ପଛକୁ ପଛ ପିଟି ହେଲା ୩ଟି ଟ୍ରକ୍: ଡ୍ରାଇଭର ମୃତ
ପଛକୁ ପଛ ପିଟି ହେଲା ୩ଟି ଟ୍ରକ୍ । ଡ୍ରାଇଭର ମୃତ । ବରଗଡ଼ ବୋରିଗୁମ୍ମା ଜାତୀୟ ରାଜପଥ ସଇଁତଳାରେ ସିରିଜ ଦୁର୍ଘଟଣା। ୩ଟି ଟ୍ରକ୍ ମଧ୍ୟରେ ଧକ୍କା ହେବାରୁ ଜଣେ ଡ୍ରାଇଭରଙ୍କର ଘଣାସ୍ଥଳରେ ମୃତ୍ୟୁ ହୋଇଛି। ପ୍ରଥମେ ଏକ ଲୁହା ବୋଝେଇ ଟ୍ରକକୁ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ୍ ଟ୍ରକ୍ ଧକ୍କା ଦେଇଥିଲା । କୁହୁଡ଼ି ଯୋଗୁ ଆଉ ଏକ୍ ଟ୍ରକ୍ ପଛପଟୁ ଆସି ପିଟି ହୋଇଥିଲା । ଘଟଣା ସ୍ଥଳରେ ସଇଁତଳା ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଛନ୍ତି ।

