କ୍ରୀଡା

ଆଜି ପ୍ରଥମ କ୍ୱାଲିଫାୟର ମୁକାବିଲା: RCB କୁ ଭେରିବ ଗୁଜୁରାଟ

ଚଳିତ ଆଇପିଏଲ୍‌ରେ ଆଜି ପ୍ରଥମ କ୍ୱାଲିଫାୟର ମୁକାବିଲା ଖେଳାଯିବ । ଡିଫେଣ୍ଡିଂ ଚାମ୍ପିଅନ୍ ତଥା ଟେବୁଲ୍ ଟପ୍ପର ବେଙ୍ଗାଲୁରୁ ବିଶ୍ୱର ସର୍ବୋଚ୍ଚ ଅନ୍ତର୍ଜାତୀୟ କ୍ରିକେଟ୍ ଗ୍ରାଉଣ୍ଡ୍‌ରେ ଗୁଜରାଟକୁ ଭେଟିବ । ଏହି ମ୍ୟାଚ ଜିତିଲେ ସିଧା ଫାଇନାଲ୍‌କୁ ଯୋଗ୍ୟତା ଅର୍ଜନ କରିବାର ସୁଯୋଗ ମିଳିବ । ପରାଜିତ ଦଳ ପାଇଁ ମଧ୍ୟ ଆଉ ଏକ ସୁଯୋଗ ରହିବ । ହାଇଦ୍ରାବାଦ ଓ ରାଜସ୍ଥାନ ମଧ୍ୟରେ ଖେଳାଯିବାକୁ ଥିବା ଏଲିମିନେଟର ମୁକାବିଲାର ବିଜେତା ବିପକ୍ଷରେ ଦ୍ୱିତୀୟ କ୍ୱାଲିଫାୟର ଖେଳି ଫାଇନାଲ୍‌ରେ ପ୍ରବେଶ କରିହେବ ।

ଲିଗ୍ ପର୍ଯ୍ୟାୟରେ ଉଭୟ ଦଳ ୨ଥର ସାମ୍ନା ସାମ୍ନି ହୋଇ ସାରିଛନ୍ତି ଓ ଗୋଟିଏ ଲେଖାଏଁ ମ୍ୟାଚ ଜିତିଛନ୍ତି । ତେଣୁ ତୃତୀୟ ମୁକାବିଲାରେ ସବୁ ଶକ୍ତି ଖଟାଇବାକୁ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି ।

ଗତ ଏପ୍ରିଲ ୨୪ ତାରିଖରେ ଉଭୟ ଦଳ ମଧ୍ୟରେ ପ୍ରଥମ ଭେଟ ହୋଇଥିଲା ଓ ବେଙ୍ଗାଲୁରୁ ୫ ୱିକେଟରେ ବିଜୟ ହାସଲ କରିଥିଲା । ଏହା ପରଠୁ ଗୁଜରାଟ ଦଳର ପ୍ରଦର୍ଶନରେ ଅବିଶ୍ୱସନୀୟ ଉନ୍ନତି ହୋଇଥିଲା । ଦଳ କ୍ରମାନ୍ୱୟରେ ୫ଟି ମ୍ୟାଚ ଜିତି ପ୍ଲେ-ଅଫ୍ରେ ପ୍ରବେଶ କରିଥିଲା । ବିଜୟ ଯାତ୍ରା ମଧ୍ୟରେ ଚେନ୍ନାଇ, ବେଙ୍ଗାଲୁରୁ, ପଞ୍ଜାବ, ରାଜସ୍ଥାନ ଓ ହାଇଦ୍ରାବାଦକୁ ହରାଇଥିଲା ଗୁଜରାଟ ।

ଆଜିର ମ୍ୟାଚ ଭିନ୍ନ ହେବା ନିଶ୍ଚିତ । କାରଣ ପ୍ରଥମ କରି ଏକ ନିରପେକ୍ଷ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପରକୁ ଭେଟୁଛନ୍ତି । ଉଭୟ ଦଳର ଖେଳାଳି ଫିଟ୍ ଓ ଫର୍ମରେ ରହିଛନ୍ତି । ଫିଲ ସଲ୍ଟ ଦଳରେ ଯୋଗ ଦେଇଥିଲେ ହେଁ ଆଜି ଖେଳିବା ନେଇ ଆଶଙ୍କା ରହିଛି । ସଲ୍ଟଙ୍କ ଅନୁପସ୍ଥିତି ବେଙ୍ଗାଲୁରୁକୁ ସେଭଳି ପ୍ରଭାବିତ କରିବ ନାହିଁ । କାରଣ ବାମ ହାତି ବ୍ୟାଟର ଭେଙ୍କଟେଶ ଆୟର ଓପନର ଭାବେ ଖେଳି ପାରିବେ । ଇମ୍ପାକ୍ଟ ପ୍ଲେୟାର ଭାବେ ଦଳ ସୂୟାଶ ଶର୍ମାଙ୍କ ସ୍ଥାନରେ ଜାକବ ଡଫିଙ୍କୁ ଖେଳାଇବା ଆଶା କରାଯାଉଛି ।

ଗୁଜରାଟ ଦଳରେ ମଧ୍ୟ ପରିବର୍ତ୍ତନ ସମ୍ଭାବନା ନାହିଁ । କେବଳ ପ୍ରସିଦ୍ଧ କ୍ରିଷ୍ଣାଙ୍କୁ ଏକାଦଶରେ ସ୍ଥାନ ଦେବା ଏକ ରଣ କୌଶଳ ହେବା ଆଶା କରାଯାଉଛି । ଆଜି ଭୁବନେଶ୍ୱର କୁମାର ଓ କାଗିସୋ ରାବାଡାଙ୍କ ଉପରେ ନଜର ରହିବ । ଉଭୟ ଘାତକ ବୋଲିଂ କରୁଛନ୍ତି । ରାବାଡା ଆଇପିଏଲରେ କୋହଲିଙ୍କୁ ୫ ଥର ଆଉଟ୍ କରିସାରିଛନ୍ତି । ଗୁଜରାଟ ଦଳ ପାୱାର ପ୍ଲେରେ ୩୦ଟି ୱିକେଟ୍ ଅକ୍ତିଆର କରିସାରିଥିବାବେଳେ ବେଙ୍ଗାଲୁରୁ ୨୮ଟି ୱିକେଟ୍ ନେଇଛି ।

ଗୁଜରାଟ ଦଳଧର୍ମଶାଳାରେ ପ୍ରଥମ ମ୍ୟାଚ ଖେଳିବ । ଧର୍ମଶାଳା ପିଚ୍ ବ୍ୟାଟିଂ ପାଇଁ ବେଶ୍ ଅନୁକୂଳ । ଏଠାରେ ବିଶାଳ ସ୍କୋର ସଂଗୃହୀତ ହେବା ଏକ ପ୍ରକାର ନିଶ୍ଚିତ । ପେସ୍ ବୋଲରମାନେ ମଧ୍ୟ ପିଚର ଫାଇଦା ଉଠାଇ ପାରିବେ । ରାତ୍ରିରେ ମ୍ୟାଚ ଖେଳା ଯାଉଥିବାରୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

Share

Leave a Reply

Your email address will not be published. Required fields are marked *

3 × 2 =