ରାଜ୍ୟ

ବଢିଲା ଖରା, ଆରମ୍ଭ ହେଲା ସକାଳୁଆ ସ୍କୁଲ

ଆଜିଠୁ ସକାଳୁଆ ସ୍କୁଲ । ଗ୍ରୀଷ୍ମ ପ୍ରବାହକୁ ଆଖି ଆଗରେ ରଖି ରାଜ୍ୟ ସରକାର ପକ୍ଷରୁ ଏହି ବଡ଼ ନିଷ୍ପତି ନିଆଯାଇଛି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ଗୁରୁତ୍ୱ ଦେଇ, ସ୍କୁଲ ସମୟରେ ପରିବର୍ତ୍ତନ କରାଯାଇଛି । ସରକାରଙ୍କ ନିର୍ଦ୍ଦେଶ ଅନୁସାରେ, ସକାଳ ୬ଟା ୩୦ରୁ ୧୦ଟା ୩୦ ପର୍ଯ୍ୟନ୍ତ ପାଠପଢ଼ା ଚାଲିବ । ଏନେଇ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ ଆବଶ୍ୟକୀୟ ନିର୍ଦ୍ଦେଶ ଜାରି ହୋଇଛି । ସେହିପରି ମଧ୍ୟାହ୍ନ ଭୋଜନ ସମୟରେ ମଧ୍ୟ ପରିବର୍ତ୍ତନ କରିବାକୁ ସ୍କୁଲ ପ୍ରଶାସନକୁ ସୁପାରିଶ କରାଯାଇଛି । ଏପଟେ ରାଜଧାନୀର ସମସ୍ତ ସ୍କୁଲରେ ଆଜି ପାଳିତ ହେଉଛି ପ୍ରବେଶ ଉତ୍ସବ । ଛାତ୍ରଛାତ୍ରୀଙ୍କୁ ଫୁଲ ଚନ୍ଦନ ଲଗାଇ ସ୍ବାଗତ କରୁଛନ୍ତି ଶିକ୍ଷକ ଶିକ୍ଷୟତ୍ରୀ । ଗ୍ରୀଷ୍ମ ପ୍ରବାହକୁ ନଜରରେ ରଖି ସ୍କୁଲ କର୍ତ୍ତୃପକ୍ଷ ସମସ୍ତ ବ୍ୟବସ୍ଥା କରିଛନ୍ତି ।

ଗତମାସ ସୂଚନାଥିଲା କି, ଏପ୍ରିଲ ନ ପସୁଣୁ ଖରା ଖଇ ଫୁଟିଲାଣି । ଖୁବଶୀଘ୍ର ହୋଇପାରେ ସକାଳୁଆ ସ୍କୁଲ । ତାତିକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ବାବଦରେ ନିଷ୍ପତ୍ତି ନିଆଯିବ । ଏ ନେଇ ବୈଠକ ବସିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ବୈଠକରେ ବିପର୍ଯ୍ୟୟ ପରିଚାଳନା ବିଭାଗର ଅଧିକାରୀ ଯୋଗଦେଇଥିଲେ । ଏହି ବୈଠକରେ ଖରାକୁ ଦେଖି ସକାଳୁଆ ସ୍କୁଲ କେବେଠୁ ହେବ ସେ ବାବଦରେ ନିଷ୍ପତ୍ତି ନିଆଯିଆଥିଲା । ସକାଳୁଆ ସ୍କୁଲ ନେଇ ସୂଚନା ଦେଇଥିଲେ ବିଦ୍ଯାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ।
Share

Leave a Reply

Your email address will not be published. Required fields are marked *

five × 3 =