ଆସନ୍ତାକାଲି ଶିବ ବିବାହ

ଭୁବନେଶ୍ୱର: ଆସନ୍ତାକାଲି ଶୀତଳ ଷଷ୍ଠୀ । ଦେବ ଦମ୍ପତିଙ୍କ ବାହାଘର । ଆଉ ଏହା ପାଇଁ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଂଚିଲାଣି । କରୋନା କଟକଣାକୁ ଆଖି ଆଗରେ ରଖି ଅଳ୍ପ ସଂଖ୍ୟାର ବନ୍ଧୁ ବାନ୍ଧବ ଘରକୁ ଆସିବାକୁ ଲାଗିଲେଣି । ରୀତିନୀତି ଅନୁସାରେ ଘରେ ବାହାଘର ହେଲେ ମାମୁଁ ଘରୁ ମଉଳା ଭାର ଆସିଥାଏ । ତେବେ ଆଜି ସମ୍ବଲପୁର ଝାଡୁଆପଡାର କନ୍ୟା ପିତାମାତାଙ୍କ ଘରକୁ ଭାର ଆସି ସାରିଛି । ଭାର ଆସିବା ପରେ କନ୍ୟା ଘର ଲୋକେ ଭବ୍ୟ ସ୍ୱାଗତ କରିଛନ୍ତି ।

ଭୁବନେଶ୍ୱର ରାଜଧାନୀରେ ମଧ୍ୟ ପ୍ରଭୂ ଲିଙ୍ଗରାଜଙ୍କ କରୋନା କଟକଣା ମଧ୍ୟ ବିବାହ ଉତ୍ସବ ଲାଗି କାର୍ଯ୍ୟକ୍ରମ ଜାରି ରହିଛି । ନୀତିକାନ୍ତି ଅନୁସାରେ ସବୁ ପ୍ରସ୍ତୁତି ଚାଲିଛି । କରୋନା ନହୋଇଥିଲେ ବାଜା ବାଣରେ ଫାଟି ଥାଆନ୍ତା ପୁରା ଭୁବନେଶ୍ୱର । ସେପଟେ ସମ୍ବଲପୁରରେ ମଧ୍ୟ ବେଶ ଧୁମ ଧାମରେ ପାଳିତ ହୋଇଥାଏ ଏହି ପର୍ବ । ବାହାର ରାଜ୍ୟର କଳାକାରଙ୍କ କଳାକୃତି ସହ କେତେ ପାରମ୍ପାରିକ ବାଦ୍ୟ ଯନ୍ତ୍ରର ତାଳରେ ତାଳ ଦେଇ ନାଚି ଥାଆନ୍ତେ । ତେବେ କରୋନା ଲାଗି ସବୁ ଫିକା ପଡ଼ିଯାଇଛି ।

Share

Leave a Reply

Your email address will not be published. Required fields are marked *

sixteen + 3 =