ରାଜ୍ୟ

ସେପ୍ଟେମ୍ବର ୨୨ତାରିଖରୁ ବିଧାନସଭା ଅଧିବେଶନ

ଆସନ୍ତା ସେପ୍ଟେମ୍ବର ୨୨ତାରିଖରୁ ଆରମ୍ଭ ହେବ  ସପ୍ତଦଶ ଓଡ଼ିଶା ବିଧାନସଭାର ସପ୍ତମ ଅଧିବେଶନ । ବିଧାନସଭା ସଚିବାଳୟ ପକ୍ଷରୁ ଜାରି ଅଧିବେଶନର ଚିଠା କାର୍ଯ୍ୟସୂଚୀରୁ ଏନେଇ ସୂଚନା ମିଳିଛି ।  ମୌସୁମୀ ଅଧିବେଶନରେ ରହିବ ୯ କାର୍ଯ୍ୟଦିବସ ।  ଚିଠା କାର୍ଯ୍ୟସୂଚୀ ଅନୁସାରେ ସେପ୍ଟେମ୍ବର ୨୨, ୨୩ ଓ ୨୪ ତାରିଖ ଲଗାତାର ତିନି ଦିନ ବିଧାନସଭାରେ ସରକାରୀ କାର୍ଯ୍ୟ ରହିବ ।

ଆସନ୍ତା ୨୫ ବେସରକାରୀ କାର୍ଯ୍ୟ ଦିବସ ପାଇଁ ଧାର୍ଯ୍ୟ କରାଯାଇଛି ।  ଏହିଦିନ ବେସରକାରୀ ସଦସ୍ୟଙ୍କ ବିଲ୍ ଓ ସଂକଳ୍ପ ଉପରେ ଆଲୋଚନା ହୋଇପାରେ ।  ସେପ୍ଟେମ୍ବର ୨୬ ଓ ୨୭ ବିଧାନସଭାର ଅଧିବେଶନ ବସିବ ନାହିଁ। ସେପ୍ଟେମ୍ବର ୨୮ଠାରୁ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବ। ୨୮, ୨୯ ଓ ୩୦ ତାରିଖରେ ସରକାରୀ କାର୍ଯ୍ୟ ଦିବସ ରହିଛି ।  ଅକ୍ଟୋବର ୧ ତାରିଖ ମଧ୍ୟ ଗୃହରେ ସରକାରୀ କାର୍ଯ୍ୟ ଚାଲିବ ।  ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଛୁଟି ରହିବ।  ଏହାପରେ ଅକ୍ଟୋବର ୩ରେ ପୁଣି ବିଧାନସଭା ବସିବ ଏବଂ ସରକାରୀ କାର୍ଯ୍ୟ ହେବ ।

Share

Leave a Reply

Your email address will not be published. Required fields are marked *

9 − 3 =