ସନ୍ଧ୍ୟା ହେଲେ ତୋଶାଳୀ ମେଳାରେ ରାଜଧାନୀବାସୀଙ୍କ ଭିଡ଼
ଜମୁଛି ତୋଶାଳୀ ମେଳା । ସନ୍ଧ୍ୟା ହେଲେ ତୋଶାଳୀ ମେଳାରେ ରାଜଧାନୀବାସୀଙ୍କ ଭିଡ଼ । ଚିକିମିକି ଆଲୁଅରେ ରଙ୍ଗୀନ ଭୁବନେଶ୍ବରର ରାସ୍ତାଘାଟ । ଚଳିତ ବର୍ଷ ମେଳାର ଆକର୍ଷଣ ପାଲଟିଛି ଡବଲ ଡେକର ବସ୍ ରେ ଫୁଡ ଷ୍ଟଲ। ବାହାରୁ ଦେଖିଲେ ଲାଗୁଛି ବସ୍ । ହେଲେ ଭିତରକୁ ପ୍ରବେଶ କଲେ ଦେଖାଯାଉଛି ଏକ ଆଧୁନିକ ଖାଦ୍ୟ ଜଗତ।
ତଳ ମହଲାରେ ରହିଛି ଲାଇଭ କିଚେନ୍ । ଯେଉଁଠି ପରସାଯାଉଛି ଗରମ ଗରମ ଖାଦ୍ୟ । ଉପରମହଲାରେ ଏହି ସୁବିଧା ଆରାମଦାୟକ ରେଷ୍ଟୁରାଣ୍ଟର ବ୍ୟବସ୍ଥା ରହିଛି । ବସ୍ ଭିତରେ ସୁସ୍ବାଦ୍ୟ ଖାଦ୍ୟ ଖାଇବା ସହ ମେଳାର ରଙ୍ଗୀନ ଦୃଶ୍ୟ ଉପଭୋଗ କରୁଛନ୍ତି ଦର୍ଶକ । ସେପେଟେ ହସ୍ତତନ୍ତ୍ର ଓ ହସ୍ତଶିଳ୍ପ ଷ୍ଟଲ ଗୁଡ଼ିକରେ ଜମୁଛି ପ୍ରବଳ ଭିଡ଼ । ଆଲୋକ, ଖାଦ୍ୟ ଓ ଆନନ୍ଦର ଏହି ଅଦ୍ଭୁତ ସମନ୍ୱୟ ତୋଶାଳୀ ମେଳାକୁ ଦେଇଛି ନୂଆ ଆକର୍ଷଣ ଓ ଅଲଗା ପରିଚୟ ।
