କେନାଲରେ ବୁଡ଼ି ପ୍ରାଣ ହରାଇଲେ ଦୁଇ ଭାଇ

ଯାଜପୁର: ଦୁଃଖ ଏମିତି ବି ଆସିଥାଏ । ଏକା ସାଙ୍ଗରେ ଦୁଇ ପୁଅଙ୍କୁ ଛଡ଼ାଇ ନେଲା ବାପା ମାଙ୍କଠାରୁ । କଇଁଫୁଲ ତୋଳିବାକୁ ଯାଇଥିବାବେଳେ କେନାଲରେ ଭାସିଗଲେ ଦୁଇ ଭାଇ । ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଗୋପପୁର ଗାଁରେ ଘଟିଛି ଦୁଃଖଦ ଘଟଣା । ଏକାସାଙ୍ଗରେ ଦୁଇ ଭାଇଙ୍କ ଜୀବନ ଯାଇଛି । ମୃତକଙ୍କ ନାମ ହେଲା ବିଭୂତି ଓ ଦିବ୍ୟରଞ୍ଜନ । ଏକା ସାଙ୍ଗରେ ଦୁଇ ପୁଅଙ୍କୁ ହରାଇ ପରିବାର ଲୋକ ଦୁଃଖରେ ମ୍ରିୟମାଣ ହୋଇ ପଡିଛନ୍ତି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଯାଇଛି ।

Share

Leave a Reply

Your email address will not be published. Required fields are marked *

2 × five =