ଜିଲ୍ଲା ସ୍ତରରେ ଥିବା ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଉଛି

ଭୁବନେଶ୍ୱର() ଦିନକୁ ଦିନ କରୋନା ପାଇଁ ସ୍ଥିତି ବିଗିଡ଼ିବାରେ ଲାଗିଛି । ଏହାରିମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ ।  ଲକ୍ ଡାଉନ ଯୋଗୁଁ କୃଷି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଛି ବୋଲି କୃଷିମନ୍ତ୍ରୀ କହିଛନ୍ତି ।  ଏହି ସମସ୍ୟା ଦୂର ପାଇଁ ପ୍ରୟାସ ଚାଲିଛି । ଜିଲ୍ଲା ସ୍ତରରେ ଥିବା ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଛି ।  ମୁଖ୍ୟମନ୍ତ୍ରୀ ଲକ୍ ଡାଉନରେ କୃଷିକ୍ଷେତ୍ରକୁ ବାଦ୍ ଦେଇଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି ।  ସୁରୁଖୁରୁରେ ଅମଳ ଟ୍ରାନ୍ସପୋର୍ଟିଂ ପାଇଁ ଧ୍ୟାନ ଦିଆଯାଉଛି ।  ଲକ୍ ଡାଉନରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମତ୍ସ୍ୟଚାଷକୁ ବାଦ୍ ଦେଇଛନ୍ତି ।   କେନ୍ଦ୍ରର ଏହି ଗାଇଡ଼୍ ଲାଇନ୍ ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 5 =