ପଢ଼ନ୍ତୁ ପିଲାଙ୍କୁ ବାବା କେମିତି ଦେଖୁଥିଲେ

ଭୁବନେଶ୍ୱର: ଶିରିଡ଼ିରେ ବାବା ଛୋଟ ପିଙ୍ମାନଙ୍କୁ ବହୁତ ଭଲ ପାଉଥିଲେ । ଯେଉଁ କାରଣରୁ ପିଲାମାନେ ସବୁବେଳେ ବାବାଙ୍କ ପାଖକୁ ଯାଉଥିଲେ । ବାବା ସେମାନଙ୍କୁ ମିଠାନ୍ନ ଦେଉଥିଲେ । କେତେ ପିଲାଙ୍କୁ ଟଙ୍କା ବି ଦେଉଥିଲେ । ପିତା ମାତା ଏବଂ ଗୁରୁଜନମାନଙ୍କୁ ଖରାପ ବ୍ୟବହାର ନ କରିବାକୁ ବାବା ଉପଦେଶ ଦେଉଥିଲେ । ଥରେ ଶ୍ୟାମା ନାମକ ଜଣେ ବ୍ୟକ୍ତି ତାଙ୍କ ପୁଅ ଉଦ୍ଧବକୁ ମାରିବାକୁ ଗୋଡ଼ାଇଥିଲେ । ଉଦ୍ଧବ ଦୌଡ଼ି ଦୌଡ଼ି ଆସି ବାବାଙ୍କ ପାଖେ ଶରଣ ନେଇଥିଲା । ବାବା ଉଦ୍ଧବଙ୍କ ପକ୍ଷ ନେଇ ଶ୍ୟାମାକୁ କହିଲେ ତାଙ୍କ ପାଖେ ରହି ତାଙ୍କର ସେବା କରିବ, ଆଉ ସ୍କୁଲ ଯିବ ନାହିଁ । ଆଉ ଉଦ୍ଧବ ଜୀବନରେ ହିଁ ତାହା ଘଟିଥିଲା । ପାର୍ଥୀବ ଶରୀର ତ୍ୟାଗ କରିବା ପରେ ବି ଭକ୍ତ ଓ ଆଶ୍ରିତମାନଙ୍କୁ ସୁରକ୍ଷାଦେବେ ବୋଲି ବାବା ପ୍ରତିଶ୍ରୃତି ଦେଇଥିଲେ । ଯାହାକି ଆଜି ସେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି । ବାବାଙ୍କ ଏହି ଭକ୍ତଙ୍କ ମଧ୍ୟରେ ପିଲାମାନେ ମଧ୍ୟ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

20 + seventeen =