୪ ବର୍ଷରେ ବିଜେପି ହରାଇଲା ୮ ସିଟ୍

ନୂଆଦିଲ୍ଲୀ () ୨୦୧୪ ସାଧାରଣ ନିର୍ବାଚନରେ ବିଜେପି ୨୮୨ ଲୋକସଭା ସିଟରେ ବିଜୟୀ ହୋଇ ପୂର୍ଣ୍ଣ ବହୁମତ ସହିତ ସରକାର ଗଠନ କରିଥିଲା । ଗୃହରେ ପୂର୍ଣ୍ଣ ବହୁମତଠୁ ଏହା ୧୦ ସିଟ୍ ଅଧିକ । ଏବେ ୨୦୧୮ର କଥା କୁହାଯାଏ ତେବେ ମେ ୩୧ ପର୍ଯ୍ୟନ୍ତ ବିଜେପି ପାଖରେ ରହିଛି ୨୭୩ ସିଟ । ଏଥିରେ ଲୋକସଭାର ବାଚସ୍ପତିଙ୍କୁ ସାମିଲ କରାଯାଇ ନାହିଁ । ବିଜେପି ପାଖରେ ଏବେ ସଂଖ୍ୟା ଗରିଷ୍ଠତା ରହିଛି । ଏହା ସହିତ ସହଯୋଗୀଙ୍କ ୧୨ଟି ସିଟ୍ ରହିଛି ଯାହା ମୋଦି ସରକାରଙ୍କୁ ସଂସଦରେ ମଜଭୁତ ପ୍ରଦାନ କରୁଛି ।

ଉପ ନିର୍ବାଚନରେ ପରାଜିତ ହେବା ପରେ ୨୦୧୪ରୁ ଏର୍ପ୍ୟନ୍ତ ବିଜେପି ୮ଟି ଲୋକସଭା ସିଟ୍ ହରାଇ ସାରିଛି । ଏଥିରୁ ଏହା ସ୍ପଷ୍ଟ  ହୋଇଛି ଯେ ୨୦୧୯ରେ କ୍ଷମତାକୁ ଫେରିବାକୁ ହେଲେ ପାର୍ଟିକୁ ବହୁତ କଠିନ ପରିଶ୍ରମ କରିବାକୁ ପଡ଼ିବ । ବିଜେପିର ଲୋକସଭା ସିଟ୍ ୨୮୨ରୁ ୨୭୩ କେମିତି ପହଞ୍ଚିଲା । ପ୍ରଥମେ ବିଜେପିର ୟେଦୁରପ୍ପା ଓ ବି ଶ୍ରୀରାମୁଲୁ ଲୋକସଭାରୁ ଇସ୍ତଫା ଦେଲେ । ଉଭୟ କର୍ଣ୍ଣାଟକ ବିଧାନସଭାର ସଦସ୍ୟ ରୂପେ ଶପଥ ନେଲେ । ଏହା ପରେ ଏହି ଦୁଇଟି ସିଟରୁ କର୍ଣ୍ଣାଟକରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ପରାଜୟ ମୁହଁ ଦେଖିବାକୁ ପଡ଼ିଥିଲା । ଏହି ପରାଜୟ ବିଜେପି ପାଇଁ ସବୁଠୁ ବଡ଼ ଅ ।ତ୍ମମନ୍ଥନର ବିଷୟ ହୋଇଥିଲା ।  ଏହି କ୍ରମରେ ୧୩ ଲୋକସଭା ସିଟରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ୮ଟି ସିଟରେ ପରାଜୟର ସାମ୍ନା କରିବାକୁ ପଡ଼ିଲା । ଏଥିରୁ ଗୁରୁବାର ଆସିଥିବା ନିର୍ବାଚନୀ ପରିଣାମର ସିଟ୍ ମଧ୍ୟ ସାମିଲ ଅଛି ।

ଏଥିରୁ ୟୁପିର କୈରାନା ସିଟ୍ ବିଜେପି ପାଇଁ ସବୁଠୁ ଅଧିକ ମହତ ବହନ କରୁଛି । ଏହି ସିଟ୍ ପାର୍ଟିର ବଡ଼ ନେତା ହୁକୁମ ସିଂହଙ୍କ ଦେହାନ୍ତ ପରେ ଖାଲି ପଡିଥିଲା । ଏହି ସିଟରେ ହୋଇଥିବା ଉପ ର୍ନିବାଚନରେ ବିଜେପିକୁ ଆରଏଲଡି ପ୍ରାର୍ଥୀଙ୍କ ହାତରୁ ପରାଜୟର ସାମ୍ନା କରିବାକୁ ପଡ଼ିଛି ।

ଏହା ପୂର୍ବରୁ ବିଜେପି ଗୋରଖପୁର ଓ ଫୁଲପୁର ସିଟରେ ଏସପି ଓ ବିଏସପି ମେଣ୍ଟ ହାତରୁ ପରାଜିତ ହୋଇଥିଲା । ଏହି ସିଟ୍ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌଯ୍ୟଙ୍କ ଇସ୍ତଫା ପରେ ଖାଲି ପଡିଥିଲା । ଏହା ବ୍ୟତୀତ ମହାରାଷ୍ଟ୍ରର ଭଣ୍ଡାରା ଗୋନ୍ଦିଆ ସିଟ୍ ପାର୍ଟି ହାତରୁ ଚାଲିଯାଇଛି । ଏହି ସିଟରୁ ବିଜେପିର ସାଂସଦ ନାନା ପଟୋଲେଙ୍କ ଇସ୍ତଫା ପରେ ଖାଲି ପଡିଥିଲା ।

ଏହି କ୍ରମରେ ୟୁପି ବ୍ୟତୀତ ବିଜେପି ନିଜର ସାଂସଦ ଦୀଲିପ ସିଂହ ଭୁରିଆଙ୍କ ମୃତ୍ୟୁ ପରେ ମଧ୍ୟ ପ୍ରଦେଶରେ ରତଲାମ ସିଟରେ ହୋଇଥିବା ଉପ ନିର୍ବାଚନରେ ବିଜେପିକୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଅନ୍ୟ ପଟେ ପଞ୍ଜାବର ଗୁରୁଦାସପୁର ସାଂସଦ ବିନୋଦ ଖାନ୍ନାଙ୍କ ନିଧନ ପରେ ସେଠରେ ହୋଇଥିବା ଉପ ନିର୍ବାଚନରେ ମଧ୍ୟ ବିଜେପିକୁ ସମଦଶା ଭୋଗିବାକୁ ପଡ଼ିଥିଲା । ଏହି ପରି ବିଜେପି ରାଜସ୍ଥାନତ ଅଜମେର ଓ ଅଲୱର ସିଟରେ  ହୋଇଥିବା ନିର୍ବାଚନରେ ପରାଜିତ ହୋଇଥିଲା ।

ବିଜେପିକୁ ସବୁଠୁ ବଡ଼ ଝଟକା କର୍ଣ୍ଣାଟକରେ ଲାଗିଥିଲା ।  ଏଠାରେ ସବୁଠୁ ବଡ଼ ପାର୍ଟି ହେବା ପରେ ମଧ୍ୟ ବିଜେପି ସରକାର ଗଠନ କରିବାରେ ବିଫଳ ହୋଇଥିଲା । ଏହି ସବୁ କଥାରୁ ସଙ୍କେତ ମିଳୁଛି ଯେ ପାର୍ଟିକୁ ଆଗାମୀ ସମୟରେ ବସିବାକୁ ସମୟ ନାହିଁ । ୨୦୧୯ରେ ପ୍ରତ୍ୟାବର୍ତ୍ତନ କରିବାକୁ ହେଲେ ବିଜେପି ନିଜର ରଣନୀତି ଉପରେ ପୁର୍ନବାର ବି·ର କରିବାକୁ ପଡ଼ିବ । ଏହା ସହିତ ସହଯୋଗୀଙ୍କୁ ସାଥିରେ ନେଇ ଆଗକୁ ବଢିବାକୁ ପଡ଼ିବ ।

Share

Leave a Reply

Your email address will not be published. Required fields are marked *

two × 4 =