ରାଜ୍ୟସଭାରେ ବିଲ ପାସ

ନୂଆଦିଲ୍ଲୀ() ରାଜ୍ୟସଭାରେ ୩୭୦ ଧାରା ଉଚ୍ଛେଦ ଓ ପୁର୍ନଗଠନ ନେଇ ବିଲ ପାରିତ ହୋଇଛି । ଅନେକ ବିବାଦ ପରେ ପାସ ହୋଇଛି ଏହି ବିଲ । ଏହି ବିଲ ସପକ୍ଷରେ ୧୨୫ ସାଂସଦ ଭୋଟ ଦେଇଥିବା ବେଳେ ୬୧ ସାଂସଦ ବିପକ୍ଷରେ ଭୋଟ ଦେଇଥିଲେ । ଜମ୍ମୁ-କଶ୍ମୀର ପୁର୍ନଗଠନ ବିଲ୍ ପାଇଁ ପ୍ରଥମେ ବୈଦ୍ୟୁତିକ ପ୍ରକ୍ରିୟାରେ ଭୋଟିଂ ହେବାର ଥିଲା। ତେବେ ଟେକ୍ନିକାଲ ସମସ୍ୟା ଯୋଗୁ କାଗଜ କଲମରେ ଭୋଟିଂ ହୋଇଥିଲା। ବିଲ ସପକ୍ଷରେ ବିଜେପି, ବିଜେଡି, ୱାଇଏସ୍ଆରସିପି, ଏଆଇଏଡିଏମକେ, ବିଏସ୍ପି, ଟିଡିପି ଓ ଆପ୍ ସମର୍ଥନ କରିଥିଲେ।

ଜମ୍ମୁ-କଶ୍ମୀର ଠାରୁ ଲଦାଖ ଅଲଗା ହୋଇଯାଇଛି। ଏଥିସହ ଜମ୍ମୁ-କଶ୍ମୀର ରାଜ୍ୟ ମାନ୍ୟତା ହରାଇଛି। ଜମ୍ମୁ-କଶ୍ମୀରକୁ ଏଣିକି ରାଜ୍ୟ ବଦଳରେ କେନ୍ଦ୍ର ଶାସିତ ଅଞ୍ଚଳରେ ଭାବେ ଗଣତି କରାଯିବ। ଲଦାଖ ମଧ୍ୟ କେନ୍ଦ୍ର ଶାସିତ ଅଞ୍ଚଳ ହେବ।

Share

Leave a Reply

Your email address will not be published. Required fields are marked *

5 × 5 =