୭ରୁ ଖୋଲିବ ସ୍କୁଲ କଲେଜ

ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ଆସନ୍ତା ୭ ତାରିଖରୁ ଖୋଲିବ ସ୍କୁଲ, କଲେଜ । ସ୍କୁଲ କଲେଜ, ବୈଷୟିକ ଶିକ୍ଷାନୁଷ୍ଠାନ ଓ ବିଶ୍ବବିଦ୍ୟାଳୟ ଓ ହଷ୍ଟେଲ ମଧ୍ୟ ଖୋଲିବ । ଆଜି ମୁଖ୍ୟ ଶାସନ ସଚିବ ଏହା ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି, ଆସନ୍ତା ୭ ତାରିଖରୁ ଅଷ୍ଟମ ଶ୍ରେଣୀ ଓ ତଦୁର୍ଦ୍ଧ କ୍ଲାସ ଖୋଲିବ । ସେହିପରି କେଜି ଠାରୁ ସପ୍ତମ ଶ୍ରେଣୀ ଯାଏଁ ଆସନ୍ତା ୧୪ ତାରିଖରୁ ଖୋଲିବ । ପିଲାମାନେ ନିଜ ଇଚ୍ଛାରେ ଅଫଲାଇନ ଓ ଅନଲାଇନ କ୍ଲାସ କରିପାରିବେ । କୋଭିଡ ଗାଇଡଲାଇନ ଭିତରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲାଯିବ ।
ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଅଫଲାଇନରେ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି । ସେଥିପାଇଁ ଛାତ୍ରଛାତ୍ରୀ ପାଠପଢାରେ ଧ୍ୟାନ ଦେବାକୁ କୁହାଯାଇଛି ।କୋର୍ସ ସାରିବା ପାଇଁ ସ୍କୁଲ କର୍ତ୍ତୃପକ୍ଷ ଖରାଛୁଟି ଅବଧି କମାଇ ପାରିବେ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

seven + ten =