ରାଜ୍ୟ

ମୁନରେ ଘରୁ ୨୦ ଲକ୍ଷ ଟଙ୍କା ସହ ୩୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ

ଘରେ ପଶିଲେ, ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତି କଲେ । ବନ୍ଧୁକ ମୁନରେ ଘରୁ ୨୦ ଲକ୍ଷ ଟଙ୍କା ସହ ୩୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ୯ନମ୍ୱର ୱାର୍ଡ କହାଳିଆ ଗ୍ରାମରେ ଘଟିଛି ଏପରି ଅଘଟଣ । ଗାଁର ଗୋବିନ୍ଦା ସିଂହ ଘରେ ସପରିବାର ଖାଉଥିବା ସମୟରେ ୬ଜଣ ଦୁର୍ବୃତ୍ତ ତେଲେଙ୍ଗା କଟୁରୀ ଦେଖାଇ ପରିବାର ଲୋକଙ୍କ ହାତ ଗୋଡ ବାନ୍ଧି ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ୨୦ ଲକ୍ଷ ଟଙ୍କା ସହିତ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯୁବକ ଏବଂ ୪ ଜଣ ଅଣଓଡ଼ିଆ ଥିବା ଗୋବିନ୍ଦା କହିଛନ୍ତି। 

Share

Leave a Reply

Your email address will not be published. Required fields are marked *

11 − two =