ବିଜେପିରେ ଯୋଗଦେଲେ ଦେବାଶିଷ ସାମନ୍ତରାୟ
ପଦ୍ମ ଧରିଲେ ଋଷି । ବିଜେପିରେ ଯୋଗଦେଲେ ଦେବାଶିଷ ସାମନ୍ତରାୟ । ଦିଲ୍ଲୀ ବିଜେପି ମୁଖ୍ୟାଳୟରେ ବିଧିବଦ୍ଧ ଭାବେ ବିଜେପିରେ ମିଶିଲେ ଦେବାଶିଷ । ମନମୋହନ ସାମଲ ଓ ବିଜୟପାଲ ସିଂ ତୋମାରଙ୍କ ଉପସ୍ଥିତିରେ ସାମିଲ ଦଳରେ ଯୋଗ ଦେଇଛନ୍ତି । ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ । ଏହା ପରେ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ ଦେବାଶିଷ ସାମନ୍ତରାୟ ।
ନିତିନ ନବୀନଙ୍କୁ ଭେଟିଲେ ଦେବାଶିଷ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କୁ ଭେଟିଲେ ଦେବାଶିଷ ସାମନ୍ତରାୟ । ବିଜେପିରେ ମିଶିବା ପରେ ନିତିନ ନବୀନଙ୍କୁ ଭେଟିଲେ ଦେବାଶିଷ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପସ୍ଥିତିରେ ନିତିନ ନବୀନଙ୍କୁ ଭେଟିଲେ ।
ରିପୋର୍ଟ ଅନୁଯାୟୀ, ସୋମବାର ଦିନ ବିଜେଡି ଛାଡ଼ିଥିଲେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ଦେବାଶିଷ ସାମନ୍ତରାୟ । ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇଥିଲେ । ଚିଠିରେ ଦେବାଶିଷ ସାମନ୍ତରାୟ ନିଜର ଅସନ୍ତୋଷ ବ୍ୟକ୍ତ କରି ଅଭିଯୋଗ କରିଛନ୍ତି ଯେ, ଦଳ ଭିତରେ ତାଙ୍କୁ ସୁଚିନ୍ତିତ ଭାବେ ଉପେକ୍ଷା କରାଯାଉଥିଲା । ଦଳର କାର୍ଯ୍ୟକଳାପରୁ ତାଙ୍କୁ ଲାଗିଲା ଯେ, ଦଳକୁ ଆଉ ତାଙ୍କର ସେବା ଆବଶ୍ୟକ ନାହିଁ ।
ଇସ୍ତଫା ଦେବା ସତ୍ତ୍ୱେ, ତାଙ୍କୁ ରାଜ୍ୟସଭାକୁ ପଠାଇଥିବାରୁ ଏବଂ କଟକ ଜିଲ୍ଲାର ଲୋକଙ୍କ ସେବା କରିବାର ସୁଯୋଗ ଦେଇଥିବାରୁ ନବୀନ ପଟ୍ଟନାୟକଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ । ୨୦୦୯ ଓ ୨୦୧୪ରେ ବାରବାଟୀ-କଟକର ବିଧାୟକ ଥିଲେ ଦେବାଶିଷ । ୨୦୨୪ରେ ବିଜେଡି ଦେବାଶିଷଙ୍କୁ ରାଜ୍ୟସଭା ପଠାଇଥିଲା ।

