ରାଜ୍ୟ

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି, ଆସିଲା ସିଏମ କିଷାନ ଟଙ୍କା

ଅକ୍ଷୟ ତୃତୀୟାରେ ଚାଷୀଙ୍କୁ ଭେଟି । ଚାଷୀଙ୍କ ଆକାଉଣ୍ଟକୁ ଗଲା ସିଏମ୍ କିଷାନ ସହାୟତା । ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିଲା ସହାୟତା। ୨ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି। ୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। ଇକେଓ୍ବାଇସି, ବ୍ୟାଙ୍କ ଖାତା ସହ ଆଧାର ଲିଙ୍କ୍ ହୋଇନଥିଵା, ଏକକ ମୋବାଇଲ ନମ୍ବର ରଖିନଥିଵା ଓ ଜମି ପଞ୍ଜିକରଣ ପ୍ରମାଣପତ୍ର ନଥିଵା ଚାଷୀଙ୍କ ଖାତାକୁ ସହାୟତା ରାଶି ଯାଇପାରିନଥିବ। ଏଭଳି ଚାଷୀ ତୁରନ୍ତ ସବୁ ତଥ୍ୟ ପ୍ରଦାନ କରି ସିଏମ୍ କିଷାନ୍ ସହାୟତା ହାସଲ କରିବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକୂଳ କଲେ ମୁଖ୍ୟମନ୍ତ୍ରୀ । କଟକସ୍ଥିତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ରଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅଖିମୁଠି ଅନୁକୂଳ କରିଛନ୍ତି। ପୂଜାର୍ଚ୍ଚନା ଓ ହୋମଯଜ୍ଞ ପରେ ଅନୁକୂଳ କରିଛନ୍ତି ଅଖିମୁଠି। ଉପମୁଖ୍ୟମନ୍ତ୍ରୀ କେ.ଭି ସିଂହଦେଓ ବି ଅଖିମୁଠି ଅନୁକୂଳ କରିଛନ୍ତି । ଏହି ଅବସରରେ ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ କୃଷକ ଦିବସ ସମାରୋହ। ଚାଷୀଙ୍କ ଉନ୍ନତି ପାଇଁ ସରକାର ସକଳ୍ପବଦ୍ଧ । ରାଜ୍ୟରେ କୃଷି ଅଭିବୃଦ୍ଧି ହାର ୫.୩ରେ ପହଞ୍ଚିଛି। ଧାନ ଶସ୍ୟ ଉତ୍ପାଦନରେ ଦେଶରେ ଓଡ଼ିଶାର ସ୍ଥାନ ଦ୍ବିତୀୟରେ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ । ଖାଦ୍ୟ ଶସ୍ୟ ଉତ୍ପାଦନ ୧୫୦ ଲକ୍ଷ ମେଟ୍ରିକ ଟନରେ ପହଞ୍ଚିଛି ।

Share

Leave a Reply

Your email address will not be published. Required fields are marked *

seventeen − seventeen =