BusinessHealthଜାତୀୟ

ଡାବର ଚ୍ୟବନପ୍ରାଶ ଓ ଅକ୍ଷୟ କୁମାରଙ୍କ ନୂଆ ଅଭିଯାନ ‘ବିମାର ନା ତୈୟାର’

ଭୁବନେଶ୍ୱର: ଭାରତର ସବୁଠାରୁ ବିଶ୍ୱସନୀୟ ପ୍ରାକୃତିକ ସ୍ୱାସ୍ଥ୍ୟ ସେବା କମ୍ପାନୀ ଡାବର ପକ୍ଷରୁ ଡାବର ଚ୍ୟବନପ୍ରାଶ ପାଇଁ ଏକ ନୂଆ ଅଭିଯାନ ‘ବିମାର ନା ତୈୟାର’ ଆରମ୍ଭ କରାଯାଇଛି। କମ୍ପାନିର ବ୍ରାଣ୍ଡ ଆମ୍ବାସାଡର ତଥା ଫିଟନେସ ଆଇକନ ଅକ୍ଷୟ କୁମାରଙ୍କୁ ନେଇ ଏହି ଅଭିଯାନକୁ ମ୍ୟାକକ୍ୟାନ ୱାର୍ଲ୍ଡଗ୍ରୁପ ଇଣ୍ଡିଆ ଦ୍ୱାରା ପରିକଳ୍ପନା ଓ କାର୍ଯ୍ୟକାରୀ କରାଯାଇଛି। ଏହା ଋତୁ ପରିବର୍ତନ ଓ ପରିବେଶଗତ ଆହ୍ୱାନ ସମୟରେ ସର୍ବଦା ପ୍ରସ୍ତୁତ ରହିବା ଉପରେ ଗୁରୁତ୍ୱାରୋପ କରୁଛି।

ଡାବର ଚ୍ୟବନପ୍ରାଶରେ ୪୦ରୁ ଅଧିକ ଆୟୁର୍ବେଦିକ ଔଷଧୀୟ ଉପାଦାନ ରହିଛି ଯାହା କେବଳ ଚିକିତ୍ସା ନୁହେଁ, ଅନ୍ତଃଶକ୍ତି ଓ ସକ୍ରିୟ ରୋଗ ପ୍ରତିରୋଧ ଶକ୍ତି ଗଢ଼ିବା ପାଇଁ ନିୟମିତ ଅଭ୍ୟାସ ଭାବେ ନିଜକୁ ସ୍ଥାନିତ କରୁଛି। ଏହି ଅଭିଯାନ ଗ୍ରାହକଙ୍କ ଦୃଷ୍ଟିକୋଣକୁ ପ୍ରତିକ୍ରିୟାଶୀଳଠାରୁ ଆଗକୁ ବଢ଼ି ସକ୍ରିୟ ଦିଗରେ ପରିବର୍ତନ କରିବାକୁ ଲକ୍ଷ୍ୟ ରଖିଛି।

ଡାବର ଇଣ୍ଡିଆ ଲିମିଟେଡର ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଶ୍ରୀରାମ ପଦ୍ମନାଭନ କହିଛନ୍ତି ଯେ, “ଆଜିର କ୍ରିୟାଶୀଳ ଦୁନିଆରେ ଆମେ ଯେଉଁ ମୌଳିକ ସତ୍ୟକୁ ସମ୍ବୋଧନ କରୁଛୁ ତାହା ହେଉଛି—ସଂପୂର୍ଣ୍ଣ ‘ପ୍ରସ୍ତୁତ’ ରହିବା ହିଁ ଜିତିବାର ଏକମାତ୍ର ଉପାୟ। ରୋଗରେ ପୀଡିତ ହୋଇ ଅପ୍ରତ୍ୟାଶିତ ବିରତି ନେବାର ସାମର୍ଥ୍ୟ ଆମର ନାହିଁ। ଆମେ ବିଶ୍ୱାସ କରୁ ଯେ ରୋଗ ପ୍ରତିରୋଧକ ଶକ୍ତି ହିଁ ପ୍ରସ୍ତୁତିର ଚରମ ଇଞ୍ଜିନ। ‘ବିମାର ନା ତୈୟାର’ ଅଭିଯାନ ସ୍ୱାସ୍ଥ୍ୟକୁ କେବଳ ସମସ୍ୟା ଦେଖାଦେଲା ପରେ ଠିକ କରିବା ବୋଲି ଭାବନ୍ତୁ ନାହିଁ ବୋଲି ଆମ ଗ୍ରାହକଙ୍କୁ ଜଣାଇବାକୁ ଚାହୁଁଛୁ। ଆମେ ସେମାନଙ୍କୁ ଡାବର ଚ୍ୟବନପ୍ରାଶକୁ ଦୈନିକ ଅଭ୍ୟାସ ରୂପେ ଗ୍ରହଣ କରି ବିଶ୍ୱସନୀୟ ରୋଗ ପ୍ରତିରୋଧକ ଶକ୍ତି ଗଢ଼ିବାକୁ ଉତ୍ସାହିତ କରୁଛୁ ଯାହା ଦ୍ୱାରା ବାହ୍ୟ ପରିବର୍ତନ ଯାହା ହେଉନା କାହିଁକି ସେମାନେ ନିଜର ଲକ୍ଷ୍ୟ ପଥରେ ଅବିରତ ରହିପାରିବେ।”

ଏହି ବିଜ୍ଞାପନ ଫିଲ୍ମରେ ଅକ୍ଷୟ କୁମାର ବିଭିନ୍ନ ପାଗ ପରିସ୍ଥିତି ଓ ଆହ୍ୱାନପୂର୍ଣ୍ଣ ପରିସ୍ଥିତିକୁ ନିର୍ବିଘ୍ନରେ ଅତିକ୍ରମ କରୁଥିବା ଦେଖାଯାଉଛି। ଏହା ଦର୍ଶାଉଛି ଯେ ତାଙ୍କର ସର୍ବଦା ପ୍ରସ୍ତୁତ ଅବସ୍ଥା ତାଙ୍କୁ ବାଧାଗୁଡ଼ିକୁ ଅତିକ୍ରମ କରିବାରେ ସକ୍ଷମ କରୁଛି।

ଅକ୍ଷୟ କୁମାର କହିଛନ୍ତି ଯେ, “ମୁଁ ସବୁବେଳେ ବିଶ୍ୱାସ କରିଆସିଛି ଯେ ରୋଗ ହେବା ଆଗରୁ ପ୍ରତିକାର କରିବା ହିଁ ଉତମ। ବିଶେଷକରି ପାଗ ପରିବର୍ତନ ସମୟରେ ମୋର ନିୟମିତ ଜୀବନଚର୍ଯ୍ୟା ମୋ ଶରୀରକୁ ‘ପ୍ରସ୍ତୁତ’ ରଖିବା ପାଇଁ ଅନେକ ପଦକ୍ଷେପ ରହିଛି। ପ୍ରସ୍ତୁତି ବଜାୟ ରଖିବା ପାଇଁ ମୁଁ ଡାବର ଚ୍ୟବନପ୍ରାଶ ଉପରେ ବ୍ୟକ୍ତିଗତ ଭାବେ ବିଶ୍ୱାସ କରେ। ‘ବିମାର ନା ତୈୟାର’ ବିଷୟ ଏତେ ଶକ୍ତିଶାଳୀ କାରଣ ଏହା ଲୋକମାନଙ୍କୁ ସକ୍ରିୟ ସ୍ୱାସ୍ଥ୍ୟକୁ ପ୍ରାଥମିକତା ଦେବାକୁ ଆହ୍ୱାନ ଦେଉଛି ଯାହା ଦ୍ୱାରା ସେମାନେ ଜୀବନର ଆହ୍ୱାନଗୁଡ଼ିକୁ ସର୍ବଦା ମୁକାବିଲା କରିବାକୁ ପ୍ରସ୍ତୁତ ରହିପାରିବେ।”

ମ୍ୟାକକ୍ୟାନ୍ ଇଣ୍ଡିଆର ଚିଫ୍ ଷ୍ଟ୍ରାଟେଜି ଡାଇରେକ୍ଟର ସୁମୀର ମାଥୁର କହିଛନ୍ତି ଯେ, “ପିଢ଼ି ପିଢ଼ି ଧରି ଡାବର ଚ୍ୟବନପ୍ରାଶ ଆୟୁର୍ବେଦ ସମର୍ôଥତ ରୋଗ ପ୍ରତିରୋଧ ଶକ୍ତିର ପ୍ରତୀକ ହୋଇ ରହିଆସିଛି ଏବଂ ଆମର ନୂଆ ଅଭିଯାନ ଆଜିର ଦିନରେ ଏହା କେତେ ଅପରିହାର୍ଯ୍ୟ ତାହାକୁ ଆଉଥରେ ଦୃଢ଼ କରୁଛି। ତୀବ୍ର ପ୍ରତିଯୋଗିତାର ଏହି ଯୁଗରେ କେବଳ ପ୍ରତିଭା ଯଥେଷ୍ଟ ନୁହେ, ପ୍ରସ୍ତୁତ ରହି ଓ ପ୍ରକୃତ ପ୍ରଦର୍ଶନ ଜରିଆରେ ପରିବର୍ତନ ଆସେ। ତେଣୁ ରୋଗ ପ୍ରତିରୋଧ ଶକ୍ତି ଅଧିକ ଗୁରୁତ୍ୱପୂର୍ଣ୍ଣ। ପ୍ରତିଭା ଓ ପ୍ରସ୍ତୁତିର ସଂଯୋଗ ହିଁ ଯେକୌଣସି ଦିନରେ ଜିତିବାରେ ସାହାଯ୍ୟ କରେ।”

Share

Leave a Reply

Your email address will not be published. Required fields are marked *

17 + 15 =