Business

ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଭୁବନେଶ୍ୱରରେ ଜୁପିଟର ଇଂଟରନ୍ୟାସନାଲ-ଏଏମପିଆଇଏନର ସମନ୍ୱିତ ସୋଲାର ସେଲ ଓ ମଡ୍ୟୁଲ ଉତ୍ପାଦନ କାରଖାନା ଉଦଘାଟିତ

ଭୁବନେଶ୍ୱର: ଜୁପିଟର ଇଂଟରନ୍ୟାସନାଲ ଲିମିଟେଡ ଓ ଏଏମପିଆଇଏନ ଏନର୍ଜି ଟ୍ରାଞ୍ଜିସନ ପ୍ରାଇଭେଟ ଲିମିଟେଡ ପକ୍ଷରୁ ଯୌଥ ଉଦ୍ୟୋଗ ଉତ୍ପାଦନ ପ୍ଲାଟଫର୍ମ ଏଏମପିଆଇଏନ ସୋଲାର ୱାନ ପ୍ରାଇଭେଟ ଲିମିଟେଡକୁ ଭୁବନେଶ୍ୱରରେ ଉଦଘାଟନ କରାଯାଇଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଯାଇଛି ଯାହା ଘରୋଇ ସୋଲାର ଉତ୍ପାଦନକୁ ସୁଦୃଢ଼ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପକୁ ଦର୍ଶାଉଛି।
ଏଏମପିଆଇଏନ ସୋଲାର ୱାନ ପ୍ରାଇଭେଟ ଲିମିଟେଡ ହେଉଛି ଏଏମପିଆଇଏନ ଏନର୍ଜି ଟ୍ରାଞ୍ଜିସନ ପ୍ରାଇଭେଟ ଲିମିଟେଡ ଓ ଜୁପିଟର ଇଂଟରନ୍ୟାସନାଲ ଲିମିଟେଡର ଏକ ଯୌଥ ଉଦ୍ୟୋଗ ଯାହାକୁ ଭାରତରେ ସମନ୍ୱିତ ସୋଲାର ସେଲ ଓ ମଡ୍ୟୁଲ ଦକ୍ଷତା ଗଢ଼ିବା ଓ ପରିଚାଳନା କରିବା ପାଇଁ ସ୍ଥାପନ କରାଯାଇଛି।
ଏହି ଉଦଘାଟନ ଉପରେ ମତ ଦେଇ ଜୁପିଟର ଇଂଟରନ୍ୟାସନାଲ ଲିମିଟେଡର ସିଏମଡି ଶ୍ରୀ ଆଲୋକ ଗରୋଡିଆ କହିଛନ୍ତି ଯେ, “ଭାରତର ଶକ୍ତି ପରିବର୍ତ୍ତନ ପାଇଁ ଏକ ଦୃଢ଼ ଘରୋଇ ବିନିର୍ମାଣ ମୁଳଦୁଆ ଗଠନ କରିବା ଲକ୍ଷ୍ୟ ଦିଗରେ ଏଏମପିଆଇଏନ ସୋଲାର ୱାନ ପ୍ରାଇଭେଟ ଲିମିଟେଡର ଉତ୍ପାଦନ କାରଖାନା ଉଦଘାଟନ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦେଶ ଭିତରେ ଉଚ୍ଚ ମାନର ସେଲ ଓ ମଡ୍ୟୁଲର ଭରସାଯୋଗ୍ୟ ଯୋଗାଣକୁ ସକ୍ଷମ କରିବା ପାଇଁ ଏହି ପ୍ଲାଟଫର୍ମ ବ୍ୟାପକତା, ବିନିର୍ମାଣ ଗଭୀରତା ଓ ଗୁଣାତ୍ମକ ମାନ ଉପରେ ଧ୍ୟାନ ଆଧାରିତ କାର୍ଯ୍ୟକ୍ଷମତାକୁ ଏକତ୍ରୀତ କରିଛି। ସ୍ୱଚ୍ଛ ଶକ୍ତି ଅଭିଳାଷକୁ ଆଗକୁ ବଢ଼ାଇବା ପାଇଁ ଏଏମପିଆଇଏନ ଓ ଓଡ଼ିଶା ସରକାରଙ୍କ ସହ ସହଯୋଗିତା କରି ଆମେ ଗର୍ବିତ ମନେ କରୁଛୁ।’’

Share

Leave a Reply

Your email address will not be published. Required fields are marked *

2 × 1 =