୨ ଦିନିଆ ରିମାଣ୍ଡରେ ଟିଟୋ

ଭୁବନେଶ୍ବର: ଗ୍ୟାଙ୍ଗଷ୍ଟର ଟିଟୋକୁ ୨ ଦିନିଆ ରିମାଣ୍ଡ ଅନୁମତି ଦେଇଛନ୍ତି ସାଲେପୁର ଜେଏମ୍ ଏଫ୍ ସି  କୋଟର୍ । କମିଶନରେଟ ପୋଲିସ ଜଗତପୁର ତାହିର ଅଲ୍ଲି ଗୁଳିକାଣ୍ଡ ମାମଲାରେ ୫ ଦିନିଆ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିବା ବେଳେ  ଦୁଇ ଦିନ ରିମାଣ୍ଡରେ ନେବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି । ଆଜି କଡା ସୁରକ୍ଷା ବଳୟ ମଧ୍ୟରେ ସାଲେପୁର କୋର୍ଟରେ ହାଜର କରାଯାଇଥିଲା ।ଗ୍ୟାଙ୍ଗଷ୍ଟର ଟିଟୋର ସହଯୋଗୀ ବାଟୁ ପାଣିର ଭାଇ ଓ ଅନ୍ୟ ଜଣେ ସହଯୋଗୀକୁ ଗିରଫ କରିଛି ଏସଟିଏଫ | ବାଟୁ ପାଣିର ଭାଇ ନବ ପାଣିକୁ ନୟାଗଡର ଏକ ହୋଟେଲରୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ | ନୟାଗଡ଼ରେ ଚଢ଼ାଉ ବେଳେ ୨ଟି ୧୦ ଚକିଆ ଟ୍ରକ ଜବତ କରାଯାଇଛି | ଗ୍ୟାଙ୍ଗଷ୍ଟର ଟିଟୋର ଗୋରୁ ଚାଲାଣର ଛେରା ନୟାଗଡ଼କୁ ଲମ୍ବିଚି | ଟିଟୋର ସହଯୋଗୀ ବାଟୁ ପାଣିକୁ ଏସଟିଏଫ ଧରିବା ପରେ ଗୋରୁ ଚାଲାଣର ଗୁମର ଫିଟିଛି | ବାଟୁ ପାନିଠାରୁ ମିଳିଥିବା ତଥ୍ୟ ଆଧାରରେ ବିଭିନ୍ନ ସ୍ଥାନେର କ୍ରାଇମବ୍ରାଞ୍ଚ ଟିମ ଚଢ଼ାଉ କରିଥିଲା |

Share

Leave a Reply

Your email address will not be published. Required fields are marked *

9 + two =