ରାଜ୍ୟ

ଆଜି ୧୨ ଘଣ୍ଟିଆ ଓଡିଶା ବନ୍ଦ

INDIA ମେଣ୍ଟର ଓଡ଼ିଶା ବନ୍ଦ ଡାକରା । ସକାଳ ୬ଟାରୁ ସଂଧ୍ୟା ୬ଟା ଯାଏ ୧୨ ଘଣ୍ଟିଆ ବନ୍ଦ ପାଳନ ପାଇଁ ଆହ୍ବାନ । କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସହଯୋଗୀ ସିପିଆଇ, ସିପିଏମ,ଫରୱାର୍ଡ ବ୍ଲକ, ଏନସିପି ଶରଦ ପାୱାର, ସମାଜବାଦୀ ପାର୍ଟି, ଆରଜେଡି ଓ ଜେଏମଏମ ସାମିଲ ହେବେ । ୪ ଦଫା ଦାବିରେ ବନ୍ଦ ଡାକରା ଦେଇଛି ଇଣ୍ଡିଆ ମେଣ୍ଟ ।

MMDR ସଂଶୋଧନ ଆଇନକୁ ପ୍ରତ୍ୟାହାର, ପାଠ୍ୟପୁସ୍ତକରେ ତ୍ରୁଟି ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, SIR ପ୍ରସଙ୍ଗରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ରଖାଯାଇଛି । ବନ୍ଦକୁ ଶାନ୍ତିପୂର୍ଣ୍ଣ ଭାବେ ସଫଳ କରିବା ପାଇଁ ଜନସାଧାରଣ, ବ୍ୟବସାୟୀ, ଶ୍ରମିକ, କୃଷକ, ଛାତ୍ର-ଯୁବ ସଂଗଠନକୁ ମେଣ୍ଟ ପକ୍ଷରୁ ଅପିଲ କରାଯାଇଛି। ବନ୍ଦ ରହିପାରେ ଦୋକାନ ବଜାର, ବ୍ୟାବସାୟିକ ପ୍ରତିଷ୍ଠାନ ଓ ବେସରକାରୀ ଅଫିସ ।

ପ୍ରଭାବିତ ହୋଇପାରେ ସାଧାରଣ ପରିବହନ ବ୍ୟବସ୍ଥା । ପ୍ରମୁଖ ରେଳ ଓ ସଡ଼କ ପଥରେ ଆନ୍ଦୋଳନକାରୀମାନେ ପିକେଟିଂ କରିବା ଯୋଗୁଁ ଯାତାୟାତରେ ବାଧା ସୃଷ୍ଟି ହୋଇପାରେ। ଟ୍ରକ, ଅଟୋ ଆଦି ସେବା ବନ୍ଦ ରହିପାରେ । ପରିବହନ ବ୍ୟବସ୍ଥାରେ ସମସ୍ୟା ଓ ସୁରକ୍ଷା ଦୃଷ୍ଟିରୁ କେତେକ ସ୍କୁଲ ଓ କଲେଜ ବନ୍ଦ କରାଯାଇଛି।

ବସ ଚଳାଚଳ କରିବ ବୋଲି ରାଜ୍ୟ ଘରୋଇ ବସ ମାଲିକ ସଂଘ ସଭାପତି ବରଦା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି । ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯାଇଛି । ହସ୍ପିଟାଲ, !ଔଷଧ ଦୋକାନ, ଆମ୍ବୁଲାନ୍ସ, ଅଗ୍ନିଶମ ସେବା, କ୍ଷୀର ଯୋଗାଣ ଓ ଅନ୍ୟ ଜରୁରୀକାଳୀନ ସେବା ଜାରି ରହିବ । ବନ୍ଦ ସମୟରେ ସାଧାରଣ ଲୋକଙ୍କ ସୁରକ୍ଷା, ଜରୁରୀ ସେବା ଏବଂ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ପ୍ରଶାସନର ନଜର ରହିବ ।

Share

Leave a Reply

Your email address will not be published. Required fields are marked *

twenty − 15 =