ରାଜ୍ୟ

ଆସନ୍ତା ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ

ରାଜ୍ୟରେ ଅନୁଭବ ହେଉଛି ଗରମ ଓ ଗୁଳୁଗୁଳି। ଏହା ମଧ୍ୟରେ ଆଶ୍ୱସ୍ତି ଆଣୁଛି ବର୍ଷା। ଆସନ୍ତା ୪ ତାରିଖ ଯାଏଁ ଜାରି ରହିବ ଝଡ ବର୍ଷାର ପ୍ରଭାବ। ଦିନରେ ତତାଉଥିବା ବେଳେ ସନ୍ଧ୍ୟାରେ ଭିଜାଉଛି। ଆଭ୍ୟନ୍ତରୀଣ ଓଡିଶାରେ ଗରମ ବେଳେ ଉପକୂଳରେ ଅନୁଭୂତ ହେଉଛି ଥଣ୍ଡା। ଆଜି ପାଇଁ ୫ ଜିଲାକୁ ଝଡବର୍ଷାର ସତର୍କତା ଜାରି ହୋଇଛି। ବିଜୁଳି ଘଡଘଡି ସହ ବର୍ଷା ପବନ ହେବା ନେଇ ପାଣିପାଗ ବିଭାଗ ର୍ପୂବାନୁମାନ କରିଛି। ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି।

ନୂଆପଡା ଓ ନବରଙ୍ଗପୁରକୁ ଝଡ ତୋଫାନ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ୫ ତାରିଖ ପରଠାରୁ ପାଗରେ ପରିବର୍ତ୍ତନ ଆସିବ। ସେହିପରି ୩ ଦିନ ପାଇଁ ଗରମ ଓ ଗୁଳିଗୁଳି ନେଇ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଆଜି ଗଞ୍ଜାମ, ଗଜପତି ଓ ପୁରୀକୁ ତାତି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।
Share

Leave a Reply

Your email address will not be published. Required fields are marked *

4 × 3 =