ମଦାନଦୀକୁ ଡେଇଁ ଯୁବତୀଙ୍କ ଆତ୍ମହତ୍ୟା

ବାଙ୍କୀ: ବାଙ୍କି ମହାନଦୀ ପୋଲ ଉପରୁ ଜଣେ ଯୁବତୀ ପାଣିକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ପାଖାପାଖି ୨ ଘଣ୍ଟାର ଉଦ୍ଧାରକାର୍ଯ୍ୟ ପରେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି ।  ା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଛି । ତେବେ ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ଜଣାପଡିନଥିବା ବେଳେ ବାଙ୍କି ପୋଲିସ ତଦନ୍ତ ଆରମ୍ଭ କରିଛି ା ପ୍ରାଥମିକ ତଦନ୍ତରୁ ସେ ଆତ୍ମହତ୍ୟା କରିଥିବା ଜଣାପଡିଛି । ଉକ୍ତ ଯୁବତୀଜଣଙ୍କ ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ହାଉସିଂ କଲୋନୀ ବାସିନ୍ଦା ଉମେଶ ଚନ୍ଦ୍ର ମହାପାତ୍ରଙ୍କ ଝିଅ ସେଫାଳିକା ମହାପାତ୍ର ବୋଲି ପୋଲିସ ଜାଣିବାକୁ ପାଇଛି । ଘଟଣାସ୍ଥଳରୁ ମହିଳାଙ୍କ ସ୍କୁଟି ଏବଂ ବ୍ୟାଗ ଜବତ କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି । ତେବେ ମହିଳାଙ୍କ ଘର ଭୁବନେଶ୍ୱର ହୋଇଥିବା ବେଳେ ସେ କାହିଁକି ପାଖାପାଖି ୪୦ କିଲୋମିଟର ଦୂର ବାଙ୍କି ମହାନଦୀରେ ଆତ୍ମହତ୍ୟା କଲେ ସେନେଇ ତଦନ୍ତ ଆରମ୍ଭ ହୋଇଛି । ପୋଷ୍ଟମର୍ଟମ ରିପୋର୍ଟ ଆସିଲା ପରେ ଏବଂ ଯୁବତୀଙ୍କ ପରିବାର ଲୋକଙ୍କ ସହ ଆଲୋଚନା ପରେ ଘଟଣାର ସତ୍ୟତା ବିଷୟରେ ଜଣାପଡିବ ବୋଲି ପୋଲିସ କହିଛି ।

Share

Leave a Reply

Your email address will not be published. Required fields are marked *

five × one =