କ୍ରୋମାର ସ୍ୱାଧୀନତା ଦିବସ ସେଲରେ ହୋମ ଆପ୍ଲାଏନସେସ ଉପରେ ଫ୍ଲାଟ ୨୦% ରିହାତି, ଏକ୍ସଚେଂଜ ବୋନସ ଓ ଆହୁରି ବହୁତ କିଛି
ଭୁବନେଶ୍ୱର: ଟାଟା ଗ୍ରୁପର ଅଂଶ ତଥା ଭାରତର ଅଗ୍ରଣୀ ଓମନି ଚ୍ୟାନେଲ ଇଲେକ୍ଟ୍ରୋନିକ୍ସ ରିଟେଲର କ୍ରୋମା ପକ୍ଷରୁ ସ୍ୱାଧୀନତା ଦିବସ ସେଲ ଘୋଷଣା କରାଯାଇଛି ଯେଉଁଥିରେ ହୋମ ଆପ୍ଲାଏନସେସ, କଂଜ୍ୟୁମର ଇଲେକ୍ଟ୍ରୋନିକ୍ସ ଓ ପ୍ରଯୁକ୍ତି ଉତ୍ପାଦ ଉପରେ ବିଭିନ୍ନ ପ୍ରକାର ଅଫର ରହିଛି। ଗ୍ରାହକମାନେ ଟାଟା ନିଉ ରିୱାର୍ଡ, ବ୍ୟାଙ୍କ କ୍ୟାସବ୍ୟାକ, ଏକ୍ସଚେଂଜ ଲାଭ ଓ ବୋନସ ଜରିଆରେ ଅତିରିକ୍ତ ଲାଭ ପାଇପାରିବେ।
ଗ୍ରାହକମାନେ ହୋମ ଆପ୍ଲାଏନସେସ, କିଚେନ ଆପ୍ଲାଏନସେସ ଓ ହୋମ ଏଂଟରଟେନମେଂଟ ଉପରେ ଫ୍ଲାଟ ୨୦ ପ୍ରତିଶତ ରିହାତି ପାଇପାରିବେ। ଟିଭି, ରେଫ୍ରିଜରେଟର, ଏୟାର କଣ୍ଡିସନର, ୱାସିଂ ମେସିନ, କିଚେନ ଆପ୍ଲାଏନସେସ, ହୋମ ଅଡିଓ, ଏୟାର ପ୍ୟୁରିଫାୟର ଓ ଭାକ୍ୟୁମ କ୍ଲିନର ଉପରେ ବ୍ୟାପକ ସଂଚୟ ମିଳିପାରିବ। ସାମସଙ୍ଗର ୭୫ ଇଂଚ ନିଓ କ୍ୟୁଏଲଇଡି ୮କେ ଟିଭି ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି, ୫୫ ଇଂଚ ପର୍ଯ୍ୟନ୍ତର ଯେକୌଣସି ଟିଭି କିଣିଲେ ୧୦,୯୯୦ ଟଙ୍କାର ଏକ ଏଲଜି ସାଉଣ୍ଡବାର ଏସ୪୦ଟି ମିଳିବ। ୮ କେଜି ଟପ ଲୋଡ ୱାସିଂ ମେସିନର ଦାମ ୨୧,୭୦୦ ଟଙ୍କାରୁ ଆରମ୍ଭ ହୋଇଛି। ୪୩୬ ଲିଟର ଫ୍ରୋଷ୍ଟଫ୍ରି ରେଫ୍ରିଜରେଟର ଦାମ ୪୩,୭୯୦ ଟଙ୍କାରୁ ଆରମ୍ଭ ହୋଇଛି।
ରୁପେ କ୍ରେଡିଟ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନଙ୍କ ପାଇଁ କ୍ରୋମା ଅତିରିକ୍ତ ସୁବିଧା ପ୍ରଦାନ କରୁଛି। ଗ୍ରାହକମାନେ କ୍ରୟ ମୂଲ୍ୟ ଉପରେ ତତ୍କାଳ ରିହାତି ପାଇପାରିବେ। ପୂର୍ଣ୍ଣ ସ୍ୱାଇପରେ ୫୦୦୦ ଟଙ୍କା କ୍ରୟ ଉପରେ ୨୫୦ ଟଙ୍କାର ରିହାତି ଓ ଇଏମଆଇରେ ୨୦,୦୦୦ ଟଙ୍କାର କ୍ରୟ ଉପରେ ୧୨୫୦ ଟଙ୍କାର ରିହାତି ମିଳିବ। ଟାଟା ନିଉ କ୍ରେଡିଟ କାର୍ଡରେ ୫% ପର୍ଯ୍ୟନ୍ତ ନିଉ କଏନ ଜରିଆରେ ଗ୍ରାହକମାନେ ମୂଲ୍ୟକୁ ସର୍ବାଧିକ କରିପାରିବେ।
ଲାପଟପ ଉପରେ ମଧ୍ୟ କ୍ରୋମା ପକ୍ଷରୁ ଆକର୍ଷଣୀୟ ରିହାତି ପ୍ରଦାନ କରାଯାଉଛି। ୱିଣ୍ଡୋ ଲାପଟପ ଉପରେ ଛାତ୍ରଛାତ୍ରୀମାନେ ୧୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ପାଇପାରିବେ। ମ୍ୟାକବୁକ ଏୟାର ଏମ୫ ଦାମ ମାସିକ ୫୬୨୧ ଟଙ୍କାର ସୁଲଭ ଇଏମଆଇରୁ ଆରମ୍ଭ ହୋଇଛି। ଆଇପ୍ୟାଡ ୧୧ ପିଢ଼ିର ଦାମ ମାସିକ ୧୯୩୯ ଟଙ୍କାର ସୁଲଭ ଇଏମଆଇରୁ ଆରମ୍ଭ ହୋଇଛି। ସ୍ନାପଡ୍ରାଗନ ଲାପଟପ ଉପରେ ୮,୦୦୦ ଟଙ୍କା ପର୍ଯ୍ୟନ୍ତ ଏକ୍ସଚେଞ୍ଜ ବୋନସ ରହିଛି। ଗ୍ରାହକମାନେ କେତେକ ଲାପଟପ ଉପରେ ୩୨,୦୦୦ ଟଙ୍କାର ଏଆଇ ଗ୍ଲାସେସ ପାଇପାରିବେ।
ସ୍ୱତନ୍ତ୍ର ଅଫର ସହିତ ସଦ୍ୟତମ ଫୋନକୁ ଅପଗ୍ରେଡ ହେବାର ସୁଯୋଗ ମଧ୍ୟ କ୍ରୋମା ପ୍ରଦାନ କରୁଛି। ଟାଟା ନିଉ ରିୱାର୍ଡ, ବ୍ୟାଙ୍କ କ୍ୟାସବ୍ୟାକ, ଏକ୍ସଚେଂଜ ଲାଭ ଓ ବୋନସ ତଥା ଅନ୍ୟାନ୍ୟ ରିହାତି ଜରିଆରେ ଫ୍ଲାଗସିପ ସ୍ମାର୍ଟଫୋନ ଆକର୍ଷଣୀୟ ମୂଲ୍ୟରେ ମିଳିପାରିବ। ଗ୍ରାହକମାନେ ୫୧,୮୦୦ ଟଙ୍କାରେ ଫ୍ଲାଗସିପ ଭିଭୋ ଏକ୍ସ ୩୦୦ ଏଫଇ, ୬୭,୯୯୯ ଟଙ୍କାରୁ ଗୁଗଲ ପିକ୍ସେଲ ୧୦, ୭୫,୯୦୦ ଟଙ୍କାରୁ ଆଇଫୋନ ୧୭ ପ୍ରୋ ଏବଂ କେତେକ ଫୋନ କ୍ରୟ ଉପରେ ମାଗଣାରେ ୫୯୯୦ ଟଙ୍କାରେ ସୋନି ହେଡଫୋନ ଓ ୮,୮୦୦ ଟଙ୍କାର ଆମେରିକାନ ଟୁରିଷ୍ଟର କଲରଡୋ ପାଇପାରିବେ।

