Business

ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ୨୦୨୬-୨୭ ଆର୍ଥିକ ବର୍ଷର ୯ ମାସରେ ଶିଳ୍ପ ତୁଳନାରେ ୧.୭ ଗୁଣା ଅଧିକ ଅଭିବୃଦ୍ଧି ହାସଲ

ଭୁବନେଶ୍ୱର: ଭାରତର ଅନ୍ୟତମ ଅଗ୍ରଣୀ ସାଧାରଣ ବୀମା କମ୍ପାନି ଏସବିଆଇ ଜେନେରାଲ ଇନସ୍ୟୁରାନ୍ସ ପକ୍ଷରୁ ୨୦୨୫-୨୬ ଆର୍ଥିକ ବର୍ଷର ୯ ମାସିଆ ଫଳାଫଳ ଘୋଷଣା କରାଯାଇଛି ଯାହା କମ୍ପାନିକୁ ଭାରତ ଅନ୍ୟତମ ଦ୍ରୁତ ଅଭିବୃଦ୍ଧିଶୀଳ ସାଧାରଣ ବୀମା କମ୍ପାନିରେ ପରିଣତ କରିଛି।
ନିଜର ଦୃଢ଼ ଅଭିବୃଦ୍ଧି ଜାରି ରଖି କମ୍ପାନି ୧୪.୫ ପ୍ରତିଶତ ଅଭିବୃଦ୍ଧି ସହ କମ୍ପାନି ୧୦,୭୬୯ କୋଟି ଟଙ୍କାର ପ୍ରିମିୟମ ହାସଲ କରିଛି ଯାହା ଶିଳ୍ପର ୮.୭ ପ୍ରତିଶତ ଅଭିବୃଦ୍ଧିଠାରୁ ଅଧିକ। ଏକ୍ସ-କ୍ରପ୍ ବ୍ୟବସାୟ ୨୫.୫% ହାରରେ ବଢ଼ିଛି ଯାହା ଶିଳ୍ପ ଅଭିବୃଦ୍ଧି ୧୩.୧ ପ୍ରତିଶତଠାରୁ ଅଧିକ।
ଏହି ୯ ମାସରେ କମ୍ପାନିର ସ୍ୱାସ୍ଥ୍ୟ ବ୍ୟବସାୟ ୨୯ ପ୍ରତିଶତ, ବ୍ୟକ୍ତିଗତ ଦୁର୍ଘଟଣା ୪୯ ପ୍ରତିଶତ, ମୋଟର ବୀମା ୧୯ ପ୍ରତିଶତ ଓ ଅଗ୍ନି ବୀମା ୧୩ ପ୍ରତିଶତ ବଢ଼ିଛି। ମିଳିତ ଭାବେ ଏହି କ୍ଷେତ୍ରଗୁଡ଼ିକ ବ୍ୟାପକ ଅଭିବୃଦ୍ଧି, ପରିଚାଳନା ଉତ୍କର୍ଷ ଓ ଗ୍ରାହକ କୈନ୍ଦ୍ରୀକ ନବସୃଜନ ଉପରେ କମ୍ପାନିର ଗୁରୁତ୍ୱକୁ ଦୃଢ଼ କରିଛି। କମ୍ପାନି ଏହାର ବଜାର ଅଂଶକୁ ଘରୋଇ ଓ ସାହି କମ୍ପାନିଗୁଡ଼ିକ ଭିତରେ ୦.୩୯ ପ୍ରତିଶତ ବଢ଼ାଇ ୬.୬୪ ପ୍ରତିଶତ କରିଛି ଯାହା ଗତବର୍ଷ ୬.୨୫ ପ୍ରତିଶତ ରହିଥିଲା।
କମ୍ପାନିର ଟିକସ ପରବର୍ତୀ ଲାଭ ୫୨୨ କୋଟି ଟଙ୍କା ହୋଇଛି। କ୍ଷତି ଅନୁପାତ ମଧ୍ୟ ଏହି ୯ ମାସରେ ୭୮.୫ ପ୍ରତିଶତକୁ ଉନ୍ନୀତ ହୋଇଛି ଯାହା ଗତବର୍ଷ ୮୪.୩ ପ୍ରତିଶତ ରହିଛି। ଏଥି ସହିତ ସଲଭେନ୍ସି ଅନୁପାତ ୨.୧୨ ଗୁଣା ରହିଛି ଯାହା ସର୍ବନିମ୍ନ ନିୟାମକ ଆବଶ୍ୟକତା ୧.୫୦ ଠାରୁ ଅଧିକ।
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ଏମଡି ଓ ସିଇଓ ଶ୍ରୀ ନବୀନ ଚନ୍ଦ୍ର ଝା କହିଛନ୍ତି ଯେ, “୨୦୨୫-୨୬ର ୯ ମାସରେ ଆମ ପ୍ରଦର୍ଶନ ଆମେ ଭବିଷ୍ୟତ ପାଇଁ ଗଢ଼ା ହୋଇଥିବା ମୁଳଦୁଆର ଦୃଢ଼ତାକୁ ପ୍ରତିଫଳିତ କରୁଛି। ୨୦୨୫-୨୬ର ୯ ମାସରେ କମ୍ପାନି ଶିଳ୍ପଠାରୁ ୧.୭ ଗୁଣା ବେଗରେ ଆଗକୁ ବଢ଼ିଛି ଏବଂ ଘରୋଇ ଓ ସାହି କମ୍ପାନି ତୁଳନାରେ ୧.୯ ଗୁଣା ବଢ଼ିଛି। ୨୦୨୫-୨୬ର ୯ ମାସରେ କମ୍ପାନିର ଜିଡିପି ୧୦,୭୬୯ କୋଟି ଟଙ୍କା ହୋଇଛି। ଏହି ଅଭିବୃଦ୍ଧି କେବଳ ବ୍ୟାପକତାର ବିଷୟ ନୁହେଁ, ଏହା ହେଉଛି ଏକ ସ୍‌ତାୟୀ, ପ୍ରଯୁକ୍ତି ଆଧାରିତ ଓ ଗ୍ରାହକ କୈନ୍ଦ୍ରୀକ ବୀମା ଅନୁଷ୍ଠାନ ଗଠନ କରିବା। ଆମେ ନିଜର ମୂଳ ପୋର୍ଟଫୋଲିଓକୁ ଦୃଢ଼ କରି, ଗ୍ରାହକଙ୍କ ସହ ବିଶ୍ୱାସ ଗଭୀର କରି ଏବଂ ସାରା ଭାରତର ଉଦୀୟମାନ ବିପଦ ଦୃଶ୍ୟପଟ୍ଟ ଅନୁସାରେ ବୀମା ସୁରକ୍ଷା ପହଂଚାଇ ସ୍ଥାୟୀ ମୂଲ୍ୟ ସୃଷ୍ଟି ଉପରେ ଗୁରୁତ୍ୱାରୋପ କରଛି।“
ଏସବିଆଇ ଜେନେରାଲ ଇନସ୍ୟୁରାନ୍ସର ସିଏଫଓ ଶ୍ରୀ ଜିତେନ୍ଦ୍ର ଆତ୍ର କହିଛନ୍ତି ଯେ, “୨୦୨୫-୨୬ର ୯ ମାସରେ ଆମ ଆର୍ôଥକ ପ୍ରଦର୍ଶନ ଆମ ବିପଦ ପରିଚାଳନା ଫ୍ରେମୱର୍କର ପ୍ରଭାବଶାଳୀତା, ପରିଚାଳନା ଶୃଙ୍ଖଳା ଓ ଦୀର୍ଘକାଳୀନ ଆର୍ôଥକ ରଣନୀତିକୁ ଦର୍ଶାଉଛି। ଗତ ଆର୍ôଥକ ବର୍ଷ ତୁଳନାରେ କମ୍ପାନିର କ୍ଷତି ଅନୁପାତ ୮୪.୩ ପ୍ରତିଶତରୁ ହ୍ରାସ ପାଇ ୭୮.୫ ପ୍ରତିଶତ ହୋଇଛି। ଏହା ଉନ୍ନତ ଅଣ୍ଡରରାଇଡିଂ, ଉନ୍ନତ ବିପଦ ଚୟନ, ଉତମ ଦାବି ପରିଚାଳନା ଓ ବର୍ଦ୍ଧିତ ପରିଚାଳନା ଦକ୍ଷତାର ପ୍ରମାଣ। ସ୍ଥାୟୀ ଲାଭ ଅଭିବୃଦ୍ଧି, ପୁଞ୍ଜି ଦକ୍ଷତାକୁ ସୁଦୃଢ଼ କରିବା ଏବଂ ଏକ ଆର୍ôଥକ ସାକ୍ତ ଅନୁଷ୍ଠାନ ଗଠନ କରିବା ଉପରେ ଆମର ଧ୍ୟାନ ରହିବ ଯାହା ଏକ ଚମତ୍କାର ବଜାର ପରିବେଶରେ ସମସ୍ତ ଅଂଶୀଦାରଙ୍କୁ ଦୀର୍ଘକାଳୀନ ମୂଲ୍ୟ ପ୍ରଦାନ କରିବ।”

Share

Leave a Reply

Your email address will not be published. Required fields are marked *

eight + four =