୧୪ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ
୧୪ ବର୍ଷ ପରେ ପ୍ରଥମ ମ୍ୟାଚ୍ ଜିତିଲା ମୁମ୍ବାଇ। ଦୁଇ ପୂର୍ବ ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଇଥିବା ଏକମାତ୍ର IPL ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୬ ୱିକେଟରେ ବିଜୟୀ ହୋଇଛି। ପ୍ରାରମ୍ଭିକ ବ୍ୟାଟର ରାୟନ ରିକେଲ୍ଟନ ଓ ରୋହିତ ଶର୍ମାଙ୍କ ବିସ୍ଫୋରକ ବ୍ୟାଟିଂ କରିଥିଲେ। ୱାଙ୍ଖଡେ ଷ୍ଟାଡିୟମରେ କୋଲକାତା ନାଇଟ ରାଇଡର୍ସ ପକ୍ଷରୁ ଦିଆଯାଇଥିବା ୨୨୧ ରନ୍ ଟାର୍ଗେଟକୁ ୧୯.୧ ଓଭରରେ ୪ଟି ୱିକେଟ ହରାଇ ପୁରା କରିଛି।
ମୁମ୍ବାଇ ଦଳ ଏହି ମ୍ୟାଚରେ ୨୨୪ ରନ୍ ସଂଗ୍ରହ କରିବା ସହିତ ୬ ୱିକେଟରେ ବିଜୟ ହାସଲ କରିଛି। ରାୟନ ରିକେଲ୍ଟନ ଦଳ ପାଇଁ ସର୍ବାଧିକ ୮୧ ରନ୍ ସଂଗ୍ରହ କରିଥିଲେ। ସେ ୪୩ଟି ବଲ୍ ଖେଳି ୪ଟି ଚୌକା ଏବଂ ୮ଟି ଛକା ମରିଥିଲେ। ସେହିପରି ରୋହିତ ଶର୍ମା ୩୮ଟି ବଲ୍ ଖେଳି ୬ଟି ଚୌକା ଏବଂ ୬ଟି ଛକା ମାରିଥିଲେ।

