ରାଜ୍ୟ

ଦିଲ୍ଲୀ ଗଲେ ନବୀନ

ଦିଲ୍ଲୀ ଗଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ନବୀନଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକଙ୍କର ମଙ୍ଗଳବାର ହୃଦ (ହାର୍ଟ) ଅସ୍ତ୍ରୋପଚାର ହୋଇଥିଲା । ବଡ଼ଭାଇ ପ୍ରେମଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହ ତାଙ୍କୁ ଭେଟିବା ପାଇଁ ନବୀନ ଦିଲ୍ଲୀ ଯାଉଛନ୍ତି। ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ଦେବୀ ମିଶ୍ର।

ସେ କହିଛନ୍ତି, ନବୀନ ପଟ୍ଟନାୟକ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ତାଙ୍କୁ ଭେଟିବା ପାଇଁ ଦିଲ୍ଲୀ ଗଲେ ନବୀନ ବାବୁ। ଏହା ତାଙ୍କର ବ୍ୟକ୍ତିଗତ ଗସ୍ତ।ସଂସଦୀୟ ଦଳ ନେତା ଚୟନ ପ୍ରସଙ୍ଗରେ ଦେବୀ କହିଛନ୍ତି, ସିଏ ସୁପ୍ରିମୋ। ନିଷ୍ପତ୍ତି ତାଙ୍କର। ହେଲେ ହସ୍ପିଟାଲରେ ଭାଇଙ୍କୁ ଭେଟିବା ପ୍ରାଥମିକତା ବୋଲି କହିଛନ୍ତି।

ଏୟାରପୋର୍ଟରେ ବିଜେଡି ନେତା ନବୀନ ପଟ୍ଟନାୟକ ଦିଲ୍ଲୀ ଯିବା ପୂର୍ବରୁ ଏୟାରପୋର୍ଟରେ ପହଞ୍ଚିଲେ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ, ଅଶୋକ ପଣ୍ଡା, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ରାଉତ, ସଞ୍ଜୟ ଦାଶବର୍ମା, ସାଲୁକା ପ୍ରଧାନ, ଟୁକୁନି ସାହୁ।

Share

Leave a Reply

Your email address will not be published. Required fields are marked *

twenty − 3 =