ଟାଟା ଏଆଇଏ ପକ୍ଷରୁ ଓଡ଼ିଶାରେ ୪୯ ଜଣ ଏମଡିଆରଟି ଯୋଗ୍ୟତାପ୍ରାପ୍ତ ଏଜେଂଟଙ୍କ ପଞ୍ଜୀକରଣ
ଭାରତର ଅନ୍ୟତମ ଅଗ୍ରଣୀ ଜୀବନ ବୀମା କମ୍ପାନି ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସ କମ୍ପାନି ଲିମିଟେଡ ପକ୍ଷରୁ ଓଡ଼ିଶାରେ ୪୯ ଜଣ ମିଲିୟନ ଡଲାର ରାଉଣ୍ଡ ଟେବୁଲ (ଏମଡିଆରଟି) ଯୋଗ୍ୟତାପ୍ରାପ୍ତ ଉପଦେଷ୍ଟାଙ୍କୁ ପଞ୍ଜୀକୃତ କରାଯାଇଛି। ୨୦୨୬ ବିଶ୍ୱସ୍ତରୀୟ ଏମଡିଆରଟି ରାଙ୍କିଙ୍ଗ୍ ଅନୁସାରେ କମ୍ପାନି ବାଲେଶ୍ୱରର ୧୫ ଉପଦେଷ୍ଟା ଓ ଖୋର୍ଦ୍ଧାର ୫ ଜଣ ଉପଦେଷ୍ଟାଙ୍କୁ ଏହି ସମ୍ମାନଜନକ ମାନ୍ୟତା ପ୍ରଦାନ କରାଯାଇଛି।
ଏହି ମାଇଲଖୁଂଟ ଟାଟା ଏଆଇଏର ଉପଦେଷ୍ଟା ନେଟୱାର୍କର ବ୍ୟାପକତା, ଗୁଣାତ୍ମକ ମାନ ଓ ସ୍ଥାୟିତ୍ୱକୁ ଦର୍ଶାଉଛି। ଉଲ୍ଲେଖଯୋଗ୍ୟ ୬୯୫ ଜଣ ଯୋଗ୍ୟ ଉପଦେଷ୍ଟା ହେଉଛନ୍ତି ମହିଳା ଯାହା ମୋଟ ମାନ୍ୟତାପ୍ରାପ୍ତ ଉପଦେଷ୍ଟା ସଂଖ୍ୟାର ପ୍ରାୟ ଅଧା। ଏହା ହେଉଛି ଭାରତୀୟ ଆର୍ôଥକ ସେବାର ସମ୍ମୁଖ ରେଖାରେ କ୍ୟାରିୟର ଗଢ଼ିବାରେ ହେଉଥିବା ଢାଂଚାଗତ ପରିବର୍ତ୍ତନର ଏକ ସଙ୍କେତ ଓ ଏକ ଅନ୍ତର୍ଭୁକ୍ତୀକରଣ ଉପଦେଷ୍ଟା ବ୍ୟବସ୍ଥା ଗଠନ କରିବାର ଟାଟା ଏଆଇଏର ପ୍ରତିବଦ୍ଧତାକୁ ଏହା ପ୍ରତିଫଳିତ କରୁଛି।
ପୂର୍ଣ୍ଣକାଳୀନ ପେସାଦର ଉପଦେଷ୍ଟାଙ୍କ ଉପରେ ଟାଟା ଏଆଇର ରହିଥିବା ଗୁରୁତ୍ୱକୁ ଏହି ରାଙ୍କିଙ୍ଗ ପ୍ରତିଫଳିତ କରୁଛି ଯେଉଁମାନେ ଗ୍ରାହକମାନଙ୍କ ସ୍ୱପ୍ନକୁ ସୁରକ୍ଷିତ ରଖିବା ଓ ଗ୍ରାହକଙ୍କୁ ବୁଝୁଥିବା, ପ୍ରଫେସନାଲ ଆଚରଣ କରୁଥିବା ଓ ବିଶେଷତା ରଖିଥିବା ଏକ ଉପଦେଷ୍ଟା ଗୋଷ୍ଠୀ ଗଠନ କରିଛନ୍ତି।
ଟାଟା ଏଆଇଏ ନେଟୱର୍କରେ ୧୩୯୭ ଜଣ ଏମଡିଆରଟି ଯୋଗ୍ୟତାପ୍ରାପ୍ତ ଉପଦେଷ୍ଟା ରହିଛନ୍ତି। ସେଥିରୁ ୬୯୫ ଜଣ ହେଉଛନ୍ତି ମହିଳା। ଏମଡିଆରଟି ସଦସ୍ୟ ସଂଖ୍ୟା ଅନୁସାରେ କମ୍ପାନି ବିଶ୍ୱର ୧୩ତମ ସ୍ଥାନରେ ଏବଂ ପାଂଚରୁ ୯ ବର୍ଷର ଏମଡିଆରଟି ଯୋଗ୍ୟତା ଅନୁସାରେ ଭାରତରେ ଏକ ନମ୍ବର ସ୍ଥାନରେ ରହିଛି। ଏହି ବର୍ଗରେ ୨୦୭ ଜଣ ଉପଦେଷ୍ଟା ରହିଛନ୍ତି।
ବିଶ୍ୱସ୍ତରରେ ଜୀବନ ବୀମା ଓ ଆର୍ôଥକ ସେବା ସେପାରେ ଏମଡିଆର୍ଟିକୁ ଉତ୍କର୍ଷର ମାନଦଣ୍ଡ ଭାବେ ଗ୍ରହଣ କରାଯାଇଛି। ସେମାନେ ନିଜର ପେସାଦାର ଜ୍ଞାନ, ନୈତିକ ଆଚରଣ, ଉତ୍ପାଦକତା ଓ ଗ୍ରାହକ ସେବାର ଉଚ୍ଚମାନକ ପ୍ରତି ପ୍ରତିବଦ୍ଧତା ପାଇଁ ପରିଚିତ। ଗ୍ରାହକମାନଙ୍କୁ ଆବଶ୍ୟକତାର ମୂଲ୍ୟାଙ୍କନ କରିବା ଓ ବିଶ୍ୱାସର ସହ ଆର୍ôଥକ ନିଷ୍ପତି ଗ୍ରହଣ କରିବାରେ ସେମାନେ ସହଯୋଗ କରୁଛନ୍ତି। ଟାଟା ଏଆଇଏ ପକ୍ଷରୁ ଉପଦେଷ୍ଟା ପେସାକୁ ଏକ ପୂର୍ଣ୍ଣକାଳୀନ କ୍ୟାରିୟର ଭାବେ ଗଢ଼ିବାକୁ ଉଦ୍ୟମ କରାଯାଉଛି। ଟାଟା ଏଆଇଏ ଔରା ପ୍ଲାଟଫର୍ମ ଜରିଆରେ ଢ଼ାଂଚାଗତ ଶିକ୍ଷା, ମେଂଟରସିପ, ନିରନ୍ତର ଦକ୍ଷତା ବିକାଶ ଓ ଡିଜିଟାଲ ଦକ୍ଷତା ପ୍ରଦାନ କରି ଉପଦେଷ୍ଟାମାନଙ୍କୁ ସମୃଦ୍ଧ କରାଯାଉଛି।
ଟାଟା ଏଆଇଏ ଲାଇଫ ଇନସ୍ୟୁରାନ୍ସର ଚିଫ ଡିଷ୍ଟ୍ରିବ୍ୟୁସନ ଅଫିସର (ପ୍ରୋପାଇଟରି ବିଜନେସ) ରାକେଶ ଶର୍ମା କହିଛନ୍ତି ଯେ, ‘ଲଗାତାର ଚତୁର୍ଥ ବର୍ଷରେ ଏମଡିଆରଟି ଯୋଗ୍ୟ କ୍ଷେତ୍ରରେ ଏକ ନମ୍ବର ହୋଇରହିଥିବାରୁ ଆମେ କୃତଜ୍ଞ। ଏହି ସମ୍ମାନ ଆମ ଉପଦେଷ୍ଟାମାନଙ୍କ ଗୁଣାତ୍ମକ ମାନ, ନିରନ୍ତରତା ଓ ପ୍ରତିବଦ୍ଧତାକୁ ପ୍ରତିଫଳିତ କରୁଛି। ପାଂଚରୁ ନଅ ବର୍ଷର ଯୋଗ୍ୟତା ଥିବା ଏମଡିଆରଟି ଉପଦେଷ୍ଟାମାନଙ୍କୁ ଧରି ରଖିବା ନିଶ୍ଚିତ ପକ୍ଷେ ଉତ୍ସାହଜନକ ଯାହା ନିରନ୍ତର ଉତ୍କର୍ଷକୁ ପ୍ରତିଫଳିତ କରୁଛି। ଆମେ ଏକ ଭବିଷ୍ୟତଧର୍ମୀ ଉପଦେଷ୍ଟା ଗୋଷ୍ଠୀ ଗଠନ କରିବା ଜାରି ରଖିବୁ ଯେଉଁମାନେ ଏହି ସେବା ପାଇଁ ପୂର୍ଣ୍ଣକାଳୀନ ସମୟ ଦେବେ ଏବଂ ସାରା ଭାରତରେ ବିଶ୍ୱସନୀୟ ଓ ଆବଶ୍ୟକତା ଆଧାରିତ ମାର୍ଗଦର୍ଶନ ପ୍ରଦାନ କରିବେ।’’
ଉପଯୁକ୍ତ ସମାଧାନ ସୁପାରିସ କରି ଏମଡିଆରଟି ଯୋଗ୍ୟତାପ୍ରାପ୍ତ ଉପଦେଷ୍ଟାମାନେ ଗ୍ରାହକମାନଙ୍କ ସହ ସମ୍ପର୍କ ମଜଭୁତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାନ୍ତି ଏବଂ ପଲିସି ଜୀବନକାଳରେ ନିରନ୍ତର ସହଯୋଗ କରନ୍ତି। ୨୦୨୫-୨୬ରେ ପାଂଚରୁ ଚାରି ନିରନ୍ତର ତାଲିକାରେ ଟାଟା ଏଆଇଏ ଏକ ନମ୍ବର ସ୍ଥାନରେ ରହିଛି ଯାହା ଗ୍ରାହକ କିଭଳି ପଲିସିକୁ ସକ୍ରିୟ ରଖୁଛନ୍ତି ତାହା ଦର୍ଶାଉଛି। ଏହା ପଲିସି ଜାରି ରହିବା, ଗ୍ରାହକ ପାଖରେ ରହିବା ଓ ଦୀର୍ଘକାଳୀନ ବିଶ୍ୱାସକୁ ଦର୍ଶାଉଛି।

