ଏସ୍ବିଆଇ ଜେନେରାଲ୍ ଇନସ୍ୟୁରାନ୍ସର ୨୦୨୬-୨୭ ଆର୍ଥିକ ବର୍ଷରେ ଜିଡିପିଆଇରେ ୧୦.୯% ବୃଦ୍ଧି
ଭୁବନେଶ୍ୱର: ଦେଶର ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଅଭିବୃଦ୍ଧି ଧାରା ବଜାୟ ରଖିଛି। ବିବିଧ ପୋର୍ଟଫୋଲିଓ, ଶୃଙ୍ଖଳିତ କାର୍ଯ୍ୟକାରିତା ଓ ଏକ ଦୃଢ଼ ପୁଞ୍ଜି ସ୍ଥିତି ଜରିଆରେ ପୟମୁଖ ବର୍ଗରେ କମ୍ପାନି ଏହାର ବ୍ୟବସାୟକୁ ସୁଦୃଢ଼ କରିବା ଜାରି ରଖିଛି। ମୋଟ୍ ପ୍ରତ୍ୟେକ୍ଷ ପ୍ରିମିୟମ (ଜିଡିପିଆଇ) ଆୟ ବାର୍ଷିକ ୧୦.୯ ପ୍ରତିଶତ ବୃଦ୍ଧି ପାଇ ୩୫୦୬ କୋଟି ଟଙ୍କା ହୋଇଛି।
ଉଭୟ ଖୁଚୁରା ଓ ବାଣିଜ୍ୟିକ କ୍ଷେତ୍ରରୁ ଦୃଢ଼ ଅବଦାନ ସହିତ ବ୍ୟବସାୟ ପୋର୍ଟଫୋଲିଓରେ ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସ ବ୍ୟାପକତା ଗଠନ କରିବା ଜାରି ରଖିଛି। ଏହି ତ୍ରୈମାସିକରେ ସ୍ୱାସ୍ଥ୍ୟ ୪୯.୯ ପ୍ରତିଶତ ଓ ପିଏ ୨୬.୩ ପ୍ରତିଶତ ବଢ଼ିଛି ଏବଂ ଇଞ୍ଜିନିୟରିଂ ଓ ମେରାଇନ କାର୍ଗୋ ୯୫.୪ ପ୍ରତିଶତ ଓ ୧୬.୮ ପ୍ରତିଶତ ବୃଦ୍ଧି ପାଇଛି। ବିଭିନ୍ନ କ୍ଷେତ୍ରରେ ବ୍ୟାପକ ପ୍ରଦର୍ଶନ ଉଭୟ ଖୁଚୁରା ଓ ବାଣିଜ୍ୟିକ ବ୍ୟବସାୟରେ ବ୍ୟାପକତା ଗଠନ କରିବା ଉପରେ କମ୍ପାନିର ଗୁରୁତ୍ୱକୁ ଜଣାଉଛି।
ବ୍ୟବସାୟ ସମ୍ପ୍ରସାରଣ ଓ ଆର୍ଥିକ ଶୃଙ୍ଖଳା ମଧ୍ୟରେ ସଠିକ୍ ସନ୍ତୁଳନ ବଜାୟ ରଖି କମ୍ପାନି ଏହାର ପ୍ରଦର୍ଶନ ଜାରି ରଖିଛି। ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ବ୍ୟାପକ ଆୟ ୫୭୩ କୋଟି ଟଙ୍କା ଓ ଟିପସ ପରବର୍ତ୍ତୀ ଲାଭ (ପିଏଟି) ୪୨୬ କୋଟି ଟଙ୍କା ରହିଛି। ପ୍ରଥମ ତ୍ରୈମାସିକରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ସଲଭେନ୍ସି ଅନୁପାତ ୨.୦ ଗୁଣା ଓ ମିଳିତ ପରିଚାଳନା ଅନୁପାତ (ସିଓଆର୍) ୯୬.୧୮ ପ୍ରତିଶତ ରହିଛି ଯାହା ଦୃଢ଼ ପୁଞ୍ଜି ସ୍ଥିତିକୁ ଦର୍ଶାଉଛି ଓ କମ୍ପାନିର ଅଭିବୃଦ୍ଧି ଆକାଂକ୍ଷା ପାଇଁ ଦୃଢ଼ ମୂଳଦୁଆ ପ୍ରଦାନ କରୁଛି। ନୂତନ ଭାବେ ଗ୍ରହଣୀୟ ହୋଇଥିବା ଇଣ୍ଡ୍ ଏଏସ୍ ଫ୍ରେମ୍ୱର୍କ ଅଧୀନରେ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଏହାର ଆର୍ଥିକ ଫଳାଫଳ ଘୋଷଣା କରିଛି।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମ୍ଡି ଓ ସିିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି ଯେ, “ସବୁ ପ୍ରମୁଖ ମାନଦଣ୍ଡରେ ନିରନ୍ତର ଅଭିବୃଦ୍ଧି ସହ ୨୦୨୬-୨୭ ଆର୍ଥିକ ବର୍ଷକୁ ଆମେ ଦୃଢ଼ ଭାବେ ଆରମ୍ଭ କରିଛୁ। ଆମେ ଦୃଢ଼ ମୁଳଦୁଆ ଗଠନ କରିଛୁ ଓ ବର୍ଷତମାମ ସେହି ଅଭିବୃଦ୍ଧି ଧାରା ବଜାୟ ରଖିବାକୁ ଆଶା ରଖିଛୁ। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଆମର ଜିଡିପିଆଇ ୩୫୦୬ କୋଟଇ ଟଙ୍କା ଓ ବ୍ୟାପକ ଆୟ ୫୭୩ କୋଟି ଟଙ୍କା ରହିଛି ଯାହା ଗ୍ରାହକ ବିଶ୍ୱାସ ଓ ଦ୍ରୁତ କାର୍ଯ୍ୟକ୍ଷମତା ସହିତ ସନ୍ତୁଳିତ ଅଭିବୃଦ୍ଧି ଓ ଲାଭ ଉପରେ ଆମର ଗୁରୁତ୍ୱକୁ ପ୍ରତିଫଳିତ କରୁଛି। ଆମ ଦକ୍ଷତାକୁ ଆହୁରି ସୁଦୃଢ଼ କରିବା ଓ ଆମ ଗ୍ରାହକମାନଙ୍କ ପାଇଁ ଯାହା ଗୁରୁତ୍ୱ ରଖୁଛି ତାହାକୁ ସୁରକ୍ଷିତ ରଖିବା ପାଇଁ ଆମ ପ୍ରତିଶ୍ରୁତି ପାଳନ କରିବାକୁ ଆମେ ପ୍ରତିବଦ୍ଧ ରହିଛୁ।’’
ଏସବିଆଇ ଜେନେରାଲ୍ ଇନସ୍ୟୁରାନ୍ସର ସିଏଫ୍ଓ ଶ୍ରୀ ଜିତେନ୍ଦ୍ର ଆତ୍ରା କହିଛନ୍ତି ଯେ, “ସାଧାରଣ ବୀମା କମ୍ପାନି ମଧ୍ୟରେ ଇଣ୍ଡ୍ ଏଏସ୍ ଫ୍ରେମ୍ୱର୍କକୁ ଗ୍ରହଣ କରିବାରେ ଆମେ ପ୍ରଥମ ଯାହା ଆମ ଆର୍ଥିକ ରିପୋର୍ଟିଂ ଯାତ୍ରାରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟକୁ ଦର୍ଶାଉଛି ଏବଂ ତାହା ଆମ ଅଂଶୀଦାରମାନଙ୍କ ପାଇଁ ସ୍ୱଚ୍ଛତା ଓ ତୁଳନାରେ ଆହୁରି ଉନ୍ନତି ଆଣିପାରିବ। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ ଆମେ ଦୃଢ଼ ୧୭.୪ ପ୍ରତିଶତର ବ୍ୟାପକ ଅଭିବୃଦ୍ଧି ହାସଲ କରିଥିବା ବେଳେ ବ୍ୟାପକ ଭାବେ ଆର୍ଥିକ ଶୃଙ୍ଖଳାକୁ ବଜାୟ ରଖିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ। ୨.୦ ଗୁଣାର ସଲଭେନ୍ସି ଅନୁପାତ ସହିତ ନିରନ୍ତର ଅଭିବୃଦ୍ଧିକୁ ବଜାୟ ରଖିବା ସହିତ ଆର୍ଥିକ ଦୃଢ଼ତା ଓ ଶୃଙ୍ଖଳା ବଜାୟ ରଖିିଛୁ।’’
୨୦୨୬-୨୭ ଆର୍ଥିକ ବର୍ଷ ଜାରି ରହିଥିବା ବେଳେ କମ୍ପାନି ଶୃଙ୍ଖଳାକୁ ବଜାୟ ରଖିବା, ଅଣ୍ଡରରାଇଟିଂକୁ ସୁଦୃଢ଼ କରିବା ଏବଂ ପରିଚାଳନା ଦକ୍ଷତାକୁ ବଢ଼ାଇବା ଉପରେ ଏହାର ଧ୍ୟାନ ବଜାୟ ରଖିଛି। ଏକ ବର୍ଦ୍ଧିତ ଓ ବିବିଧ ପୋର୍ଟଫୋଲିଓ, ଦୃଢ଼ ପୁଞ୍ଜି ସ୍ଥିତି ଏବଂ ପ୍ରଯୁକ୍ତି ଓ ବିତରଣରେ ନିରନ୍ତର ନିବେଶ ସହିତ ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ଏହି ଧାରାକୁ ନିରନ୍ତର ବଜାୟ ରଖିବା, ବୀମା ସାନ୍ଦ୍ରତା ବଢ଼ାଇବା ଏବଂ ଭାରତରେ ଉଦୀୟମାନ ସାଧାରଣ ବୀମା ଦୃଶ୍ୟପଟ୍ଟକୁ ସୁଦୃଢ଼ କରିବା ପାଇଁ ଭଲ ସ୍ଥିତିରେ ରହିଛି।

