Business

ବିବୃତି ଆସେଟ୍ ମ୍ୟାନେଜମେଂଟ୍ ପକ୍ଷରୁ ୨୦୨୬-୨୭ରେ ଏୟୁଏମ୍‌ରେ ୪୦% ଅଭିବୃଦ୍ଧି ହାସଲ ଲକ୍ଷ୍ୟ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସଂପତି ପରିଚାଳନା କମ୍ପାନି ବିବୃତି ଆସେଟ୍ ମ୍ୟାନେଜମେଂଟ୍ (ଭିଏଏମ୍‌) ପୂର୍ବ ଭାରତରେ ଏହାର ଉପସ୍ଥିତିକୁ ସୁଦୃଢ଼ କରିଛି। ଇକ୍ୱିଟି ବଜାର ଅସ୍ଥିରତା ତୁଳନାରେ କମ୍ ୟିଲ୍‌ଡ ସୃଷ୍ଟି କରିବାକୁ ଚାହୁଥିବା ଫାମିଲି ଅଫିସ୍ ଓ ଏନ୍‌ଏଚ୍‌ଆଇମାନେ ଚାହୁଥିବା ବେଳେ ସେମାନେ ନିଜ ପୋର୍ଟଫୋଲିଓରେ ବିବିଧତା ମଧ୍ୟ ଆଣିବାକୁ ଚାହୁଛନ୍ତି। ଏହି ପରିପ୍ରେକ୍ଷୀରେ ପଶ୍ଚିମବଙ୍ଗ ଓ ଓଡ଼ିଶା କମ୍ପାନି ପ୍ରତି ଅର୍ଥପୂର୍ଣ୍ଣ ଅବଦାନ ପ୍ରଦାନ କରିବେ ବୋଲି ଆଶା କରୁଛି।
୨୦୧୯-୨୦ରେ ଶୁଭାରମ୍ଭ କରାଯାଇଥଇବା ଭିଂଟେଜ୍‌-୧ ଅଧୀନରେ ତିନିଟି ପାଣ୍ଠିର ପୂର୍ଣ୍ଣ ପୁଞ୍ଜିକୁ ୨୦୨୪ ସୁଦ୍ଧା କମ୍ପାନି ଫେରସ୍ତ କରିଛି। ୨୦୨୧ରେ ଶୁଭାରମ୍ଭ ହୋଇଥିବା ଭିଂଟେଜ୍‌-୨ ଫଣ୍ଡରେ ଏହା ୭୩ ପ୍ରତିଶତରୁ ଅଧିକ ପାଣ୍ଠି ନିବେଶ କରିଛି। ଭିଂଟେଜ୍‌-୩ର ଅଂଶ ଥିବା ବିବୃତିର ଡାଇଭର୍ସିଫାଏଡ୍ ବଣ୍ଡ୍ ସିରିଜ୍‌-୨ ଗ୍ରିନ୍ ସୁ ବିକଳ୍ପ କାର୍ଯ୍ୟକାରୀ କରିବା ପରେ ୨୧୦୦ କୋଟି ଟଙ୍କାର ପ୍ରତିବଦ୍ଧତା ହାସଲ କରିଛି ଓ ଖୁବ୍‌ଶୀଘ୍ର ଚୂଡ଼ାନ୍ତ କ୍ଲୋଜର୍ କରିବାକୁ ଯାଉଛି। ୨୦୨୪ରେ ଶୁଭାରମ୍ଭ କରାଯାଇଥିବା ବିବୃତି ସ୍ୱଳ୍ପକାଳୀନ ଟର୍ମ ଡେବ୍‌ଟ ଫଣ୍ଡ୍ ନିବେଶକଙ୍କଠାରୁ ୬୦୦ କୋଟି ଟଙ୍କାର ପ୍ରତିବଦ୍ଧତା ହାସଲ କରିଛି। ବିବୃତିର ଗିଫ୍ଟ ସିଟି ଫଣ୍ଡ୍ ବିବୃତି ଇଣ୍ଡିଆ ରିଟେଲ୍ ଆସେଟ୍ ଫଣ୍ଡ୍ ୧୭୨୨ କୋଟି ଟଙ୍କା ସଂଗ୍ରହ କରିଛି ଏବଂ ୨୦୨୩ ପରଠାରୁ ଭାରତୀୟ ପ୍ରତିଭୂତିରେ ୨୧୭୫ କୋଟି ଟଙ୍କା ନିବେଶ କରିଛି।
ଭିଂଟେଜ୍‌-୪ ଅଧୀନରେ ବିବୃତି ଏଏମ୍‌ସି ୨୦୨୬ରେ ଡାଇଭର୍ସିଫାଏଡ୍ ବଣ୍ଡ୍ ଫଣ୍ଡ୍ ସିରିଜ୍‌-୩ ଶୁଭାରମ୍ଭ କରିବ ଯାହା ନିବେଶକମାନଙ୍କୁ ସ୍ଥିର ଓ ଆକଳନ ଆଧାରିତ ରିଟର୍ଣ୍ଣ ପ୍ରଦାନ କରିବ। ଭିଏଏମ୍ ପକ୍ଷରୁ ୩୨୦୦ କୋଟି ଟଙ୍କା ଆବଂଟନ କରାଯାଇଛି।
ବିବୃତି ଆସେଟ୍ ମ୍ୟାନେଜମେଂଟ୍‌ର ମୁଖ୍ୟ ନିବେଶ ଅଧିକାରୀ ସୌମେନ୍ଦ୍ର ଘୋଷ କହିଛନ୍ତି ଯେ, “ଭାରତର ଆର୍ଥିକ ବ୍ୟବସ୍ଥାରେ ଘରୋଇ ଋଣ ପ୍ରମୁଖ ସ୍ତମ୍ଭରେ ପରିଣତ ହୋଇଛି ଯାହା ସଂଚୟ ଓ ବଳକାକୁ ଅର୍ଥନୀତିରେ ପ୍ରବେଶ କରାଉଛି। ପ୍ରମୋଟର ଏବଂ ନିଜ ଅଭିବୃଦ୍ଧିକୁ ବଢ଼ାଇବା, ଏକୀକରଣ ପାଇଁ ସ୍ୱତନ୍ତ୍ର ପାଣ୍ଠି ଚାହୁଥିବା କିମ୍ବା ଜଟିଳ ବ୍ୟବସାୟ ସ୍ଥିତିକୁ ଅତିକ୍ରମ କରିବାକୁ ଚାହୁଥିବା ମ୍ୟାନେଜମେଂଟ୍ ଟିମ୍ ପାଇଁ ପୁଂଜିର ଚାହିଦା ବଢ଼ିଛି। ନିୟମାକ ପ୍ରତିବନ୍ଧକ କିମ୍ବା ସୀମିତ ବିପଦ ଗ୍ରହଣ କରିବାର ଆଗ୍ରହ ପାଇଁ ଏହି ଚାହିଦାକୁ ପୂରଣ କରିବାରେ ବ୍ୟାଙ୍କ କିମ୍ବା ସାର୍ବଜନୀନ ବଣ୍ଡ ବଜାରର ଅକ୍ଷମତା ଓ ଅନାଗ୍ରହ ରହିଛି।
ନିବେଶକମାନଙ୍କୁ ଘରୋଇ ଋଣ ଏକ ଆକର୍ଷଣୀୟ ବିପଦ ପରିଚାଳନା ଆଧାରିତ ସୁବିଧା ପ୍ରଦାନ କରୁଛି। ଦ୍ୱିପାକ୍ଷିକ ଆଲୋଚନା ଆଧାରିତ କାରବାର ସଯତ୍ନ ଅନୁଶୀଳନ, ହ୍ରାସରୁ ସୁରକ୍ଷା ଦେବା ପାଇଁ ଡିଲ୍ ଢ଼ାଂଚା ଓ କାରବାର ପରବର୍ତୀ ଟ୍ରାକିଂକୁ ବନ୍ଦ କରିବାରେ ସହାୟକ ହୋଇଥାଏ। ଏକ ଉତ୍ପାଦର ପୁଲ୍ ଓ ଯତ୍ନର ସହ ପ୍ରସ୍ତୁତ ପୋର୍ଟଫୋଲିଓ ସାର୍ବଜନୀନ ଇକ୍ୱିଟି ତୂଳନାରେ ଅସ୍ଥୀରତାକୁ ଉଲ୍ଲେଖନୀୟ ହ୍ରାସ କରି ଦୃଢ଼ ରିଟର୍ଣ୍ଣ ପ୍ରଦାନ କରିବାର ସମ୍ଭାବନା ରଖିଛି। ନିଜ ପୋର୍ଟଫୋଲିଓରେ ବିବିଧତା ଆଣିବା ଓ ବିପଦ ଆଧାରିତ ରିଟର୍ଣ୍ଣ ଚାହୁଥିବା ଫାମିଲି ଅଫିସ, ଏନଏଚଆଇ, ବୀମା କମ୍ପାନି ଓ ସଂସ୍ଥାଗତ ନିବେଶକମାନଙ୍କ ଭଳି ଘରୋଇ ପୁ୍‌ଞ୍ଜି ପ୍ରଦାନକାରୀଙ୍କ ସହ ଏହା ବେଶ୍ ଖାପଖାଉଛି।’’
ବିଗତ ୬ ମାସରେ ଭିଏଏମ୍ ପକ୍ଷରୁ ସଡ଼କ, ଅଟୋମୋବାଇଲ, ଗଣମାଧ୍ୟମ, ଇସ୍ପାତ, ସ୍ୱାସ୍ଥ୍ୟସେବା, ଓୟାରହାଉସିଂ, ଆର୍ଥିକ ସେବା ଓ ବିମାନ ଚଳାଚଳ କ୍ଷେତ୍ରରେ ନିବେଶ କରାଯାଇଛି। ଭାରତରେ ଏହି ସଂପତି ବର୍ଗ ୧.୪ ଲକ୍ଷ କୋଟି ଟଙ୍କାର ଡିଲ ମୂଲ୍ୟ ହାସଲ କରିଛି।

Share

Leave a Reply

Your email address will not be published. Required fields are marked *

15 + five =