ଜାତୀୟ

ୟୁଟ୍ୟୁବରେ ଡେବ୍ୟୁ କଲେ ସଲମାନ

ବଲିଉଡ୍ ସୁପରଷ୍ଟାର ସଲମାନ୍ ଖାନ ନିଜର ପ୍ରଶଂସକଙ୍କୁ ସରପ୍ରାଇଜ ଦେଇଛନ୍ତି । ଭାଇଜାନ ସୋସିଆଲ ମିଡିଆରେ ଏହି ସରପ୍ରାଇଜକୁ ନିଜ ଫ୍ୟାନ୍ସଙ୍କ ସହିତ ସେୟାର କରିଛନ୍ତି । ସଲମାନ ଅଫିସିଆଲ ଭାବେ ୟୁଟ୍ୟୁବରେ ଡେବ୍ୟୁ କରିଛନ୍ତି । ୟୁଟ୍ୟୁବ ମାଧ୍ୟମରେ ନିଜର ବ୍ୟକ୍ତିଗତ ଏବଂ ପ୍ରଫେସନାଲ ଜୀବନଶୈଳୀର ମୁହୂର୍ତ୍ତକୁ ଫ୍ୟାନ୍ସଙ୍କୁ ଦେଖାଇବେ ।

ଏବେ ସଲମାନଙ୍କ ଜୀବନର ସବୁକିଛି ଜାଣିପାରିବେ ଫ୍ୟାନ୍ସ । ଭାଇଜାନ ୟୁଟ୍ୟୁବ ଜରିଆରେ ନିଜର ବ୍ୟକ୍ତିଗତ ଜୀବନ ସଂପର୍କରେ ଫ୍ୟାନ୍ସଙ୍କୁ ଜଣାଇବେ । ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଥିବା ନେଇ ଘୋଷଣା କରିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ୟୁଟ୍ୟୁବ ଚ୍ୟାନେଲର ଘୋଷଣା କରି ଏକ ଛୋଟ ଭିଡିଓ ସେୟାର କରିଛନ୍ତି । ସଲମାନ ଏନେଇ ଘୋଷଣା କରିବା ପରେ ପରେ, ତାଙ୍କ ଚ୍ୟାନେଲ୍ର ସବ୍ସ୍କ୍ରାଇବର୍ ସଂଖ୍ୟା ବଢ଼ିବାରେ ଲାଗିଛି ।

ଭିଡିଓ ସେୟାର କରି ସଲମାନ ଲେଖିଛନ୍ତି, ପ୍ରଥମରୁ ଆରମ୍ଭ କରିବା.. ମୋର ଅଫିସିଆଲ ୟୁଟ୍ୟୁବ ଚ୍ୟାନେଲ, ଏ ଠାରୁ ଜେଡ୍ ଯାଏଁ ସବୁକିଛି ମିଳିବ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା, ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ ହେବାର ୯ ଘଣ୍ଟା ଭିତରେ ତାଙ୍କ ଭିଡିଓ ୧.୩ଲକ୍ଷ ଭ୍ୟୁ ହୋଇସାରିଛି । ଭାଇଜାନ ଏହାର ୟୁଟ୍ୟୁବ ଚ୍ୟାନେଲ ବାୟୋରେ ଲେଖିଛନ୍ତି, ଫିଲ୍ମ ଆକ୍ଟର, ଆର୍ଟିଷ୍ଟ, ପେଣ୍ଟର, ସମାଜସେବୀ… ଏହା ମୋର ଅଫିସିଆଲ ଚ୍ୟାନେଲ । ଏହି ଭିଡିଓ ପୂର୍ବରୁ ୮ଟି ସର୍ଟ୍ସ ରହିଛି । ସଲମାନଙ୍କ ଘୋଷଣା ପରେ ଫ୍ୟାନସଙ୍କ ଉତ୍ସାହ ବଢିବାରେ ଲାଗିଛି ।

ସଲମାନଙ୍କ ପୂର୍ବରୁ ଅଭିନେତ୍ରୀ ଆଲିଆ ଭଟ୍ଟ, ଅଲ୍ଲୁ ଅର୍ଜୁନ, ପ୍ରିୟଙ୍କା ଚୋପ୍ରାଙ୍କ ଭଳି ବହୁ ଅଭିନେତା ଅଭିନେତ୍ରୀ ନିଜ ନିଜର ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିସାରିଛନ୍ତି । ଆଉ ଏହି ଚ୍ୟାନେଲ ମାଧ୍ୟମରେ ସେମାନେ ଅନେକ ବ୍ୟକ୍ତିଗତ ଘଟଣାର ଦୃଶ୍ୟ ଦେଖାଇଥାନ୍ତି । ସେପଟେ ସଲମାନ ଖାନ ଏବେ ବିଗ ବସ୍ ୨୦ର ହୋଷ୍ଟ କରୁଛନ୍ତି । ଏହା ବ୍ୟତୀତ ସେ ଅପୂର୍ବା ଲାଖିଆଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ମାତୃଭୂମି’ଲାଗି ବେଶ ଉତ୍ସାହିତ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × 3 =