Business

ରଣବୀର ସିଂହ ସିପି ପ୍ଲସ୍‌ର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ: ଭାରତର ସ୍ମାର୍ଟ ସିକ୍ୟୁରିଟି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡୁଛି

ଭୁବନେଶ୍ୱର: ଭାରତ ଯେପରି ଦ୍ରୁତ ଗତିରେ ଏକ ସ୍ମାର୍ଟ ଏବଂ ଡିଜିଟାଲ୍ ଜୀବନଶୈଳୀ ଆଡ଼କୁ ଅଗ୍ରସର ହେଉଛି, ସେହି ଅନୁପାତରେ ବୁଦ୍ଧିମତ୍ତାପୂର୍ଣ୍ଣ ସୁରକ୍ଷାର ଆବଶ୍ୟକତା ମଧ୍ୟ ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଉନ୍ନତ ସୁରକ୍ଷା ବ୍ୟବସ୍ଥାକୁ ସହଜ, ନିର୍ଭରଯୋଗ୍ୟ ଏବଂ ଗର୍ବର ସହିତ ‘ମେଡ୍‌-ଇନ୍‌-ଇଣ୍‌ତିଆ’ର ରୂପାୟନ ଦିଗରେ ନିଜର ପ୍ରତିବଦ୍ଧତାକୁ ଦୃଢ଼ତର କରି, ଭାରତର ଅଗ୍ରଣୀ ସୁରକ୍ଷା ଓ ନିରୀକ୍ଷଣ ବ୍ରାଣ୍ଡ ସିପି ପ୍ଲସ୍ ବଲିଉଡ୍‌ର ଜନପ୍ରିୟ ଅଭିନେତା ରଣବୀର ସିଂହଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବରେ ଘୋଷଣା କରିଛି ।
ଏହି ସହଯୋଗିତା କେବଳ ଏକ ବ୍ରାଣ୍ଡ ସହ ଯୋଡ଼ିହେବା ମାତ୍ର ନୁହେଁ, ବରଂ ଏହା ଆତ୍ମବିଶ୍ୱାସ, ନବସୃଜନ ଏବଂ ଆସ୍ଥାର ଏକ ମିଳିତ ଦୂରଦୃଷ୍ଟିକୁ ପ୍ରତିଫଳିତ କରୁଛି । ଏହି ମୂଲ୍ୟବୋଧଗୁଡ଼ିକ ହିଁ ସିପି ପ୍ଲସ୍‌କୁ ଦେଶର କୋଟି କୋଟି ଘର, ବ୍ୟବସାୟିକ ପ୍ରତିଷ୍ଠାନ, ଅନୁଷ୍ଠାନ ଏବଂ ସାର୍ବଜନୀନ ସ୍ଥାନଗୁଡ଼ିକୁ ଅତ୍ୟାଧୁନିକ ସୁରକ୍ଷା ପ୍ରଯୁକ୍ତିବିଦ୍ୟା ଦ୍ୱାରା ସୁରକ୍ଷିତ କରିବାରେ ସାହାଯ୍ୟ କରିଆସୁଛି ।
ଆନ୍ଧ୍ରପ୍ରଦେଶର କଡ଼ପାଠାରେ ଭିଡିଓ ସୁରକ୍ଷା ଉତ୍ପାଦ ପାଇଁ ଭାରତର ଅନ୍ୟତମ ବୃହତ୍ତମ ସମନ୍ୱିତ ନିର୍ମାଣ କେନ୍ଦ୍ର, ଦେଶର ସବୁଠାରୁ ବଡ଼ ଏସଟିକ୍ୟୁସି-ପ୍ରମାଣିତ ସମାଧାନର ପୋର୍ଟଫୋଲିଓ ଏବଂ ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଓ ‘ଆତ୍ମନିର୍ଭର ଭାରତ’ ଅଭିଯାନ ପ୍ରତି ଦୃଢ଼ ପ୍ରତିବଦ୍ଧତା ବଳରେ ସିପି ପ୍ଲସ୍ ଆଜି ଦେଶର ଅନ୍ୟତମ ସବୁଠାରୁ ବିଶ୍ୱସନୀୟ ଟେକ୍ନୋଲୋଜି ବ୍ରାଣ୍ଡ ଭାବରେ ଉଭା ହୋଇଛି ।
ଜଣେ ଉତ୍ତମ ପରଫର୍ମର ଏବଂ ଶୋ\’ମ୍ୟାନ୍ ଭାବରେ ପରିଚିତ ରଣବୀର ସିଂହ, ଦେଶବ୍ୟାପୀ ସ୍ମାର୍ଟ ସୁରକ୍ଷା ସମାଧାନକୁ ଅଧିକ ସହଜଲଭ୍ୟ, ପ୍ରାସଙ୍ଗିକ ଏବଂ ବ୍ୟାପକ ଭାବରେ ଆଦୃତ କରାଇବାର କମ୍ପାନୀର ଲକ୍ଷ୍ୟକୁ ଆଗକୁ ନେବା ପାଇଁ ସର୍ବଥା ଉପଯୁକ୍ତ ଅଟନ୍ତି ।
ଏହି ସହଯୋଗିତାକୁ ନେଇ ରଣବୀର ସିଂହ କହିଛନ୍ତି; “ସିପି ପ୍ଲସ୍ ସହିତ ଯୋଡ଼ିହେବା ମୋ ପାଇଁ ଅତ୍ୟନ୍ତ ଉତ୍ସାହଜନକ, ଯାହା ଭାରତର ସୁରକ୍ଷା ଶିଳ୍ପରେ ନିରନ୍ତର ନୂଆ ମାନଦଣ୍ଡ ସ୍ଥାପନ କରିଚାଲିଛି । ସୁରକ୍ଷିତ ଘର, କାର୍ଯ୍ୟସ୍ଥଳ ଏବଂ ସମାଜ ଗଠନ ପାଇଁ ପ୍ରଯୁକ୍ତିବିଦ୍ୟା ଯେତେବେଳେ ଅଧିକରୁ ଅଧିକ ଅପରିହାର୍ଯ୍ୟ ହୋଇପଡ଼ିଛି, ସେତେବେଳେ ସିପି ପ୍ଲସ୍ ଭାରତ ପାଇଁ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ନବସୃଜନ ସହ ଆଗରେ ରହିଛି । ଭାରତୀୟମାନଙ୍କ ସୁରକ୍ଷା ଚିନ୍ତାଧାରାକୁ ବଦଳାଉଥିବା ଏକ ବ୍ରାଣ୍ଡର ଅଂଶବିଶେଷ ହୋଇପାରିଥିବାରୁ ମୁଁ ଗର୍ବିତ ।”
ଏହି ଭାଗୀଦାରିତା ଉପରେ ମନ୍ତବ୍ୟ ଦେଇ ସିପି ପ୍ଲସ୍‌ର ମ୍ୟାନେଜିଂ ଡାଇରେକ୍ଟର ଆଦିତ୍ୟ ଖେମକା କହିଛନ୍ତି; “ସିପି ପ୍ଲସ୍‌ରେ ଆମର ଯାତ୍ରା ସବୁବେଳେ ଲୋକମାନଙ୍କର ବିଶ୍ୱାସଭାଜନ ନବସୃଜନ ମାଧ୍ୟମରେ ଏକ ନିରାପଦ, ସ୍ମାର୍ଟ ଏବଂ ଅଧିକ ସୁରକ୍ଷିତ ଭାରତ ଗଢ଼ିବା ଉଦ୍ଦେଶ୍ୟରେ ପରିଚାଳିତ । ଆଜି ପ୍ରଯୁକ୍ତିବିଦ୍ୟା ଦୈନନ୍ଦିନ ଜୀବନର ଏକ ଅପରିହାର୍ଯ୍ୟ ଅଂଶ ହୋଇଥିବାରୁ, ଆମର ସବୁଠାରୁ ମୂଲ୍ୟବାନ ସମ୍ପତ୍ତିଗୁଡ଼ିକର ସୁରକ୍ଷାରେ ବୁଦ୍ଧିମତ୍ତାପୂର୍ଣ୍ଣ ପ୍ରଯୁକ୍ତିର ଭୂମିକା ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା ଅତ୍ୟନ୍ତ ଜରୁରୀ ।
ଆମେ ରଣବୀର ସିଂହଙ୍କୁ ସିପି ପ୍ଲସ୍ ପରିବାରକୁ ସ୍ୱାଗତ କରି ଅତ୍ୟନ୍ତ ଆନନ୍ଦିତ । ତାଙ୍କର ଆତ୍ମବିଶ୍ୱାସ, ସଚ୍ଚୋଟତା ଏବଂ କୋଟି କୋଟି ଲୋକଙ୍କୁ ପ୍ରେରଣା ଦେବାର କ୍ଷମତା ଆମ ବ୍ରାଣ୍ଡର ମୂଲ୍ୟବୋଧ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି । ଏକାଠି ହୋଇ, ଆମେ ସ୍ମାର୍ଟ, ‘ମେଡ୍‌-ଇନ୍‌-ଇଣ୍‌ତିଆ’ ସୁରକ୍ଷା ସମାଧାନର ବାର୍ତ୍ତାକୁ ଦେଶର ପ୍ରତ୍ୟେକ କୋଣ ଅନୁକୋଣରେ ପହଞ୍ଚାଇବା ସହିତ ଗ୍ରାହକମାନେ ଆମ ପ୍ରତି ରଖିଥିବା ବିଶ୍ୱାସକୁ ଆହୁରି ସୁଦୃଢ଼ କରିବୁ ।”
ସିପି ପ୍ଲସ୍ ଭାରତର ସୁରକ୍ଷା ରୂପାନ୍ତରଣର ନେତୃତ୍ୱ ନେଉଥିବା ବେଳେ, ଏହି ସହଯୋଗିତା ବିଶ୍ୱସ୍ତରୀୟ ନବସୃଜନ ଏବଂ ଦେଶୀୟ ଶ୍ରେଷ୍ଠତାର ଏକ ଅନନ୍ୟ ସମନ୍ୱୟ ଭାବରେ ସାବ୍ୟସ୍ତ ହୋଇଛି । ଏହି ମାଧ୍ୟମରେ ସିପି ପ୍ଲସ୍ ଏବଂ ରଣବୀର ସିଂହ ସ୍ମାର୍ଟ ସୁରକ୍ଷା ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ବୃଦ୍ଧି କରିବା ସହ ବ୍ୟକ୍ତିବିଶେଷ, ବ୍ୟବସାୟ ଏବଂ ପ୍ରତିଷ୍ଠାନଗୁଡ଼ିକୁ ଏକ ନିରାପଦ ପରିବେଶ ସୃଷ୍ଟି କରୁଥିବା ପ୍ରଯୁକ୍ତିବିଦ୍ୟା ଆପଣାଇବା ପାଇଁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ବର୍ତ୍ତମାନ ସିପି ପ୍ଲସ୍ ଘରୋଇ ବାସଗୃହ ଓ ରିଟେଲ୍ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଶିକ୍ଷାନୁଷ୍ଠାନ, ସ୍ୱାସ୍ଥ୍ୟସେବା କେନ୍ଦ୍ର, ପରିବହନ ନେଟୱାର୍କ, ସରକାରୀ ଭିତ୍ତିଭୂମି ଏବଂ ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡ଼ିକୁ ସୁରକ୍ଷା ପ୍ରଦାନ କରୁଛି । ଅତ୍ୟାଧୁନିକ ନବସୃଜନ, ସ୍ୱଦେଶୀ ଉତ୍ପାଦନ ଏବଂ ଦେଶର ସବୁଠାରୁ ଶକ୍ତିଶାଳୀ ବ୍ୟାପକ ବିତରଣ ନେଟୱାର୍କ ସହିତ ସିପି ପ୍ଲସ୍ ଭାରତର ଭବିଷ୍ୟତକୁ ସୁରକ୍ଷିତ କରିବାର ପରିଭାଷାକୁ ଅଧିକ ସୁଦୃଢ଼ କରୁଛି ।

Share

Leave a Reply

Your email address will not be published. Required fields are marked *

18 − nine =