କ୍ରୀଡା

ଆଜି ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ

ଆଜିଠୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ । ଇଂଲଣ୍ଡର ବର୍ମିଂହାମରେ ଖେଳାଯିବ ୩ ମ୍ୟାଚ୍ ବିଶିଷ୍ଟ ପ୍ରଥମ ମ୍ୟାଚ । ଏଜବେଷ୍ଟନ ଷ୍ଟାଡିୟମରେ ଖେଳାଯିବାକୁ ଥିବା ମ୍ୟାଚରେ ଅପରାହ୍ଣ ୩ଟା ୩୦ରେ ମୁହାଁମୁହିଁ ହେବେ ଉଭୟ ଟିମ୍ । ତେବେ ସବୁଠୁ ବଡ଼ କଥା ହେଉଛି ଦିନିକିଆକୁ କମ୍ ବ୍ୟାକ୍ କରିଛନ୍ତି ଷ୍ଟାର୍ ବ୍ୟାଟର୍ ବିରାଟ କୋହଲି । ଶୁବମନ ଗିଲଙ୍କ ନେତୃତ୍ବରେ ଉଭୟେ ରୋହିତ ଶର୍ମା ଓ ବିରାଟ କୋହଲି ଖେଳିବା ନେଇ ସ୍ପଷ୍ଟ ହୋଇଛି । ତେବେ ପୂର୍ବରୁ ଚାଇନାମ୍ୟାନ୍ ସ୍ପିନର କୁଲଦୀପ ଯାଦବ ଦଳରୁ ବାଦ୍ ପଡ଼ିବା ନେଇ ଚର୍ଚ୍ଚା ହେଉଥିଲେ ବି ତାଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ଦେଇଛି BCCI ।

ଅପରପକ୍ଷେ ଅନୁଭବୀ ବୋଲର୍ ଯଶପ୍ରୀତ ବୁମରା ଦୀର୍ଘ ୧୬୮ ଦିନ ପରେ ଦିନିକିଆ ଖେଳିବାକୁ ଚୟନ ହୋଇଛନ୍ତି । ଗତ ଟି ଟ୍ବେଣ୍ଟି ସିରିଜରେ ଆଶାନୁରୂପ ପ୍ରଦର୍ଶନ କରିପାରି ନ ଥିବାର ଟିମ୍ ଇଣ୍ଡିଆ ଏବେ ଦିନିକିଆରେ ଦମଦାର ପ୍ରଦର୍ଶନ ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ । ଟିଟ୍ବେଣ୍ଟି ସିରିଜରେ ହୋଇଥିବା ପରାଜୟ ପରେ ଦଳ ଚାପରେ ଥିବା ବେଳେ ଏବେ ଦିନିକିଆରେ ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ଉପରେ ନିଜର ସନ୍ତୁଳନକୁ ଗୁରୁତ୍ବ ଦେଇଛି । ସମସ୍ତଙ୍କ ନଜର ଟିମ୍ ର ଦୁଇ ଅଭିଜ୍ଞ ବ୍ୟାଟର୍ ବିରାଟ ଓ ହିଟ୍ ମ୍ୟାନଙ୍କ ଉପରେ। ତେବେ ଏହି ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଜୁଲାଇ ୧୪, ୧୬ ୧୯ ତାରିଖରେ ଆୟୋଜିତ ହେବ । ୧୪ରେ ଏଜବାଷ୍ଟନ୍, ୧୬ରେ ସୋଫିଆ ଗାର୍ଡେନ୍ସ ଓ ୧୯ରେ ଲର୍ଡସଠାରେ ଖେଳାଯିବ ସିରିଜ୍ ମ୍ୟାଚ୍ ।

Share

Leave a Reply

Your email address will not be published. Required fields are marked *

eighteen − 4 =