Business

ଆକ୍ସିସ ବ୍ୟାଙ୍କ ପକ୍ଷରୁ ମୋବାଇଲ ନମ୍ବର ଅପଡେଟ ପାଇଁ ଆଧାର ଫେସ ଅଥେଣ୍ଟିକେଶନର ଶୁଭାରମ୍ଭ

ଭୁବନେଶ୍ୱର: ଦେଶର ଅନ୍ୟତମ ସର୍ବବୃହତ ଘରୋଇ ବ୍ୟାଙ୍କ ଆକ୍ସିସ ବ୍ୟାଙ୍କ ପକ୍ଷରୁ ଏହାର ମୋବାଇଲ ବ୍ୟାଙ୍କିଂ ଆପରେ ଆଧାର ଫେସ ଅଥେଣ୍ଟିକେଶନ ଜରିଆରେ ପଞ୍ଜୀକୃତ ମୋବାଇଲ ନମ୍ବର ଅପଡେଟ କରିବାର ସୁବିଧା ଆରମ୍ଭ କରାଯାଇଛି। ଏଥି ସହିତ ଭାରତର ଅଗ୍ରଣୀ ବ୍ୟାଙ୍କ ମଧ୍ୟରେ ପ୍ରଥମ ବ୍ୟାଙ୍କ ଭାବେ ଆକ୍ସିସ ବ୍ୟାଙ୍କ ପକ୍ଷରୁ ନିଜେ ମୋବାଇଲ ନମ୍ବର ଅପଡେଟ କରିବା ପାଇଁ ୟୁଆଇଡିଏଆଇର ଆଧାରା ଚେହେରା ପ୍ରମାଣୀକରଣ ସେବାକୁ କାର୍ଯ୍ୟକାରୀ କରାଯାଇଛି।
ଏହି ନୂତନ ସେବା ଜରିଆରେ ଗ୍ରାହକମାନେ ଡିଜିଟାଲ ମାଧ୍ୟମରେ ଯେକୌଣସି ସମୟ ଓ ଯେକୌଣସି ସ୍ଥାନରେ ଏକ ସୁରକ୍ଷିତ ତିନି ସୋପାନ ବିଶିଷ୍ଟ ଆଧାର ଫେସ ଅଥେଣ୍ଟିକେଶନ ଜରିଆରେ ସେମାନଙ୍କ ପଞ୍ଜୀକୃତ ମୋବାଇଲ ନମ୍ବର ଅପଡେଟ୍ କରିପାରିବେ। ଏହା ଗ୍ରାହକମାନଙ୍କୁ ଏକ ସୁବିଧାଜନକ ସେଲ୍ଫ ସର୍ଭିସ୍ ବିକଳ୍ପ ପ୍ରଦାନ କରୁଛି ଯାହା ମୋବାଇଲ୍ ନମ୍ବର ପଞ୍ଜୀକରଣକୁ ଅଧିକ ସହଜ ଓ ସୁରକ୍ଷିତ କରିପାରିଛି।
ମୋବାଇଲ ନମ୍ବର ଅପଡେଟ କରିବା ପାଇଁ ଗ୍ରାହକମାନଙ୍କୁ ପ୍ରଥମେ ନୂଆ ମୋବାଇଲ ନମ୍ବର ଦାଖଲ କରିବାକୁ ପଡ଼ିବ। ଏହା ପରେ ଆଧାର ଫେସ ଅଥେଣ୍ଟିକେଶନକୁ ବ୍ୟବହାର କରି ପ୍ରମାଣୀକରଣ କରିବାକୁ ହେବ। ସେଥିପାଇଁ ପ୍ଲେଷ୍ଟୋରରୁ ଆଧାର ଫେସଆରଡି ଆପ ଡାଉନଲୋଡ କରିବାକୁ ପଡ଼ିବ। ଯଦି ଆଗରୁ ଇନଷ୍ଟଲ ଥିବ ତେବେ କ୍ୟାମେରା ଆପେ ସକ୍ରିୟ ହୋଇଯିବ ଏବଂ ସାମ୍ନା କ୍ୟାମେରାରେ ଫଟୋ ଉଠିବ। ନୂଆ ମୋବାଇଲ ନମ୍ବରରେ ଯାଇଥିବା ଓଟିପି ଜରିଆରେ ତାହାକୁ ପ୍ରମାଣୀକରଣ କରିବାକୁ ପଡ଼ିବ।
ଆଧାର ଚେହେରା ପ୍ରମାଣୀକରଣ ବ୍ୟବସ୍ଥାରେ ଲାଇଭ କ୍ୟାମେରାରେ ଉତୋଳନ କରାଯାଇଥିବା ଛବିକୁ ଆଧାରରେ ସଂରକ୍ଷିତ ଥିବା ଛବି ସହ ମେଳ କରାଯିବ। ଏହାଦ୍ୱାରା ଗ୍ରାହକଙ୍କ ପ୍ରମାଣୀକରଣ ସୁରକ୍ଷିତ ରହିପାରିବ। ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ପାଇଁ ବ୍ୟାଙ୍କ ପକ୍ଷରୁ ଅତିରିକ୍ତ ବ୍ୟବସ୍ଥା କରାଯାଇଛି ଯେଉଁଠାରେ ପଞ୍ଜୀକୃତ ମୋବାଇଲ ନମ୍ବର ଅପଡେଟ ହେବା ପରେ ଆପେ ପ୍ରଥମ ୨୪ ଘଂଟା ପାଇଁ ମୋବାଇଲ ବ୍ୟାଙ୍କିଂ କାରବାର ସୀମା ଧାର୍ଯ୍ୟ ହୋଇଯିବ।
ଏ ସମ୍ପର୍କରେ ଆକ୍ସିସ ବ୍ୟାଙ୍କର ଡିଜିଟାଲ ବ୍ୟବସାୟ, ରୂପାନ୍ତରଣ ଓ ଷ୍ଟ୍ରାଟେଜିକ ପ୍ରୋଗ୍ରାମର ଗ୍ରୁପ ଏକଜିକ୍ୟୁଟିଭ ସମୀର ସେଟ୍ଟି କହିଛନ୍ତି ଯେ, “ଆକ୍ସିସ ବ୍ୟାଙ୍କରେ ଆମ ଡିଜିଟାଲ ପ୍ରଥମ ଦର୍ଶନ ଆମ ଗ୍ରାହକମାନଙ୍କ ପାଇଁ ଏକ ସୁରକ୍ଷିତ, ଉନ୍ନତ ଓ ବିଶ୍ୱସନୀୟ ଅନୁଭୂତି ସୃଷ୍ଟି କରିବା ଉପରେ କେନ୍ଦ୍ରୀଭୂତ ରହିଛି। ଆମର ସେଫ ବ୍ୟାଙ୍କିଂ ଅଭିଯାନ ଅଧୀନରେ ମୋବାଇଲ ନମ୍ବର ଅପଡେଟ ପାଇଁ ଆଧାର ଫେସ ଅଥେଣ୍ଟିକେଶନର ଶୁଭାରମ୍ଭ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ଆମ ଶାଖା ନେଟୱର୍କ ସହିତ ଏକ ସୁବିଧାଜନକ ସେଲଫ ସର୍ଭିସ ବିକଳ୍ପ ପ୍ରଦାନ କରୁଛି। ୟୁଆଇଡିଏଆଇର ଦୃଢ଼ ବାୟୋମେଟ୍ରିକ ପ୍ରମାଣୀକରଣକୁ ବ୍ୟବହାର କରି ଆମେ ଆମ ଗ୍ରାହକଙ୍କ ଗୁରୁତ୍ୱପୂର୍ଣ୍ଣ ଯାତ୍ରାକୁ ସୁଦୃଢ଼ କରୁଛୁ ଏବଂ ସେମାନଙ୍କୁ ସୁରକ୍ଷିତ, ବିଶ୍ୱାସ ଓ ସହଜତା ସହ ସେମାନଙ୍କ ଆବଶ୍ୟକ ଖାତା ବିବରଣୀ ପରିଚାଳନା କରିବାକୁ ସକ୍ଷମ କରୁଛୁ।”
ଏହି ଅଭିଯାନ ଆକ୍ସିସ ବ୍ୟାଙ୍କର ସେଫ ବ୍ୟାଙ୍କିଂ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରୁଛି ଯେଉଁଥିରେ ସେଫଟି ସେଂଟର, ଲକ ଏଫଡି ଓ ଇନଆପ ମୋବାଇଲ ଓଟିପି ଭଳି ଅଭିନବ ସୁବିଧା ରହିଛି ଯାହା ଗ୍ରାହକମାନଙ୍କୁ ବର୍ଦ୍ଧିତ ଡିଜିଟାଲ ଠକେଇ ବିପଦରୁ ସୁରକ୍ଷା ଦେବ।

Share

Leave a Reply

Your email address will not be published. Required fields are marked *

12 + 20 =