ଆର.କେ ଶର୍ମାଙ୍କୁ ମିଳିଲା ଦୁଇଟି ଗୁରୁ ଦାୟିତ୍ୱ

ଭୁବନେଶ୍ୱର: ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧିକାରୀ ରାଜ କୁମାର ଶର୍ମାଙ୍କୁ ମିଳିଲା ନୂଆ ଦାୟିତ୍ୱ । ଆଇଏଏସ୍ ପ୍ରଦୀପ ମହାପାତ୍ରଙ୍କ ବଦଳିପରେ ଖାଲି ପଡ଼ିଥିବା ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ ଏବେ ସମ୍ଭାଳିବେ ଆଇଏଏସ୍ ରାଜ କୁମାର ଶର୍ମା । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ କୁମାରଙ୍କୁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପାହ୍ୟା ପ୍ରଦାନ କରାଯାଇଛି । ଏଥି ସହ ଅତିରକ୍ତ ଭାବେ ସେ ଏହି ଦାୟିତ୍ୱ ସମ୍ଭାଳିବା ସହ କୃଷି କମିଶନର ଦାୟିତ୍ୱ ମଧ୍ୟ ସମ୍ଭାଳିବେ ।

Share

Leave a Reply

Your email address will not be published. Required fields are marked *

eleven + ten =