Business

କର୍ପୋରେଟ୍ ଭାରତ ପାଇଁ ନିଯୁକ୍ତି ନିରାପତ୍ତା ଓ ଇଏମ୍‌ଆଇଠାରୁ ବଡ଼ ଆର୍ଥିକ ଚିନ୍ତା ହେଉଛି ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଖର୍ଚ୍ଚ: ଟାଟା ଏଆଇଜି ସର୍ବେକ୍ଷଣ

ଭୁବନେଶ୍ୱର: ଟାଟା ଏଆଇଜି ଜେନେରାଲ୍ ଇନସ୍ୟୁରାନ୍ସ କମ୍ପାନି ପକ୍ଷରୁ “ଦି କର୍ପୋରେଟ୍ ହେଲ୍‌ଥ ପ୍ରୋଟେକ୍ସନ ପଲ୍‌ସ ୨୦୨୬”କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ କର୍ପୋରେଟ୍ କର୍ମଚାରୀମାନଙ୍କ ମଧ୍ୟରେ ସ୍ୱାସ୍ଥ୍ୟକୁ ନେଇ ବଢ଼ୁଥିବା ଚିନ୍ତା ଉପରେ ଆଲୋକପାତ କରାଯାଇଛି। ଏହି ସର୍ବେକ୍ଷଣରୁ ଜଣାପଡ଼ିଛି ଯେ କର୍ପୋରେଟ୍ କର୍ମଚାରୀମାନଙ୍କ ପାଇଁ ବର୍ଦ୍ଧିତ ସ୍ୱାସ୍ଥ୍ୟସେବା ଖର୍ଚ୍ଚ ହେଉଛି ଅନ୍ୟତମ ବଡ଼ ଚିନ୍ତା ଯାହା ନିଯୁକ୍ତି ନିରାପତ୍ତା ଓ ଇଏମ୍‌ଆଇ ଦାୟିତ୍ୱଠାରୁ ମଧ୍ୟ ବଳିଯାଇଛି।
ଏହି ସର୍ବେକ୍ଷଣରେ ଅଂଶଗ୍ରହଣ କରିଥିବା ୯୪ ପ୍ରତିଶତ ଲୋକ ଅକସ୍ମାତ ମେଡିକାଲ ଖର୍ଚ୍ଚକୁ ସେମାନଙ୍କ ଆର୍ଥିକ ଚିନ୍ତାର କାରଣ ବୋଲି କହିଛନ୍ତି। ମାତ୍ର ୧୨ ପ୍ରତିଶତ ଲୋକ ବିଶ୍ୱାସ କରୁଛନ୍ତି ଯେ ବିନା ଚାକିରିରେ ସେମାନେ ଏକ ବର୍ଷରୁ ଅଧିକ ସମୟ ଆର୍ଥିକ ସ୍ତରରେ ପରିଚାଳନା କରିପାରିବେ। ଏଥିରୁ ଏହା ପ୍ରତିୟମାନ ହୋଇଛି ଯେ କର୍ପୋରେଟ କର୍ମଚାରୀମାନେ ଦୀର୍ଘ ସମୟ ରୋଜଗାର ହରାଇବା ସ୍ଥିତିର ମୁକାବିଲା କରିପାରିବେ ନାହିଁ। ପ୍ରତି ୧୦ ଜଣରୁ ୭ ଜଣ କହିଛନ୍ତି ଯେ ଚାକିରି ହରାଇଲେ ସେମାନେ ଛଅ ମାସ ଚଳିପାରିବେ। କର୍ପୋରେଟ ଭାରତର ୫ଟି ପ୍ରମୁଖ ସ୍ୱାସ୍ଥ୍ୟ ସମ୍ପର୍କିତ ଚିନ୍ତା ହେଉଛି ହସ୍ପିଟାଲରେ ଭର୍ତ୍ତିିର୍, ଜୀବନଶୈଳୀ ରୋଗ, ପରିବାରର ସ୍ୱାସ୍ଥ୍ୟ ବୀମା, ମାନସିକ ସ୍ୱାସ୍ଥ୍ୟ ଓ ସଂଚୟର ଅଭାବ।
ଏହି ସର୍ବେକ୍ଷଣରୁ ଏହା ମଧ୍ୟ ଜଣାପଡ଼ିଛି ଯେ ଚାକିରି ବଦଳାଇବା ସମୟରେ ସ୍ୱାସ୍ଥ୍ୟ ସେବା ଖର୍ଚ୍ଚକୁ ଚିହ୍ନଟ କରିବା ହେଉଛି ସବୁଠୁ ବଡ଼ ଆର୍ଥିକ ଚିନ୍ତା ଯାହା ଆୟ ହରାଇବା ଓ ଇଏମଆଇ ଚିନ୍ତାକୁ ବଳିଯାଇଛି। ୮୮ ପ୍ରତିଶତ ଲୋକ କହିଛନ୍ତି ଯେ ଚାକିରି ପରିବର୍ତ୍ତନ ସମୟରେ ଏକ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ବୀମା ଜରୁରୀ। କେବଳ ୪୦ ପ୍ରତିଶତ ଉତ୍ତରଦାତା ସେଭଳି ସମାଧାନ ବିଷୟରେ ଜାଣିଛନ୍ତି। ଅର୍ଥାତ ଏନେଇ ବ୍ୟାପକ ଜନସଚେତନତାର ଆବଶ୍ୟକତା ରହିଛି।
ଟାଟା ଏଆଇଜି ଜେନେରାଲ ଇନସ୍ୟୁରାନ୍ସର ରିଟେଲ-ହେଲ୍‌ଥ ଅଣ୍ଡରରାଇଟିଂ ମୁଖ୍ୟ ଡକ୍ଟର ସନ୍ତୋଷ ପୁରୀ କହିଛନ୍ତି ଯେ, “ଆମର ଏହି ସର୍ବେକ୍ଷଣର ଲକ୍ଷ୍ୟ ଥିଲା ସ୍ୱାସ୍ଥ୍ୟବୀମାକୁ କର୍ପୋରେଟ କର୍ମଚାରୀମାନେ କିଭଳି ଗ୍ରହଣ କରୁଛନ୍ତି ତାହାକୁ ବୁଝିବା ଓ ସଚେନତା ଓ ପ୍ରସ୍ତୁତି ମଧ୍ୟରେ ରହିଥିବା ଅଭାବକୁ ଚିହ୍ନଟ କରିବା। କର୍ମଚାରୀ କଲ୍ୟାଣ କ୍ଷେତ୍ରରେ ଗ୍ରୁପ ମେଡିକାଲ ବୀମା ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ ହୋଇରହିଥିବା ବେଳେ ସେହି ସୁବିଧା କେତେ ପର୍ଯ୍ୟନ୍ତ କାମରେ ଲାଗିବ ଏବଂ ଚାକିରି ପରିବର୍ତ୍ତନ ସମୟରେ ଜରୁରୀକାଳୀନ ମେଡିକାଲ କାମରେ ତାହା କେତେ ପର୍ଯ୍ୟାପ୍ତ ରହିବ, ତାହାକୁ ନେଇ ବହୁ ଲୋକ ଅନିଶ୍ଚିତ ରହିଛନ୍ତି। ସ୍ୱାସ୍ଥ୍ୟସେବା ଖର୍ଚ୍ଚ ବଢ଼ୁଥିବା ବେଳେ ସଚେତନତା ଓ ଆର୍ଥିକ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ ବୋଲି ଆମର ବିଶ୍ୱାସ ରହିଛି। ଆମେ ଆଶା କରୁଛୁ ଯେ ଏହି ସୂଚନା କର୍ମଚାରୀମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଆବଶ୍ୟକତା ଉପରେ ସୂଚନା ଆଧାରିତ ନିଷ୍ପତି ନେବା ଏବଂ ଏକ ଅଧିକ ଆର୍ଥିକ ଦୃଢ଼ ଶ୍ରମଶକ୍ତି ଗଠନ କରିବାରେ ନିଯୁକ୍ତିଦାତା, ବୀମା କମ୍ପାନି ଓ ପଲିସିଧାରକଙ୍କ ମଧ୍ୟରେ ଦୃଢ଼ ସହଯୋଗିତା ଗଠନ କରିବା ପାଇଁ କର୍ମଚାରୀମାନଙ୍କୁ ଉତ୍ସାହିତ କରିବ।’’
ନିଯୁକ୍ତିଦାତା ପ୍ରଦାନ କରିଥିବା ଗ୍ରୁପ୍ ମେଡିକାଲ୍ ବୀମା ସୁରକ୍ଷା ଉପରେ ହୋଇଥିବା ଅଧ୍ୟୟନରୁ ଜଣାପଡ଼ିଛି ଯେ ୮୪ ପ୍ରତିଶତ ଲୋକଙ୍କ ମତ ହେଉଛି ତା ସହିତ ଅତିରିକ୍ତ ବୀମା ସୁରକ୍ଷାର ଆବଶ୍ୟକତା ରହିଛି। ତଥାପି ୪୫ ପ୍ରତିଶତ କର୍ମଚାରୀଙ୍କ କୌଣସି ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ନାହିଁ। ୨୮ ରୁ ୩୪ ବର୍ଷ ବୟସର ପିଲାମାନଙ୍କ କ୍ଷେତ୍ରରେ ସଚେତନତାର ଅଭାବ ଓ ପରେ କିଣିବା ଭଳି ଆଭିମୁଖ୍ୟ ଏକ୍ଷେତ୍ରରେ ବଡ଼ ପ୍ରତିବନ୍ଧକ ହୋଇରହିଛି।
ଏହି ସର୍ବେକ୍ଷଣରୁ ଜଣାପଡ଼ିଥିବା ଆଉ ଏକ ବଡ଼ କଥା ହେଉଛି ୭୫ ପ୍ରତିଶତ ଲୋକ ଗ୍ରୁପ୍ ମେଡିକାଲ୍ ବୀମା ସୁରକ୍ଷାକୁ ନେଇ ସନ୍ତୁଷ୍ଟ ଥିଲେ ମଧ୍ୟ ତାହା ଜରୁରୀକାଳୀନ ହସ୍ପିଟାଲ୍ ଖର୍ଚ୍ଚ ପାଇଁ ଯଥେଷ୍ଟ ହେବ ନା ନାହିଁ ତାହାକୁ ନେଇ ସନ୍ଦେହରେ ରହିଛନ୍ତି। ୪୧ ପ୍ରତିଶତ ଲୋକ କହିଛନ୍ତି ଯେ ନିଯୁକ୍ତିଦାତା ପ୍ରଦାନ କରିଥିବା ଗ୍ରୁପ୍ ମେଡିକାଲ୍ ବୀମାର ସବୁ ସୁବିଧା ବିଷୟରେ ସେମାନେ ଅବଗତ ରହିଛନ୍ତି।
ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ, ହାଇଦ୍ରାବାଦ, ଚେନ୍ନାଇ, ଅହମଦାବାଦ, ପୁନେ ଓ କୋଲକାତାର ୨୮-୫୫ ବର୍ଷ ବୟସର ୭୪୮ରୁ ଅଧିକ କର୍ମଚାରୀଙ୍କୁ ନେଇ ଏହି ସର୍ବେକ୍ଷଣ କରାଯାଇଥିଲା।

Share

Leave a Reply

Your email address will not be published. Required fields are marked *

19 − eight =