ରାଜ୍ୟ

ଆଜି ବାରିପଦାରେ ଗଡିବ ରଥ

 

ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପରମ୍ପରା ଅନୁଯାୟୀ ଶ୍ରୀକ୍ଷେତ୍ର ପୁରୀ ରଥଯାତ୍ରାର ଦିନକ ପରେ ଏଠାରେ ରଥଯାତ୍ରା ଦୁଇଦିନ ଧରି ଅନୁଷ୍ଠିତ ହୋଇଥାଏ । ତଦନୁଯାୟୀ ଶୁକ୍ରବାର ଅପରାହ୍ନ ନିର୍ଦ୍ଧାରିତ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ବଳଭଦ୍ରଙ୍କ ତାଳଧ୍ୱଜ ମାଉସୀମା’ଙ୍କ ମନ୍ଦିର ନିକଟରେ ପହଞ୍ଚି ଥିବା ବେଳେ ପରମ୍ପରା ଅନୁସାରେ ସୁଭଦ୍ରାଙ୍କ ଦର୍ପଦଳନ ଅଧାବାଟ(ଟାଉନ ଥାନା) ନିକଟରେ ଅଟକିଛି । ଆଜି ଅଧାବାଟରେ ଥିବା ସୁଭଦ୍ରାଙ୍କ ରଥ ସହିତ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷଙ୍କ ରଥଟଣା ହୋଇ ମାଉସୀ ମା’ ମନ୍ଦିରରେ ପହଞ୍ଚିବ। 

ତେବେ ରଥାଋଢ ଦିଅଁଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଭିଡ ଲାଗିଥିବା ବେଳେ ଅପରାହ୍ଣ ୨ଟା୩୦ ମିନିଟରେ ରଥଟଣା ଆରମ୍ଭ ହେବ । ଗୁଣ୍ଡିଚାଯାତ୍ରା ଆରମ୍ଭ ହୋଇଥିଲା । ଜିଲ୍ଲା ଓ ରାଜ୍ୟ ବାହାରୁ ହଜାର ହଜାର ଜନସାଧାରଣଙ୍କର ବଡ଼ଦାଣ୍ଡକୁ ସୁଅ ଛୁଟିଛି । ବାରିପଦା ସହର ତଥା ସହର ଉପକଣ୍ଠର ଦେକାନ ବଜାର ଠାରୁ ଆରମ୍ଭ କରି ସରକାରୀ ବେସରକାରୀ କାର୍ଯ୍ୟାଳୟ, ଅନୁଷ୍ଠାନ ଆଦି ଓପରଓଳି ପ୍ରାୟତଃ ବନ୍ଦ ରହିବ  ଶୁକ୍ରବାର ୫୦ହଜାରରୁ ଅଧିକ ମହିଳା ଭକ୍ତ ସୁଭଦ୍ରାଙ୍କ ରଥ ଟଣାରେ ସମାଗମ ହୋଇଥିବା ବେଳେ ଆଜି ମଧ୍ୟ ଶନିବାର ହେତୁ ଭିଡ ରହିବ ।  

ଅପରାହ୍ଣରେ ପ୍ରଥମେ ମହିଳାମାନେ ଏହି ରଥକୁ ଟାଣି ମାଉସୀମା’ଙ୍କ ମନ୍ଦିରରେ ପହଞ୍ଚାଇବା ପରେ ଆରମ୍ଭ ହେବ ଜଗନ୍ନାଥଙ୍କ ରଥଯାତ୍ରା । ଅପରାହ୍ଣରେ ରଥଟଣା ସମୟରେ ବର୍ଷା ସତ୍ତ୍ଵେ ଭକ୍ତଙ୍କ ଉତ୍ସାହ କମି ନଥିଲା । ରଥର ସୁରକ୍ଷା ତଥା ପାଇଁ ପୁଲିସବାହିନୀ ଦ୍ୱାରା ରଥର ଚାରିପଟେ ତ୍ରିସ୍ତରୀୟ କର୍ଡନ କରାଯିବ । କର୍ଡନ ଭିତରେ ପୁଲିସ କର୍ମଚାରୀ ଓ ଅଧିକାରୀମାନେ ରଥ ଦଉଡି ଟାଣିବାକୁ ଥିବା ବେଳେ କର୍ଡନ ବାହାରେ ଭକ୍ତମାନେ ଟାଣିବେ । ଶାନ୍ତିପୂର୍ଣ୍ଣ ଭାବେ ରଥଟଣା କାର୍ଯ୍ୟ ସମାପନ ପାଇଁ ପୁଲିସ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି । ବଡଦାଣ୍ଡ ଠାରୁ ଆରମ୍ଭ କରି ସହରର ବିଭିନ୍ନ ଛକସ୍ଥାନରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି ।  ସୁଭଦ୍ରା ଓ ଜଗନ୍ନାଥଙ୍କ ରଥ ପହଞ୍ଚିବା ପରେ ସମସ୍ତ ଦିଅଁ ପହଣ୍ଡିରେ ମାଉସୀ ମା’ଙ୍କ ମନ୍ଦିରକୁ ଯିବେ । ସେହିପରି ସାନ ଜଗନ୍ନାଥ ମନ୍ଦିରରେ ରଥାରୂଢ ଦିଅଁଙ୍କ ରଥ ଆଜି ପୂର୍ବାହ୍ନରେ ପରମ୍ପରା ଅନୁସାରେ କେବଳ ବାଳକ ମାନେ ଟାଣିଛନ୍ତି ।

Share

Leave a Reply

Your email address will not be published. Required fields are marked *

four × 5 =