ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଖୋର୍ଦ୍ଧାରେ ଦ୍ୱିତୀୟ ଧନ୍ଦାମୂଳକ ତାଲିମ କେନ୍ଦ୍ର (ଭିଟିସି)ର ଶୁଭାରମ୍ଭ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର କାର୍ଯ୍ୟକ୍ଷେତ୍ର ଅଂଚଳଗୁଡ଼ିକର ସାମଗ୍ରିକ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧି କରିବା ଲାଗି ପ୍ରତିବଦ୍ଧ ରହିଛି । ସେହି ସମର୍ପଣ ଭାବ ଓ ସିଏସ୍‌ଆର୍ ଅଭିଯାନର ଅଂଶ ସ୍ୱରୂପ ଟିପିସିଓଡିଏଲ୍ ପକ୍ଷରୁ ୨୦୨୩ ସେପ୍ଟେମ୍ବର ୧ରେ ‘ରୋଶନି’ ପ୍ରକଳ୍ପ ଅଧୀନରେ ଖୋର୍ଦ୍ଧାରେ ଦ୍ୱିତୀୟ ଧନ୍ଦାମୂଳକ ତାଲିମ କେନ୍ଦ୍ରର ଶୁଭାରମ୍ଭ କରାଯାଇଛି ।
ଏହାର ଉଦ୍‌ଘାଟନୀ ସମାରୋହରେ ଟିପିସିଓଡିଏଲ୍‌ର ବରିଷ୍ଠ ପରିଚାଳନା ଟିମ୍ ଉପସ୍ଥିତ ରହିବା ସହିତ ତାଲିମ କେନ୍ଦ୍ର ପରିସରରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ଯାହା ଏକ ସବୁଜ ଭବିଷ୍ୟତ ପ୍ରତି ଟିପସିଓଡିଏଲ୍‌ର ପ୍ରତିବଦ୍ଧତାକୁ ଦର୍ଶାଉଛି ।
ଏହି ଧନ୍ଦାମୂଳକ ତାଲିମ କେନ୍ଦ୍ରରେ ଆଖାପାଖର ମହିଳାମାନଙ୍କୁ ମାଗଣାରେ ତାଲିମ ପ୍ରଦାନ କରାଯିବ । ଜାତୀୟ ଦକ୍ଷତା ବିକାଶ ନିଗମ (ଏନ୍‌ଏସ୍‌ଡିସି) ଦ୍ୱାରା ସାର୍ଟିଫାଏ ହୋଇଥିବା ଛଅ ମାସିଆ ସ୍ୱାବଲମ୍ବୀ ସିଲାଇ ପାଠ୍ୟକ୍ରମ ମାଧ୍ୟମରେ ସେମାନଙ୍କୁ ବହୁମୂଲ୍ୟ ଦକ୍ଷତା ପ୍ରଦାନ କରାଯିବ । ସଫଳତାର ସହ ତାଲିମ ଶେଷ କରିବା ପରେ ଅଂଶଗ୍ରହଣକାରୀମାନଙ୍କୁ ଏନଏସ୍‌ଡିସିର ସାର୍ଟିଫିକେଟ୍ ଦିଆଯିବ ଯାହା ସେମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକାର ଦ୍ୱାର ଖୋଲିବ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅଂଶଗ୍ରହଣକାରୀ ସୁରକ୍ଷା ଶପଥ ପାଠ କରିଥିଲେ ଓ ତା’ ପରେ ପ୍ରଶିକ୍ଷାର୍ଥୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଏହି ଅବସରରେ ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଟିପିସିଓଡିଏଲ୍‌ରେ ଆମେ ଏହି ଧନ୍ଦାମୂଳକ ତାଲିମ କେନ୍ଦ୍ର ମାଧ୍ୟମରେ ଗରିବ ସମୁଦାୟ ଓ ଆମ ସ୍ଥାନୀୟ ଲୋକଙ୍କୁ ସଶକ୍ତ କରିବାକୁ ଉତ୍ସର୍ଗୀକୃତ । ଏହି କେନ୍ଦ୍ର ଆଖପାଖ ଅଂଚଳର ମହିଳାମାନଙ୍କୁ ତାଲିମ ପ୍ରଦାନ କରିବା ସହ ଛଅ ମାସିଆ ପାଠ୍ୟକ୍ରମ ଜରିଆରେ ଅତ୍ୟାବଶ୍ୟକ ଦକ୍ଷତା ପ୍ରଦାନ କରିବ । ସଫଳ ଗ୍ରାଜୁଏଟମାନଙ୍କୁ ଏନ୍‌ଏସ୍‌ଡିସି ସାର୍ଟିଫିକେଟ୍ ମିଳିବ ଯାହା ସେମାନଙ୍କ ପାଇଁ ସ୍ଥାୟୀ ଜୀବିକାର ପଥ ପ୍ରଶସ୍ତ କରିବ ।’’
ଏହି ଧନ୍ଦାମୂଳକ ତାଲିମ କେନ୍ଦ୍ର ଦକ୍ଷତା ବିକାଶ ଓ ତାଲିମ ଜରିଆରେ ସମୁଦାୟକୁ ସଶକ୍ତ କରିବା ପାଇଁ ଟିପିସିଓଡିଏଲ୍‌ର ରହିଥିବା ଅତୁଟ ପ୍ରତିବଦ୍ଧତାର ପ୍ରମାଣ ।

Share

Leave a Reply

Your email address will not be published. Required fields are marked *

16 − 8 =