ଭାଇରାଲ ହେଉଛି ସୁରଙ୍କ ଭିଡିଓ

ଭୁବନେଶ୍ୱର: କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟଙ୍କ ଗୋଟିଏ ପଦ କଥା ସମସ୍ତଙ୍କ ମନକୁ ଛୁଇଁଥାଏ । ସେ କଟାକ୍ଷ କରନ୍ତୁ ବା ପ୍ରଂଶସା, ତାଙ୍କ କଥା କହିବାର ଶୈଳୀ ମ୍ସ୍ ଓଡ଼ିଶାବାସୀଙ୍କ ମନକୁ ମୋହିଥାଏ । ତେବେ ସୁରଙ୍କ ଏକ ଗୀତ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯାହାକୁ ୟୁଜର୍ସମାନେ ବେଶ ପସନ୍ଦ କରିଛନ୍ତି । ‘ନିଦ ଚୋରି କଲୁ, ନିଦ ଚୋରି କଲୁ ଏମିତି କେମିତି ଟ୍ଟ, ଆଲୋ ଆଖି ମାରିଦେଇ ମନ ନେଇଗଲୁ ଏମିତି କେମିତିଟ୍ଟ’। ୟୁଟ୍ୟୁବ୍ରେ ସଦ୍ୟ ରିଲିଜ୍ ହୋଇଥିବା ଏହି ଗୀତଟି ଏବେ ଜୋର୍ଦାର୍ ଭାଇରାଲ୍ ହେଉଛି। ଅର୍ମାନ୍ ମ୍ୟୁଜିକ୍ ବ୍ୟାନର୍ରେ ମୁକ୍ତିଲାଭ କରିଥିବା ଏହି ଭିଡିଓକୁ ଅଦ୍ୟାବଧି ୫୦ହଜାର ଦର୍ଶକ ଦେଖିସାରିଥିବା ବେଳେ ୫୬୧ଜଣ ପ୍ରତିକ୍ରିୟା ଦେଇଛନ୍ତି। ବଡ଼ କଥା ହେଉଛି, ଗୀତରେ ଅଭିନୟ କରିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତରାୟ ଓ ତାଙ୍କ ସହଧର୍ମିଣୀ ମାନି। ଦୁଇଜଣଙ୍କ ମଜାଳିଆ ଅଭିନୟ ଦର୍ଶକମାନଙ୍କ ମନ କିଣିନେଇଛି। ଏହି ଗୀତ ପାଇଁ କଣ୍ଠଦାନ କରିଛନ୍ତି ଅଭିଜିତ ଭଟ୍ଟାଚାର୍ୟ୍ୟ ଓ ଜ୍ୟୋତିର୍ମୟୀ ନାୟକ। ତପୁ ନାୟକ ଗୀତ ରଚନା କରିଛନ୍ତି। ନିର୍ଦେଶନା ଦେଇଛନ୍ତି ଜାପାନୀ ଭାଇ। ଏହି ଭିଡିଓଟି ଏବେ ଆଶାତୀତ ଭାବେ ଲୋକପ୍ରିୟତା ହାସଲ କରିବାରେ ଲାଗିଛି।

Share

Leave a Reply

Your email address will not be published. Required fields are marked *

6 − two =