ଭାରତ ଖାତାରେ ଦୁଇ ରୋପ୍ୟ ପଦକ

ଜାକର୍ତ୍ତା: ଇଣ୍ଡୋନେସିଆରେ ଚାଲିଥିବା ୧୮ ତମ ଏସିଆନ୍‌ ଗେମ୍ସର ଦ୍ୱିତୀୟ ଦିନରେ ଭାରତ ଶୁଟିଂରେ ଦୁଇଟି ରୌପ୍ୟ ପଦକ ଜିତିଛି।ପ୍ରଥମେ ଭାରତୀୟ ଶୁଟର ଦୀପକ କୁମାର ୧୦ ମିଟର ଏୟାର ରାଇଫଲ୍‌ ବର୍ଗରେ ରୌପ୍ୟ ପଦକ ଜିତିଛନ୍ତି।ଏଥିରେ ଶୁଟିଂର ଦୁଇଟି ପଦକ ରହିଛି। ଗତକାଲି ଅପୂର୍ବୀ ଚାଣ୍ଡେଲା ଏବଂ ରବି କୁମାର ୧୦ ମିଟର ଏୟାର ରାଇଫଲ୍‌ ଟିମ୍‌ ଉଭେଣ୍ଟରେ ବ୍ରୋଞ୍ଜ ପଦକ ଜିତିଥିଲେ।ଏଥିସହ ଭାରତ ପାଇଁ ୧୯ ବର୍ଷୀୟ ଲକ୍ଷ୍ୟ ଶେହରାନ୍‌ ଆଉ ଏକ ରୋପ୍ୟ ପଦକ ଜିତିଛନ୍ତି।ଅନ୍ତିମ ପର୍ଯ୍ୟାୟରେ ଲକ୍ଷ୍ୟ ୧୫ଟି ଶଟ୍‌ରୁ ୧୪ ଥର ଟାର୍ଗେଟ ଭେଦ କରିବାରେ ସକ୍ଷମ ହୋଇଥିଲେ। ସେହିପରି ସମୁଦାୟ ୪୫ଟି ଶଟ୍‌ରୁ ଲକ୍ଷ୍ୟ ୩୯ଟି ଟାର୍ଗେଟ ଭେଦ କରିପାରି  ଥିଲେ। ତେବେ ତାଙ୍କ ସହ ସ୍ୱର୍ଣ୍ଣ ପଦକ ପାଇଁ ଲଢ଼େଇ କରୁଥିବା ଚାଇନିଜ୍‌ ତାଇପେଇର ପ୍ରତିଯୋଗୀ ୪୫ଟି ଶଟ୍‌ରୁ ୪୧ଟି ଟାର୍ଗେଟ ଭେଦ କରିବାରେ ସଫଳ ହୋଇଥିଲେ।ବର୍ତ୍ତମାନ ସୁଦ୍ଧା ଭାରତ ଦୁଇଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୧ କାଂସ୍ୟ ପଦକ ହାସଲ କରିଛି।

 

Share

Leave a Reply

Your email address will not be published. Required fields are marked *

14 − 3 =