Wednesday, August 19, 2026
Business

ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ପ୍ରଚାର ପାଇଁ ଅନୁଗୋଳ ରେ ସୋଲାର ରଥ ର ଶୁଭାରମ୍ଭ କଲା ଟିପିସିଓଡିଏଲ୍

ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍) ପକ୍ଷରୁ ସମଗ୍ର ଜିଲ୍ଲାରେ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନା ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଏବଂ ରୁଫଟପ୍ ସୋଲାର ସ୍ଥାପନକୁ ପ୍ରୋତ୍ସାହିତ କରିବା ପାଇଁ ଆଜି ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସୋଲାର ରଥ ର ଶୁଭାରମ୍ଭ କରାଯାଇଛି।
ଟିପିସିଓଡିଏଲ୍‌ର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର (ଆଇଏଏସ୍) ଏହି ସୋଲାର ରଥ ଅଭିଯାନର ଶୁଭାରମ୍ଭ କରିଥିଲେ। ଏହି ଗାଡ଼ିଟି ଅନୁଗୋଳ ଜିଲ୍ଲାର ମଡେଲ ସୋଲାର ଭିଲେଜ ଏବଂ ଅନ୍ୟାନ୍ୟ ଗ୍ରାମଗୁଡ଼ିକ ପରିକ୍ରମା କରି ଉପଭୋକ୍ତାମାନଙ୍କୁ ସୌର ଶକ୍ତିର ଲାଭ, ଘରୋଇ ରୁଫଟପ୍ ସୋଲାର ବ୍ୟବସ୍ଥା, ସରକାରୀ ସବସିଡି ଏବଂ ସ୍ଥାପନ ପ୍ରକ୍ରିୟା ସମ୍ପର୍କରେ ଅବଗତ କରାଇବ। ଏଥିସହିତ ସୋଲାର ସାଙ୍ଗ ଟିମ୍ ଉପଭୋକ୍ତାମାନଙ୍କ ସହ ଆଲୋଚନା କରି ସେମାନଙ୍କର ପ୍ରଶ୍ନର ସମାଧାନ ମଧ୍ୟ କରିବେ।
ଏହି ଅବସରରେ ଅନୁଗୋଳ ଜିଲ୍ଲାପାଳ ଶ୍ରୀ ଅବ୍‌ଦାଲ୍ ମୁହମ୍ମଦ୍ ଅଖ୍‌ତର (ଆଇଏଏସ୍) କହିଛନ୍ତି ଯେ, “ସୋଲାର ରଥ ଅଭିଯାନ ରୁଫଟପ୍ ସୋଲାର ସମ୍ପର୍କିତ ସଚେତନତାକୁ ସିଧାସଳଖ ଲୋକଙ୍କ ନିକଟରେ ପହଞ୍ଚାଇବ ଏବଂ ଅଧିକରୁ ଅଧିକ ପରିବାରକୁ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ଲାଭ ଉଠାଇବାରେ ସାହାଯ୍ୟ କରିବ। ଏଭଳି ପଦକ୍ଷେପ ନବୀକରଣଯୋଗ୍ୟ ଶକ୍ତିର ପ୍ରସାର ତଥା ଦୀର୍ଘସ୍ଥାୟୀ ବିକାଶରେ ଯୋଗଦାନ ଦେବ।”
ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ ଏସ୍. କାଲେ କହିଛନ୍ତି ଯେ, “ସୋଲାର ରଥ ଅଭିଯାନ ମାଧ୍ୟମରେ ଆମେ ପିଏମ୍ ସୂର୍ଯ୍ୟ ଘର: ମୁଫ୍‌ତ ବିଜିଲି ଯୋଜନାର ସୁବିଧାଗୁଡ଼ିକୁ ଉପଭୋକ୍ତାମାନଙ୍କ ନିକଟତର କରୁଛୁ। ତୃଣମୂଳ ସ୍ତରରେ ସଚେତନତା ସୃଷ୍ଟି କରିବା ଏବଂ ଲୋକଙ୍କ ସହ ଯୋଡ଼ିହେବା ଦ୍ୱାରା ରୁଫଟପ୍ ସୋଲାର ଆପଣେଇବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ଓଡ଼ିଶାର ସ୍ୱଚ୍ଛ ଶକ୍ତିର ଭବିଷ୍ୟତରେ ଯୋଗଦାନ ଦେବା ଆମର ମୁଖ୍ୟ ଲକ୍ଷ୍ୟ।”
ଟିପିସିଓଡିଏଲ୍ ‘ମୋ ଛାତ, ମୋ ସଞ୍ଚୟ’, ଗ୍ରାମସଭା ଏବଂ ସୋଲାର ରଥ ଅଭିଯାନ ଭଳି ବିଭିନ୍ନ ପଦକ୍ଷେପ ମାଧ୍ୟମରେ ରୁଫଟପ୍ ସୋଲାରର ବ୍ୟବହାରକୁ ଲଗାତାର ଉତ୍ସାହିତ କରିଆସୁଛି, ଯାହାଦ୍ୱାରା ପ୍ରତ୍ୟେକ ଉପଭୋକ୍ତା ସହଜରେ ସ୍ୱଚ୍ଛ ଓ ସୁଲଭ ସୌର ଶକ୍ତି ପାଇପାରିବେ।

Share

Leave a Reply

Your email address will not be published. Required fields are marked *

fifteen − thirteen =