Business

ଟିଭିଏସ ମୋଟର ପକ୍ଷରୁ ଦ୍ୱିତୀୟ ବର୍ଷ ପାଇଁ ‘ରଣ ଉତ୍ସବ’ରେ ଅଂଶଗ୍ରହଣ; ମୋଟରସାଇକଲ ଜରିଆରେ ଅନୁଭୂତି ଅଧାରିତ ପର୍ଯ୍ୟଟନର ପ୍ରସାର

ଭୁବନେଶ୍ୱର: ବିଶ୍ୱର ଅଗ୍ରଣୀ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ ମୋଟର କମ୍ପାନି ଦ୍ୱିତୀୟ ବର୍ଷ ପାଇଁ ଗୁଜରାଟର ରଣ ଉତ୍ସବରେ ଅଂଶ ଗ୍ରହଣ କରିଛି। ଏହି ଉତ୍ସବକୁ କମ୍ପାନି ମୋଟରସାଇକଲ ପ୍ରେମୀମାନଙ୍କ ପାଇଁ ନିଶ୍ଚିତ ପରିଦର୍ଶନ କରିବାର ଏକ ଉତ୍ସବ ଭାବେ ଉପସ୍ଥାପିତ କରିଛି। ଭାରତ ଓ ସମଗ୍ର ବିଶ୍ୱର ରାଇଡରଙ୍କୁ ସେଥିରେ ଭାଗ ନେବାକୁ ଆମନ୍ତ୍ରଣ କରାଯାଇଛି।
‘ରଣ ଉତ୍ସବ’ର ଏହି ସଂସ୍କରଣରେ ଇଟାଲୀ ଓ ମେକ୍ସିକୋ ଆଦି ଦେଶରୁ ୧୦୦ରୁ ଅଧିକ ରାଇଡର ଅଂଶଗ୍ରହଣ କରି ଦୁଇ ଦିନ ପର୍ଯ୍ୟନ୍ତ ରଣର ବିଭିନ୍ନ ଅଂଚଳକୁ ମୋଟରସାଇକଲ ପରିଦର୍ଶନ କରି ଅନୁସନ୍ଧାନ କରିଥିଲେ। ଏହି ଉତ୍ସବରେ ଅଧିକରୁ ଅଧିକ ଲୋକଙ୍କ ଅଂଶଗ୍ରହଣ ମୋଟରସାଇକଲ ଆଧାରିତ ଅନୁଭୂତି ଭିତ୍ତିକ ପର୍ଯ୍ୟଟନର ଅଭ୍ୟୁଦୟକୁ ଦର୍ଶାଉଛି।
ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ସାଂଘଭି କହିଛନ୍ତି ଯେ,“ସଂସ୍କୃତି, ଦୃଶ୍ୟପଟ୍ଟ ଓ ନବସୃଜନକୁ ଅର୍ଥପୂର୍ଣ୍ଣ ଉପାୟରେ ମିଶ୍ରଣ କରି କିଭଳି ବିଭିନ୍ନ ସ୍ଥାନର ଅନୁଭବ ନେଇହେବ ତାହାକୁ ‘ରଣ ଉତ୍ସବ’ ବଦଳାଇବା ଜାରି ରଖିଛି। ଚଳିତ ବର୍ଷ ଅଧିକ ସଂଖ୍ୟକ ରାଇଡର ଓ ଗୋଷ୍ଠୀର ଅଂଶଗ୍ରହଣ ଏଭଳି ଅଭିଯାନ କିଭଳି ରଣ ଅଫ କଚ୍ଛକୁ ପାରମ୍ପରିକ ପର୍ଯ୍ୟଟନଠାରୁ ଆଗକୁ ବଢ଼ାଇଛି ତାହା ଦର୍ଶାଉଛି। ଟିଭିଏସ ମୋଟର କମ୍ପାନି ଭଳି ଶିଳ୍ପ ସଂସ୍ଥା ସହିତ ସହଯୋଗିତା ଭାରତର ଅନୁଭୂତି ଆଧାରିତ ପର୍ଯ୍ୟଟନ ବ୍ୟାଖ୍ୟାକୁ ସୁଦୃଢ଼ କରିବାରେ ସହାୟକ ହୋଇଥିବା ବେଳେ ରଣ ଅଫ କଚ୍ଛକୁ ଏଭଳି ଏକ ସ୍ଥାନରେ ପରିଣତ କରିଛି ଯାହା କେବଳ ଜାତୀୟ ନୁହେଁ ଅନ୍ତର୍ଜାତୀୟ ସ୍ତରରେ ପ୍ରାସଙ୍ଗିକ ହୋଇପାରିଛି।”
ଟିଭିଏସ ମୋଟର କମ୍ପାନିର ଅଧ୍ୟକ୍ଷ ସୁଦର୍ଶନ ବେଣୁ କହିଛନ୍ତି ଯେ, “ରଣ ଅଫ କଚ୍ଛ ଭାରତର ସଂସ୍କୃତି ଓ ଐତିହ୍ୟର ସବୁଠୁ ଉଲ୍ଲେଖନୀୟ ପରିପ୍ରକାଶ ଭାବେ ଆର୍ବିଭୂତ ହୋଇଛି। ଭାରତରେ ଡେଷ୍ଟିନେସନ ଓ ଅନୁଭୂତିମୂଳକ ପର୍ଯ୍ୟଟନର ପ୍ରସାର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟି ଲକ୍ଷ୍ୟ ଓ ଉତ୍ସାହ ଟିଭିଏସ ମୋଟର କମ୍ପାନି ପାଇଁ ପ୍ରେରଣାର ଏକ ବଡ଼ ଉତ୍ସ ପାଲଟିଛି। ମୋଟରସାଇକଲ ଆଧାରିତ ରୋମାଂଚରେ ଅଗ୍ରଣୀ ହୋଇ ସେହି ଲକ୍ଷ୍ୟକୁ ପରବର୍ତ୍ତୀ ସ୍ତରକୁ ନେଉଥିବାରୁ ଆମେ ଗର୍ବିତ ଯାହା ଭାରତର ସମ୍ବଳକୁ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ କରିବ।”
ଟିଭିଏସ ଆପାଚି ମାଲିକ ଦଳ (ଏଓଜି) ସହ ୱେଷ୍ଟ ଚାପ୍ଟର ରାଇଡ ଓ ଟିଭିଏସ ରୋନିନ କଲ୍ଟ କମ୍ୟୁନିଟି ୧୦୦ ଜଣ ରାଇଡରଙ୍କୁ ରଣ ଉତ୍ସବକୁ ଆଣିଥିଲେ। ରାଇଡରମାନେ ମୁମ୍ବାଇ, ପୁଣେ, କୋହ୍ଲାପୁର, ଜୟପୁର ଓ ଅହମଦାବାଦରୁ ଆସିଥିଲେ। ଟିଭିଏସ ପ୍ରିମିୟମ ଆରୋନା ପକ୍ଷରୁ ଟିଭିଏସ ଆପାଚି ପ୍ରୋ ପରଫର୍ମନାନ୍ସ ଷ୍ଟଂଟ ସୋ, ଟିଭିଏସ ରୋନିନି ଡ୍ରିଫ୍ଟ-ଆର ଫ୍ଲାଟ ଟ୍ରାକ ତାଲିମ, ଟିଭିଏସ ରେସିଂ ଏଫଏମଏକ୍ସ, ଟିଭିଏସ ଆପାଚି ଆରଟିଏକ୍ସ ରୋମାଂଚ ତାଲିମ ଓ ଏକ ମହିଳା ସ୍ୱତନ୍ତ୍ର ଡ୍ରିଫ୍ଟ-ଆର ଚାମ୍ପିଅନସିପ ଆୟୋଜନ କରାଯାଇଥିଲା।
ଟିଭିଏସର ଚାରିଟି ମୋଟରସାଇକଲ ଟିଭିଏସ ରୋନିନ, ଟିଭିଏସ ଆପାଚି ଆରଟିଆର ୨୦୦, ଟିଭିଏସ ଆପାଚି ଆରଟିଆର ୩୧୦ ଓ ଟିଭିଏସ ଆପାଚି ଆରଆର ୩୧୦କୁ ‘ରଣ ଅଫ କଚ୍ଛ ଏଡିସନ’ ଭାବେ ଉପସ୍ଥାପନ କରାଯାଇଛି। ଏଇମୋର କଷ୍ଟମ ସହ ସହଯୋଗିତାରେ ମୋଟରସାଇକଲଗୁଡ଼ିକୁ ବିକାଶ କରାଯାଇଛି।

Share

Leave a Reply

Your email address will not be published. Required fields are marked *

14 + eleven =