତି ଧ୍ୟାନ ଦେଲେ ସ୍ୱାସ୍ଥ୍ୟ ଭଲ ରହିବ ।
Cancer (କର୍କଟ): ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ଦେବ । ଆର୍ଥିକ ଲାଭର ସୁଯୋଗ ରହିଥିଲେ ମଧ୍ୟ ଅନାବଶ୍ୟକ ଖର୍ଚ୍ଚ ବଢ଼ିପାରେ । ଫଳରେ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପଡ଼ିପାରେ । ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ସମନ୍ୱୟ ରହିବ । ଘରର ପରିବେଶ ଶାନ୍ତିପୂର୍ଣ୍ଣ ରହିବ । ବେକାର ଯୁବକଯୁବତୀଙ୍କୁ ନିଯୁକ୍ତିର ନୂଆ ସୁଯୋଗ ମିଳିପାରେ । ବନ୍ଧୁମାନଙ୍କ ସହ ସାକ୍ଷାତ ହେବାର ଯୋଗ ରହିଛି । ତେବେ ଅନ୍ୟମାନଙ୍କ ସହ ଯୁକ୍ତିତର୍କରୁ ଦୂରେଇ ରୁହନ୍ତୁ । ଖାଦ୍ୟପେୟରେ ଅବହେଳା କରନ୍ତୁ ନାହିଁ । ସ୍ୱାସ୍ଥ୍ୟ ଖରାପ ହେବାର ଆଶଙ୍କା ଥିବାରୁ ନିଜର ଯତ୍ନ ନିଅନ୍ତୁ ।
Leo (ସିଂହ): ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । କାର୍ଯ୍ୟକ୍ଷେତ୍ରରେ କାମର ଚାପ ଅଧିକ ରହିପାରେ, ତଥାପି ଆପଣଙ୍କ ପରିଶ୍ରମ ସଫଳତା ଆଣିଦେବ । ଆର୍ଥିକ ସ୍ଥିତି ମଜବୁତ ହେବା ସହ ଧନଲାଭର ଯୋଗ ରହିଛି । ଚାକିରି କ୍ଷେତ୍ରରେ ପଦୋନ୍ନତି ମିଳିବାର ସମ୍ଭାବନା ରହିଛି । ପରିବାର ସଦସ୍ୟଙ୍କ ସହ ଭଲ ସମୟ ବିତାଇବେ । ଘରକୁ କୌଣସି ବନ୍ଧୁଙ୍କ ଆଗମନ ହୋଇପାରେ । ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ । ପରିବାରରେ ହସଖୁସିର ପରିବେଶ ରହିବ । ଦିନଟି ଆପଣଙ୍କ ପାଇଁ ସଫଳତା ଓ ସନ୍ତୋଷ ଆଣିପାରେ ।
Virgo (କନ୍ୟା): ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ରହିବ । ଆର୍ଥିକ ଲାଭର ସମ୍ଭାବନା ଥିବାରୁ ମନ ଖୁସି ରହିବ । ତେବେ ସମ୍ପତ୍ତି କିଣାବିକା କିମ୍ବା ନିବେଶ କରିବା ପୂର୍ବରୁ ଭଲଭାବେ ବିଚାର କରନ୍ତୁ ଏବଂ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ଅନାବଶ୍ୟକ ଆର୍ଥିକ କାରବାରରୁ ଦୂରେଇ ରହିବା ଭଲ । ଛାତ୍ରଛାତ୍ରୀମାନେ ନିଜ କ୍ୟାରିୟରରେ ମିଳୁଥିବା ସଫଳତାକୁ ନେଇ ଖୁସି ହେବେ । ଜୀବନସାଥୀଙ୍କଠାରୁ ସମର୍ଥନ ମିଳିବ । ତେବେ ପାରିବାରିକ ସମସ୍ୟା ମାନସିକ ଚିନ୍ତା ବଢ଼ାଇପାରେ । କୋର୍ଟ ମାମଲାରେ ସତର୍କ ରୁହନ୍ତୁ । ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହନ୍ତୁ । ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ ।
Libra (ତୁଳା): ଆଜି ଆପଣଙ୍କ ପାଇଁ ଦିନଟି ସାଧାରଣ ରହିବ । ବ୍ୟବସାୟରେ ଆର୍ଥିକ ଲାଭ ମିଳିବ, ହେଲେ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । ଦୀର୍ଘଦିନ ଧରି ପଡ଼ି ରହିଥିବା କାମଗୁଡ଼ିକ ଶେଷ ହେବାର ଯୋଗ ରହିଛି । ଚାକିରି କ୍ଷେତ୍ରରେ ଉନ୍ନତି ହେବ ଏବଂ ନୂଆ ଦାୟିତ୍ୱ ମିଳିପାରେ । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଭଲ ବୁଝାମଣା ରହିବା ସହ ବୈବାହିକ ଜୀବନ ସୁଖମୟ ହେବ । ତେବେ ପିଲାମାନଙ୍କୁ ନେଇ କିଛି ଚିନ୍ତା ଦେଖାଦେଇପାରେ । ମାନସିକ ଚାପ ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସତର୍କ ରୁହନ୍ତୁ । ଖର୍ଚ୍ଚ ବଢ଼ିବାରୁ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପାରେ । ଗାଈକୁ ଗୁଡ଼ ଖାଇବାକୁ ଦେବା ଶୁଭ ବୋଲି ମନେ କରାଯାଏ ।
Scorpio (ବିଛା): ଆଜି ଆପଣଙ୍କ ପାଇଁ ଦିନଟି ମିଶ୍ରିତ ଫଳ ନେଇ ଆସିବ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବା ସହ ଆର୍ଥିକ ଲାଭର ସମ୍ଭାବନା ରହିଛି । ବ୍ୟବସାୟ ସମ୍ବନ୍ଧୀୟ କାମରେ ଯାତ୍ରା କରିବାକୁ ପଡ଼ିପାରେ । ଏହି ଯାତ୍ରା ଆପଣଙ୍କ ପାଇଁ ଲାଭଦାୟକ ହେବ । ଧାର୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ ଏବଂ ଘରୋଇ କାମରେ ବ୍ୟସ୍ତ ରହିବେ । ବନ୍ଧୁମାନଙ୍କ ସହ ସାକ୍ଷାତ ହୋଇପାରେ । ତେବେ କଥାବାର୍ତ୍ତା ସମୟରେ ସଂଯମ ରଖନ୍ତୁ ଏବଂ ନକାରାତ୍ମକ ଚିନ୍ତାରୁ ଦୂରେଇ ରୁହନ୍ତୁ । ସ୍ୱାସ୍ଥ୍ୟ ସାଧାରଣ ରହିବ । ଭାଗ୍ୟର ଉନ୍ନତି ପାଇଁ ଭଗବାନ ଶିବଙ୍କୁ ଆରାଧନା କରନ୍ତୁ । କଠିନ ପରିଶ୍ରମ ଆପଣଙ୍କୁ ସଫଳତା ଦେବ ।
Sagittarius (ଧନୁ): ଆଜି ଆପଣଙ୍କ ପାଇଁ ଦିନଟି ଶୁଭ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବା ସହ ଉନ୍ନତିର ନୂଆ ରାସ୍ତା ଖୋଲିବ । ଦୀର୍ଘଦିନ ଧରି ଅଧା ରହିଥିବା କାମଗୁଡ଼ିକ ସମ୍ପୂର୍ଣ୍ଣ ହେବ । ନୂଆ କାମ ଆରମ୍ଭ କରିବା ପାଇଁ ମନରେ ଉତ୍ସାହ ଓ ପ୍ରେରଣା ରହିବ । ବେକାର ଯୁବକଯୁବତୀଙ୍କୁ ଚାକିରି ମିଳିବାର ସୁଯୋଗ ରହିଛି । ଯାତ୍ରା କରିବାର ଯୋଗ ମଧ୍ୟ ରହିଛି । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀମାନେ ଆପଣଙ୍କ କାମରେ ସନ୍ତୁଷ୍ଟ ହେବେ । ଛାତ୍ରଛାତ୍ରୀଙ୍କୁ ନୂଆ ସୁଯୋଗ ମିଳିବ । ପରିବାରରେ ଶାନ୍ତି ଓ ଖୁସିର ପରିବେଶ ରହିବ । ବନ୍ଧୁଙ୍କ ଆଗମନ ମନକୁ ଖୁସି କରିବ । ଧୈର୍ଯ୍ୟର ସହ କାମ କଲେ ଅଧିକ ଲାଭ ପାଇବେ ।
Capricorn (ମକର): ଆଜି ଆପଣଙ୍କ ପାଇଁ ଆର୍ଥିକ ଦୃଷ୍ଟିରୁ ଦିନଟି ଶୁଭ ରହିବ । ଧନଲାଭ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ । ପରିବାର ସଦସ୍ୟଙ୍କ ପରାମର୍ଶ ଆପଣଙ୍କୁ ଆର୍ଥିକ ଉନ୍ନତିର ରାସ୍ତା ଦେଖାଇପାରେ । ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବା ସହ ସମୟ ଭଲରେ କଟିବ । ଶିକ୍ଷା କ୍ଷେତ୍ରରେ ଉନ୍ନତି ହେବ ଏବଂ ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ । ସନ୍ତାନଙ୍କଠାରୁ କୌଣସି ଶୁଭ ଖବର ପାଇପାରନ୍ତି । ସମାଜରେ ଆପଣଙ୍କ ମାନସମ୍ମାନ ବଢ଼ିବ । ଶାରୀରିକ ଓ ମାନସିକ ଭାବେ ସତେଜ ରହିବେ । ତେବେ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ । ଅଯଥା ଯାତ୍ରାରୁ ଦୂରେଇ ରହିବା ସହ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
Aquarius (କୁମ୍ଭ): ଆଜି ଆପଣଙ୍କୁ କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼ିବ । ଆର୍ଥିକ ଆୟ ବଢ଼ିବାର ସମ୍ଭାବନା ରହିଛି, ଯାହା ଆପଣଙ୍କ ସ୍ଥିତିକୁ ମଜବୁତ କରିବ । ସମାଜରେ ଆପଣଙ୍କ ସମ୍ମାନ ଓ ପ୍ରତିଷ୍ଠା ବୃଦ୍ଧି ପାଇବ । ପରିବାରରେ ଆନନ୍ଦ ଓ ଉତ୍ସାହର ପରିବେଶ ରହିବ । ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ତେବେ ନକାରାତ୍ମକ ଚିନ୍ତା ଆପଣଙ୍କୁ ବିଚଳିତ କରିପାରେ । ଧୈର୍ଯ୍ୟର ଅଭାବ ଯୋଗୁଁ କାମରେ ବାଧା ଆସିପାରେ । ମାନସିକ ଚାପ ଓ ସ୍ୱାସ୍ଥ୍ୟ ସମସ୍ୟା ପ୍ରତି ସତର୍କ ରୁହନ୍ତୁ । ଶୁଭ ଫଳ ପାଇଁ ପ୍ରବାହିତ ଜଳରେ ନଡ଼ିଆ ଭସାଇବା ଉପଯୋଗୀ ବୋଲି କୁହାଯାଏ ।
Pisces (ମୀନ): ଆଜି ଆପଣଙ୍କ ପାଇଁ ଦିନଟି ଭଲ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବା ସହ କର୍ମକ୍ଷେତ୍ରରେ ଉନ୍ନତିର ଯୋଗ ରହିଛି । ଆୟ ବୃଦ୍ଧି ହେବାରୁ ପରିବାରରେ ଖୁସିର ପରିବେଶ ରହିବ । ବନ୍ଧୁମାନଙ୍କ ସହ ସାକ୍ଷାତ ହେବାର ସୁଯୋଗ ମିଳିପାରେ । ସ୍ୱାସ୍ଥ୍ୟ ଭଲ ରହିବା ସହ ମନ ପ୍ରଫୁଲ୍ଲିତ ରହିବ । ଜୀବନସାଥୀଙ୍କ ସହ ଭ୍ରମଣରେ ଯିବାର ଯୋଗ ରହିଛି । ନୂଆ ଯାନବାହନ କିଣିବା କିମ୍ବା ଉପଭୋଗ କରିବାର ସୁଯୋଗ ମିଳିପାରେ । କ୍ୟାରିୟରରେ ନୂଆ ମୋଡ଼ ଆସିବା ସହ ଚାକିରି କାମ ପ୍ରତି ଆଗ୍ରହ ବଢ଼ିବ । ବୈବାହିକ ଜୀବନରେ ଜୀବନସାଥୀଙ୍କୁ ଗୁରୁତ୍ୱ ଦିଅନ୍ତୁ । ଅନ୍ୟମାନଙ୍କ ପ୍ରତି ସକାରାତ୍ମକ ମନୋଭାବ ରଖିଲେ ଲାଭ ମିଳିବ ।

